ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ

ଏସସିବିରେ ଏକମୋ ଚିକିତ୍ସାଧୀନ ଦ୍ୱିତୀୟ ରୋଗୀଙ୍କ ମୃତ୍ୟୁ


କଟକ (ଏନ୍‌.ଏମ୍‌.): କଟକ ବଡ଼ ଡାକ୍ତରଖାନା(ଏସସିବି)ରେ ଏକମୋ ବ୍ୟବସ୍ଥାରେ ଚିକିତ୍ସାଧୀନ ଥିବା ଆଉ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି । ସେ ଜଣେ ମହିଳା ରୋଗୀ ବୋଲି ଜଣାପଡ଼ିଛି । ତାଙ୍କ ଘର ବଲାଙ୍ଗିର ଜିଲ୍ଲାରେ । ଗତକାଲି ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ ୨୯ ତାରିଖରେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିଲା । ଏହାପରେ ତାଙ୍କୁ ଏସସିବି କାଜୁଆଲିଟି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । ତାଙ୍କର ମୃତ୍ୟୁ ହେବାପରେ ସେ ହେଉଛନ୍ତି ଏସସିବି ଏକମୋ ଚିକିତ୍ସାରେ ପ୍ରାଣ ହରାଇଥିବା ଦ୍ୱିତୀୟ ରୋଗୀ । ଏହା ପୂର୍ବରୁ ଗତ କାଲି ମଧ୍ୟ ଏଠାରେ ଏକମୋ ଚିକିତ୍ସାଧୀନ ଅନ୍ୟ ଜଣେ ରୋଗୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣକ କେନ୍ଦ୍ରାପଡା ଜିଲ୍ଲା ପଟ୍ଟମୁଣ୍ଡାଇ ଅଞ୍ଚଳରେ ଜଗନ୍ନାଥ ପ୍ରଧାନ (୩୨) ବୋଲି ଜଣାପଡ଼ିଛି । ତେବେ ଏସସିବିରେ ଏକମୋ ଚିକିତ୍ସା ଚାଲିଥିବାବେଳେ ୨ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ମେଡ଼ିକାଲ ସୂତ୍ରରୁ ଜଣାପଡ଼ିଛି । ଜଗନ୍ନାଥ କୋଭିଡ ଆକ୍ରାନ୍ତ ହୋଇ ଅନେକ ଦିନ ଧରି ଚିକିତ୍ସିତ ହେବା ପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନଥିଲା । କୋଭିଡ ଦ୍ୱାରା ତାଙ୍କ ଫୁସଫୁସ ସଂକ୍ରମିତ ହୋଇଥିବାରୁ ଶ୍ୱାସକ୍ରିୟା ଜନତି ସମସ୍ୟା ସହିତ ଶରୀରରେ ଏକାଧିକ ସମସ୍ୟା ଦେଖା ଦେଇଥିଲା । ତେଣୁ ତାଙ୍କୁ ଏକମୋ ଚିକିତ୍ସା ଆବଶ୍ୟକତା ଜଣାପଡିଥିଲା । ତେବେ ଡାକ୍ତର ଓ ପରିବାରଙ୍କ ପରାମର୍ଶ କ୍ରମେ ଏସସିବିର କରୋନା ୱାର୍ଡରୁ ସ୍ୱତନ୍ତ୍ର ବ୍ୟବସ୍ଥା ଯୋଗେ ଗତ ୨୯ ତାରିଖରେ ଜଗନ୍ନାଥଙ୍କୁ କାର୍ଡିଓ ଥେରାରିସିସି ବିଭାଗରେ ଥିବା ଏକମୋ ୱାର୍ଡରେ ଭର୍ତ୍ତି କରାଯାଇଥିଲା । ତାଙ୍କ ଚିକିତ୍ସା ଜାରି ରହିଥିବାବେଳେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ହୃତଘାତରେ ଜଗନ୍ନାଥଙ୍କର ମୃତ୍ୟୁ ହୋଇଥିବା ଏସିସିବି ପକ୍ଷରୁ ସୂଚନା ଦିଆଯାଇଛି । ଗତ ୨୯ ତାରିଖରେ ସେ କରୋନାରେ ଆକ୍ରାନ୍ତ ହେବା ପରେ ତାଙ୍କର ଫୁସଫୁସ ସଂକ୍ରମିତ ହୋଇଥିଲା । ଏହା ପରେ ତାଙ୍କୁ ଏସସିବି କରୋନା ୱାର୍ଡରୁ ଇକମୋ ୟୁନିଟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଏସସିବି କାର୍ଡିଓଥୋରାସିସ ବିଭାଗରେ ଖୋଲିଥିବା ଇକମୋ ୟୁନିଟରେ ମୋଟ ୪ ଜଣ ରୋଗୀ ଭର୍ତ୍ତି ହୋଇଥିଲେ । ତେବେ ଦୁଇ ଜଣଙ୍କ ମୃତ୍ୟୁ ପରେ ଏବେ ଆଉ ୨ ଜଣ ଚିକିତ୍ସାଧୀନ ଅଛନ୍ତି । ସେମାନଙ୍କୁ ବି କୋଭିଡ୍ ଜନିତ ଜଟିଳତା ପାଇଁ ଏକମୋ ୟୁନିଟରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ ଅଛନ୍ତି । ସେ ଭୁବନେଶ୍ୱରରେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ତେବେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଏସସିବି ଏକମୋ ୟୁନିଟରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ