ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି ପଲ୍ଲିଶ୍ରୀ ମେଳା

ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି ପଲ୍ଲିଶ୍ରୀ ମେଳା

ପର୍ଯ୍ୟଟକ ଓ ଦର୍ଶକଙ୍କୁ ଆକର୍ଷିତ କରୁଛି ପଲ୍ଲିଶ୍ରୀ ମେଳା

News by Ajit Kumar Mallick (Konark)

ପୁରୀ/କୋଣାର୍କ (ଏନ୍‌.ଏମ୍‌.) : ରଥଯାତ୍ରା ଅବସରରେ ଗୁଣ୍ଡିଚା ମନ୍ଦିର ନିକଟସ୍ଥ ଭୋଳାନାଥ ବିଦ୍ୟପୀଠ ଠାରେ ଜିଲ୍ଲା ପ୍ରଶାସନ ଓ ଓରମାସ ପକ୍ଷରୁ ଆୟୋଜିତ ହୋଇଛି ପଲ୍ଲିଶ୍ରୀ ମେଳା । ରଥଯାତ୍ରା ପୂର୍ବ ସଂଧ୍ୟାରେ ଉଦଘାଟିତ ଏହି ମେଳାରେ ମୋଟ ୨୮୦ ଗୋଟି ଷ୍ଟଲ ହୋଇଛି । ତନ୍ମଧ୍ୟରୁ ୨୫୫ ଗୋଟି କାରିଗର ମାନଙ୍କର ଥିବା ବେଳେ ୨୫ ଟି ଖାଦ୍ୟ ଷ୍ଟଲ । ଆମ ରାଜ୍ୟର ସମସ୍ତ ଜିଲ୍ଲା ସହ ରାଜ୍ୟ ବାହାରୁ ଆନ୍ଧ୍ରପ୍ରଦେଶ, ଆସାମ, ଦିଲ୍ଲୀ, ଗୁଜରାଟ, ହରିୟାଣା, ଜାମ୍ମୁ ଓ କାଶ୍ମୀର,ମଣିପୁର, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଗଂ, ପଞ୍ଜାବ, ଝାଡ଼ଖଣ୍ଡ,ଉତ୍ତର ପ୍ରଦେଶ ପ୍ରଭୃତି ୧୪ ରାଜ୍ୟର ଷ୍ଟଲ ଲାଗିଛି । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଫଟୋ ଚିତ୍ର ପ୍ରଦର୍ଶନୀର ଆୟୋଜନ ହୋଇଛି ଯାହାକି ଦର୍ଶକଙ୍କୁ ବେଶ ଆକୃଷ୍ଟ କରୁଛି । ବିଶେଷ କରି ମହାପ୍ରଭୁଙ୍କ ବିଭିନ୍ନ ଦୁର୍ଲ୍ଲଭ ଫଟୋ ,ତଥ୍ୟାବଳୀ ଓ ସୂଚନା ସହ ଉନ୍ନୟନର ଫଟୋ ଚିତ୍ର ପ୍ରଦର୍ଶନ ସମସ୍ତଙ୍କ ମନ ମୋହୁଛି । ଜୁଲାଇ ୪ ତାରିଖ ସୁଦ୍ଧା ପ୍ରାୟ ୧ କୋଟି ୪୦ ଲକ୍ଷ ରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟବସାୟ ହୋଇଛି ବୋଲି ଓରମାସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ଦାସ ସୂଚନା ଦେଇଛନ୍ତି । କରୋନା ପାଇଁ ଦୁଇ ବର୍ଷ ଧରି ବନ୍ଦ ରହିଥିବା ଏହି ମେଳା ଚଳିତ ବର୍ଷ ଆୟୋଜନ ଓ ବ୍ୟବସାୟ ଆଶାନୁରୂପ ହେଉଥିବାରୁ ବ୍ୟବସାୟୀ ମାନେ ଖୁସି ଥିବା ଜଣା ଯାଇଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ