ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର

ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର

ନୌବାଣିଜ୍ୟ ସଂଗ୍ରହାଳୟରେ ଲାଗୁ ହେଲା ଇ-ଟିକେଟ ବ୍ୟବସ୍ଥା: ରକ୍ଷଣାବେକ୍ଷଣ ପାଇଁ ଅର୍ଥାଭାବ ଯୋଗୁ ବଢିଲା ଟିକେଟ୍ ଦର

ଫଟୋ- ପଦ୍ମଲୋଚନ ମିଶ୍ର

କଟକ(ଏନ.ଏମ୍‌.): କଟକ ସହରର ଯୋବ୍ରାଠାରେ ପ୍ରତିଷ୍ଠିତ ହୋଇଥିବା ଐତିହାସିକ ନୌବାଣିଜ୍ୟ ସଂଗ୍ରହାଳୟର ପ୍ରବେଶ ମୂଲ୍ୟ ଆଜିଠୁ ବୃଦ୍ଧି ପାଇଛି । ଏଥିସହିତ ସଂଗ୍ରହାଳୟର ପରିଚାଳନା କମିଟି ପକ୍ଷରୁ ଭ୍ରମଣକାରୀଙ୍କ ସୁବିଧା ସୁଯୋଗ ପାଇଁ ଇ-ଟିକେଟ୍ ବ୍ୟବସ୍ଥା ପ୍ରଚଳନ ଆରମ୍ଭ ହୋଇଛି । ବ୍ରିଟିଶ ଅମଳର ଏହି ଯୋବ୍ରା ୱାର୍କସପ୍‌ଟିକୁ ଗତ ୨୦୧୩ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଚେଷ୍ଟାରେ ମ୍ୟାରିଟାଇମ ମ୍ୟୁଜିୟମ କରାଯାଇଥିଲା । ଦର୍ଶକମାନଙ୍କ ସୁବିଧା ସୁଯୋଗ ପାଇଁ ଏଠାରେ ଆକ୍ୟୁଆରିୟମ, ୪-ଡି ସିନେମା ହଲ, ମିରର୍ ଇମେଜ୍‌, ମଲ୍ଟିି ମିଡିଆ ହଲ, ସମ୍ମିଳନୀ କକ୍ଷ, ମୁକ୍ତାକାଶ ଥିଏଟର ସହିତ ବ୍ରିଟିଶ ଅମଳର ବିଭିନ୍ନ ସାମଗ୍ରୀମାନ ସୁରକ୍ଷିତ ରଖାଯାଇଥିଲା । ତେବେ ସେହି ବର୍ଷ ରାଜ୍ୟ ସରକାର ଦେଇଥିବା ଅନୁଦାନର ସୁଧରେ ମ୍ୟୁଜିୟମଟିକୁ ପରିଚାଳିତ କରାଯାଉଥିଲେ ମଧ୍ୟ ବିଦ୍ୟୁତ ଖର୍ଚ୍ଚ, କର୍ମଚାରୀଙ୍କ ଦରମା ସୁଧରେ ପରିଚାଳନା କରିବା ସମ୍ଭବ ହୋଇପାରିନଥିଲା । ମିଳୁଥିବା ଅନୁଦାନ ଓ ଭିତ୍ତିଭୂମି ଉପରେ ରାଜ୍ୟ ଜଳ ସଂପଦ ବିଭାଗର ମୁଖ୍ୟ ଯନ୍ତ୍ରୀ ଭକ୍ତକିଶୋର ମହାନ୍ତି ମ୍ୟୁଜିୟମର ପାରିପାଶ୍ୱର୍ିକ ସ୍ଥିତି ସହ ରକ୍ଷଣା ବେକ୍ଷଣକୁ ଅନୁଧ୍ୟାନ କରି ସରକାରଙ୍କୁ ଏକ ରିପୋର୍ଟ ପ୍ରଦାନ କରିଥିଲେ । ରିପୋର୍ଟର ତଥ୍ୟ ଅନୁଯାୟୀ ପରିଚାଳନା କମିଟିର ସଦସ୍ୟ ଥିବା ପ୍ରିନ୍ସପାଲ ସେକ୍ରେଟାରୀ, ଆରଡିସି, ଜିଲ୍ଲାପାଳ, ସିଏମସି କମିଶନର, ମୁଖ୍ୟଯନ୍ତ୍ରୀ ମ୍ୟୁଜିୟମର ଆୟ ବ୍ୟୟ, ଆବଶ୍ୟକୀୟ କର୍ମଚାରୀ ନିଯୁକ୍ତି, ଦରମା ଖର୍ଚ୍ଚ ପାଇଁ ମ୍ୟୁଜିୟମର ପ୍ରବେଶ ମୂଲ୍ୟ ବୃଦ୍ଧି ନିମନ୍ତେ ସୁପାରିଶ କରିଥିଲେ । ଏହି ମୂଲ୍ୟ ବୃଦ୍ଧି ଫଳରେ ପ୍ରବେଶ ଟିକେଟ୍‌ର ମୂଲ୍ୟ ୧୦ ଟଙ୍କାରୁ ୨୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଶାରୀରିକ ଭିନ୍ନକ୍ଷମ, ୮ ବର୍ଷରୁ କମ୍ ପିଲାଙ୍କୁ ସଂପୂର୍ଣ୍ଣ ମାଗଣା ଓ ୮ ବର୍ଷରୁ ୧୪ ବର୍ଷର ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ରିହାତି ରହିଛି । ସୂଚନାଯୋଗ୍ୟ ଯେ,ଏହି ମ୍ୟୁଜିୟମରେ ମାସିକ ବିଦ୍ୟୁତ ବିଲ୍ ୧ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେଉଥିବା ବେଲେ ୫୦ରୁ ୬୦ ଜଣ କର୍ମଚାରୀ ଏଠାରେ ନିୟୋଜିତ ହୋଇଛନ୍ତିି । ତେବେ ମାସିକ ଆୟ ସର୍ବନିମ୍ନ ୩ରୁ ୫ ଲକ୍ଷ ଭିତରେ ହେଉଥିବାରୁ ରକ୍ଷଣା ବେକ୍ଷଣରେ ସମସ୍ୟା ସୃଷ୍ଟି ଯୋଗୁ ଟିକେଟ ଦର ବୃଦ୍ଧି କରିବାକୁ ନିଷ୍ପତି ନିଆଯାଇଥିôବା କୁହାଯାଉଛି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି