ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ

ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପରେ ତୃତୀୟ ସ୍ଥାନ ଅଧିକାର କଲେ କଟକର ୬ ବର୍ଷର ବାଳକ ଶ୍ରେୟାନ୍ସ

News by Kanhu Charan Panda (Jagatpur)

#କଟକ(ଏନ୍‌.ଏମ୍‌.): ନ୍ୟାସନାଲ ଓପନ କରାଟେ ଚାମ୍ପିଅନସିପ ଦ୍ୱାରା ଆୟୋଜିତ ବାଙ୍ଗାଲୋର ଠାରେ ହେଉଥିବା ସାଉଥ ଇଣ୍ଡିଆ କପ-୨୦୨୩ରେ ବୟସ ୬/୭ ବର୍ଷ ବାଳକ ବର୍ଗ ରେ ୨୦୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗ ନେଇଥିବା ବେଳେ କଟକର ଶ୍ରେୟାନ୍ସ କାଟା ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରି କଟକ ତଥା ଓଡିଶା ପାଇଁ ଗୌରବ ଆଣି ଦେଇଛନ୍ତି । ଶ୍ରେୟାନ୍ସ ବର୍ତ୍ତମାନ ଷ୍ଟାଣ୍ଡର୍ଡ଼-୧ ର ଛାତ୍ର । ଆଗକୁ ଆହୁରି ଅଧିକ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିବେ ବୋଲି ଲକ୍ଷ ରଖିଛନ୍ତି । ଶ୍ରେୟାନ୍ସ ହେଉଛନ୍ତି କଟକ ଅରୁଣଦୋୟ ନଗର ଆଇନଜୀବୀ ସନ୍ତୋଷ ମହାନ୍ତି ଓ ଆଇନଜୀବୀ ଶର୍ମିଷ୍ଠା ପ୍ରିୟଦର୍ଶିନୀଙ୍କ ଏକମାତ୍ର ପୁତ୍ର । ସେ ପ୍ରତ୍ୟେହ ଦୁଇଘଣ୍ଟା କରାଟେ ଅଭ୍ୟାସ କରନ୍ତି । ଶ୍ରେୟାନ୍ସଙ୍କର ଏହି କୃତିତ୍ୱ ପାଇଁ କଟକ ସହରର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ