ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା

ପାଲେଷ୍ଟାଇନ ଉପରେ ଇସ୍ରାଏଲର ଆକ୍ରମଣ ବନ୍ଦ ଦାବି ନେଇ କଟକରେ ଶୋଭାଯାତ୍ରା ଓ ସଭା

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ପାଲେଷ୍ଟାଇନ ବିରୋଧରେ ଇସ୍ରାଏଲ ଅତ୍ୟନ୍ତ ଅମାନୁଷିକ ଏବଂ ଅଦ୍ଭୂତପୂର୍ବ ଆକ୍ରମଣ ଚଳାଇ ରଖିଛନ୍ତି । ଜାତିସଂଘରେ ଯୁଦ୍ଧ ବନ୍ଦ କରିବା ପାଇଁ ପ୍ରସ୍ତାବ ବହୁ ମତରେ ଗୃହିତ ହୋଇଥିଲେ ମଧ୍ୟ ଆମେରିକା ନିଜେ ଭୋଟ ନଦେବା ଏବଂ ତାର କାର୍ଯ୍ୟକାରିତା ଉପରେ ଭିଟୋ ପ୍ରୟୋଗ କରିବା ବିରୋଧରେ ଆଜି କଟକରେ ବିଭିନ୍ନ ବାମପନ୍ଥୀ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି । ଏହି ପରିପ୍ରେକ୍ଷୀରେ ସିଆଇଟିୟୁ, ଏଆଇକେଏସ୍‍, ଏଆଇଡିବ୍ଲ୍ୟୁଏ, ଏସଏଫଆଇ ଓ ଡିୱାଇଏଫଆଇ ପକ୍ଷରୁ ଏକ ଶୋଭାଯାତ୍ରା କଟକ ରେଳଷ୍ଟେସନ ପାଖରୁ ବାହାରି କଲେଜଛକରେ ନେତାଜୀ ପ୍ରତିମୂର୍ତ୍ତି ନିକଟରେ ଏକ ସଭା କରିଥିଲେ । ଏହି ଘଟଣାର ବିବରଣୀ ଅନୁଯାୟୀ ଏବେ ସୁଦ୍ଧା ଇସ୍ରାଏଲର ଆକ୍ରମଣ ଫଳରେ ପାଲେଷ୍ଟାଇନର ସାଧାରଣ ନାଗରିକଙ୍କ ସମେତ ୫ହଜାରରୁ ଉର୍ଦ୍ଧ୍ୱ ଶିଶୁ ମୃତ୍ୟୁବରଣ କଲେଣି । ଇସ୍ରାଏଲର ମତଲବ ଅତ୍ୟନ୍ତ ସ୍ପଷ୍ଟ ଯେ, ସମସ୍ତ ପାଲେଷ୍ଟାଇନବାସୀଙ୍କୁ ପଡୋଶୀ ଇଜିପ୍ଟ ଓ ଅନ୍ୟ ଦେଶକୁ ତଡି ସମଗ୍ର ଗାଜା ଅଞ୍ଚଳକୁ ଏକ ଧ୍ୱଂସସ୍ତୁପରେ ପରିଣତ କରିବ ଓ ତାକୁ ନିଜର ଅଂଶ ଭାବେ ଦଖଲ କରି ରଖିବ । ଏହା ଫଳରେ ପାଲେଷ୍ଟାଇନବାସୀ ସେମାନଙ୍କ ଜନ୍ମମାଟିରୁ ବିତାଡିତ ହେବେ । ଇସ୍ରାଏଲର ଚରମ ଦକ୍ଷିଣପନ୍ଥୀ ନେତା ନ୍ୟାହୁ ସରକାର ବେଆଇନଭାବେ ପାଲେଷ୍ଟାଇନ ଅଞ୍ଚଳକୁ ଦଖଲ କରି ଚାଲିଛି । ୱେଷ୍ଟବ୍ୟାଙ୍କ ଅଞ୍ଚଳରେ ବେଆଇନ ଭାବେ ଦଖଲରେ ଥିବା ଇହୁଦୀମାନଙ୍କୁ ନେଇ ଏକ ଘରୋଇ ସୈନ୍ୟବାହିନୀ ଗଠନ କରି ପାଲେଷ୍ଟାଇନ ବାସୀଙ୍କୁ ମୂଳପୋଛ କରିବାର ଅଭିଯାନ ଆରମ୍ଭ କରିଛି । ଆମେରିକା ଏଭଳି ଅମାନବିକ ଆକ୍ରମଣକୁ ସମର୍ଥନ କରିବା ଏବଂ ଭାରତ ସରକାର ତାଙ୍କ ଦୀର୍ଘଦିନର ଘୋଷିତ ନୀତିରୁ ପଛକୁ ହଟି ଜାତୀୟସଂଘରେ ଭୋଟରେ ଅଂଶଗ୍ରହଣ ନ କରିବା ଆମ ଦେଶର ବୈଦେଶିକନୀତି ଯେ, ଆମେରିକାର ଗୋଡାଣିଆ ହୋଇଛି ଏକ କଥା ପ୍ରମାଣିତ ହୋଇଛି । ଯଦିଓ ଆମେ ୬୭ମସିହାଠାରୁ ଆଜି ପର୍ଯ୍ୟନ୍ତ ପାଲେଷ୍ଟାଇନ ସ୍ୱାଧୀନରାଷ୍ଟ୍ର ଗଠନ ଏବଂ ଦୁଇ ରାଷ୍ଟ୍ର ତତ୍ତ୍ୱକୁ ସମର୍ଥନ କରିଆସିଥିଲୁ । ଇସ୍ରାଏଲକୁ ଏହି କାମରେ ସମସ୍ତ ଅସ୍ତ୍ରଶସ୍ତ୍ର ଆମେରିକା ଯୋଗାଇବା ଏବଂ ପ୍ରତିବର୍ଷ ୪ଲକ୍ଷ କୋଟି ଡଲାର ସାହାଯ୍ୟ ଦେଇ ଗରିବନିରୀହ ପାଲେଷ୍ଟାଇନବାସୀଙ୍କୁ ହତ୍ୟା କରିବାରେ ସାହାଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି ବିକ୍ଷୋଭକାରୀମାନଙ୍କ ପକ୍ଷରୁ କୁହାଯାଇଛି । ତେଣୁ ତୁରନ୍ତ ଯୁଦ୍ଧ ବିରତି ଘୋଷଣା କରି ମିିଳିତ ଜାତିସଂଘ ପ୍ରସ୍ଥାବିତ ଦୁଇ ରାଷ୍ଟ୍ର ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ଇସ୍ରାଏଲରେ ଉପରେ ଚାପ ସୃଷ୍ଟି କରିବାକୁ ହେବ । ଏଥିରେ ୧୯୬୬ ପୂର୍ବର ସୀମାରେଖାକୁ ଗ୍ରହଣ କରିବା ସହ ପୂର୍ବ ଜେରୁଜେଲମକୁ ପାଲେଷ୍ଟାଇନର ରାଜଧାନୀ ଭାବେ ଗ୍ରହଣ କରିବା ପାଇଁ ଶୋଭାଯାତ୍ରାକାରୀମାନେ ଦାବି କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଏଆଇକେଏସ୍‍ର କଟକ ଜିଲ୍ଲା ଉପସଭାପତି ବଦ୍ରିନାରାୟଣ ଦାଶ ସଭାପତିତ୍ୱ କରିଥିଲେ । ସିଆଇଟିୟୁ ନେତା ରବିନାରାୟଣ ମଲ୍ଲିକ, ଉପ-ସଭାପତି ପୀତାମ୍ବର ଲେଙ୍କା, ସମ୍ପାଦକ ଅଭୟ ସ୍ୱାଇଁ, ଉପ-ସଭାପତି ପ୍ରତାପ ମହାପାତ୍ର, ପ୍ରଗତିଶୀଳ ନାଗରିକ ମଞ୍ଚର ଆବାହକ ଇଂ ମନମୋହନ ପତି, ରାଜ୍ୟ ସରକାରୀ କର୍ମଚାରୀ ନେତା ଗୋକୁଳାନନ୍ଦ ବେହେରା, କୃଷକସଭା ଜିଲ୍ଲା ସଂପାଦକ ଡମ୍ବୁରୁଧର ସାହୁ, ରମେଶ ବେହେରା, ବିଷ୍ଣୁ ବେହେରା, ମହେନ୍ଦ୍ର ସାହୁ, ରଶ୍ମିରଞ୍ଜନ ତ୍ରିପାଠୀ, ଦଳିତ ଶୋଷଣ ମୁକ୍ତି ମଞ୍ଚର ନେତା ମହେନ୍ଦ୍ର ଜେନା, ଚେମା ମଲ୍ଲିକ, ନାରୀନେତ୍ରୀ ଶୁଭ୍ରା ମହାପାତ୍ର, ଯୁବ ଫେଡେରେସନର ନେତା ଭାଗ୍ୟଧର ନାୟକ, ଋତିକ ମହାନ୍ତି, ଘନଶ୍ୟାମ ରାଉତ, ନିର୍ମାଣ ଶ୍ରମିକ ନେତା ଶିବପ୍ରସାଦ ଦାସ, ଚନ୍ଦ୍ରକାନ୍ତ ବେହେରା, ମହେଶ୍ୱର ସାହୁ, ଆଦିବାସୀ ନେତା ଚନ୍ଦ୍ରମୋହନ ମାଝି, ନରେନ୍ଦ୍ର ହେମ୍ବ୍ରମ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ନେତୃତ୍ୱ ନେଇ ଯୋଗ ଦେଇଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ