ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

ପୁଅକୁ ଫେରାଇ ଆଣିବାକୁ ମା’ର ଆକୁଳ ନିବେଦନ

News by Biswajit Dalai (Salepur)

ସାଲେପୁର(ଏନ୍‍.ଏମ୍‍.): କଟକ ଜିଲ୍ଲା ସାଲେପୁର ଥାନା ଧର୍ମାଗତପୁର ଗ୍ରାମର ଜଣେ ଯୁବକ ଚାକିରୀ କରିବାକୁ ଯାଇ ୪ବର୍ଷ ଧରି ଘରକୁ ନଫେରିବା ନେଇ ପରିବାର ଲୋକେ ଭାଙ୍ଗି ପଡ଼ିଛନ୍ତି । ଏ ନେଇ ପରିବାର ଲୋକେ ପୁଅକୁ ଫେରାଇ ଆଣିବାକୁ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କୁ ନେହୁରା ହୋଇଥିଲେ ମଧ୍ୟ ତାହା ନିରୂକ୍ତ ବେଦନାରେ ପରିଣତ ହୋଇଛି । ତେବେ ପୁଅକୁ ଫେରାଇ ଆଣିବା ପାଇଁ ମା’ ଆକୁଳ ନିବେଦନ କରିଛନ୍ତି । ସୂଚନା ଯୋଗ୍ୟରେ, ଉକ୍ତ ଯୁବକଙ୍କୁ ଚାକିରୀ କରାଇଦେବାକୁ କହି ସେହି ଗ୍ରାମର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକ ବାଙ୍ଗାଲୋରକୁ ନେଇଥିବାବେଳେ ଆଜକୁ ୪ବର୍ଷହେବ ଆଉ ଘରକୁ ଫେରିନାହାନ୍ତି । ଏନେଇ ସମ୍ପୃକ୍ତ ଯୁବକଙ୍କ ପରିବାର ପକ୍ଷରୁ ପୁଲିସରେ ଅଭିଯୋଗ କରାଯାଇଥିଲେ ମଧ୍ୟ ପୁଲିସ ୪ ବର୍ଷ ହେବ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୁବକଙ୍କ ମା’ ଅଭିଯୋଗ କରିଛନ୍ତି । ଏ ନେଇ ଥାନା ଅଧିକାରୀଙ୍କୁ ବାରମ୍ବାର ନେହୁରା ହୋଇଥିଲେ ମଧ୍ୟ ପୁଲିସ ସେ ବିଷୟରେ ଗୁରୁତ୍ୱ ଦେବା ବଦଳରେ ନିଦାବିଷ୍ଣୁ ପାଲଟି ଯାଇଛନ୍ତି । ତେବେ ଧର୍ମାଗତପୁର ଗ୍ରାମର ଯୁବକ ଜଣକ ହେଲେ ଗୋଲାପ ମଞ୍ଜରୀ ଭୂୟାଁଙ୍କ ପୁତ୍ର ସରୋଜ କୁମାର ଭୂୟାଁ । ସରୋଜଙ୍କୁ ସେହି ଧର୍ମାଗତପୁରଗ୍ରାମର ସଂଖ୍ୟାଲଘୁ ସମ୍ପ୍ରଦାୟର ଜଣେ ବ୍ୟକ୍ତି ଜଣକ ତାଙ୍କୁ ବାଙ୍ଗାଲୋରରେ ଚାକିରୀ କରାଇ ଦେବାକୁ ସାଙ୍ଗରେ ନେଇଥିଲେ । ହେଲେ ଦୀର୍ଘ ୪ ବର୍ଷ ହେବ ସରୋଜ ଆଉ ଘରକୁ ଫେରିନାହାନ୍ତି କି ଆଉ ତାଙ୍କର କୌଣସି ଖବର ମିଳୁନାହିଁ । ଏନେଇ ଗୋଲାପମଞ୍ଜରୀ ସାଲେପୁର ଥାନାରେ ବାରମ୍ବାର ଅଭିଯୋଗ କରିଥିଲେ । ହେଲେ ସାଲେପୁର ଥାନା ଅଧିକାରୀ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ ନକରିବାରୁ ଶେଷରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀ, ପୁଲିସ ମହାନିର୍ଦ୍ଦେଶକ, କଟକ ଜିଲ୍ଲାପାଳ, କଟକ ଏସପି, ମାନବାଧିକାର କମିଶନଙ୍କ ଦ୍ୱାରସ୍ଥ ହେବାପରେ ନିରାଶ ହୋଇ ପୁଅର ଫେରିବା ବାଟକୁ ଚାହିଁ ବସଛନ୍ତି । ଅନ୍ୟପକ୍ଷରେ ଏବେ ସୋସିଆଲ ମିଡ଼ିଆରେ ଗୋଟେ ଭିଡିଓ ଭାଇରଲ ହେଉଥିବାବେଳେ ତାହା ତାଙ୍କ ପୁଅର ବୋଲି ଗୋଲାପମଞ୍ଜରୀ ଚିହ୍ନି ପାରି ତାଙ୍କ ପୁଆକୁ ଫେରାଇ ଆଣିବା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ