ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ

ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ

ପାଇକ ସାହି ରାମଲୀଳା ମହୋତ୍ସବ ଉଦ୍‌ଯାବିତ


କଟକ(ଏନ୍‌.ଏମ୍‌.): ସମ୍ପ୍ରତି ରାମଲୀଳା ଭଳି ଲୋକ କଳା ବୁଡ଼ିବାକୁ ବସିଥିବାବେଳେ ସଂସ୍କୃତିର ସହର କଟକରେ ଏହାକୁ ବଞ୍ଚାଇ ରଖିବା ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି । ରାଜ୍ୟର କୋଣ ଅନୁକୋଣରେ ବହୁଳ ପ୍ରସାରିତ ହେଉଥିବା ରାମଲୀଳା ଏବେ ବନ୍ଦ ହେବାକୁ ବସିଥିବାବେଳେ କଟକ ସହରରେ ଏହାର ପ୍ରଚାର ପ୍ରସାର ପାଇଁ ବହୁ କମିଟି ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି । ସେହିଭଳି କଟକ ପାଇକ ସାହି ମହାବୀର ଗ୍ରାମ ଉନ୍ନୟନ କମିଟି ପକ୍ଷରୁ ଆୟୋଜିତ ରାମଲୀଳା ମହୋତ୍ସବ ଉଦ୍‌ଯାପିତ ହୋଇ ଯାଇଛି । ବିଶେଷ କରି ପୁରାଣ ଯୁଗରେ ପ୍ରଭୁ ଶ୍ରୀରାମ ଚନ୍ଦ୍ର ଜଣେ ମର୍ଯ୍ୟାଦା ପୁରୁଷୋତ୍ତମ ଭାବେ ରାମାୟଣ ଗ୍ରନ୍ଥରେ ଉଲ୍ଲେଖ ରହିଛି । ତାଙ୍କର ସତ୍ୟନିଷ୍ଠ କାର୍ଯ୍ୟଧାରା, ବିରଳ ବିରତ୍ୱ ଉପରେ ପର୍ଯ୍ୟବେଷିତ ହୋଇଥିବାବେଳେ ପ୍ରଭୁ ଶ୍ରୀରାମ ସମଗ୍ର ମାନବ ସମାଜ ପାଇଁ ପ୍ରେରଣା ଓ ପଥପ୍ରଦର୍ଶକ ବୋଲି ଏହି କାର୍ଯ୍ୟକ୍ରମରେ ବକ୍ତାମାନେ ମତପୋଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସିନେ ଅଭିନେତା ଶ୍ରୀତମ ଦାସ, ସମାଜସେବୀ ସୁକାନ୍ତ ସେଠୀ, ମାମିନା ମହାନ୍ତି, ଭବାନୀଶଙ୍କର ନାୟକ, ତୁଷାରକାନ୍ତ ଚକ୍ରବର୍ତ୍ତି, ପ୍ରମୋଦ ଓଝା ପ୍ରମୁଖ ଯୋଗଦେଇ ଏହିଭଳି ଲୋକକଳା ବଞ୍ଚାଇ ରଖିଥିବାରୁ ଅନୁଷ୍ଠାନ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଉରାଳି ରାମଲୀଳା ପ୍ରଚାର ସମିତି ପକ୍ଷରୁ ମହିରାବଣ ବଧ ମଞ୍ଚସ୍ଥ ହୋଇଥିଲା । କଳାକାରମାନଙ୍କ ଉଚ୍ଚକୋଟୀର ଅଭିନୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । କାର୍ଯ୍ୟକ୍ରମରେ କମିଟି ସାଧାରଣ ସମ୍ପାଦକ ଜଗନ୍ନାଥ ପ୍ରସାଦ ବେହେରା ପରିଚାଳନା କରିଥିବାବେଳେ ବିଭିନ୍ନ ଗ୍ରାମର ମୁରବୀ, ବିଭିନ୍ନ ରାମଲୀଳା କମିଟିର କର୍ମକର୍ତ୍ତା ଓ ସଦସ୍ୟ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ