ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

ନେମାଳ ଅଞ୍ଚଳରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

News by Basanta Ratha (Cuttack)

ନେମାଳ(ଏନ୍‌.ଏମ୍‌.): କଟକ ଜିଲ୍ଲା ନେମାଳ ଥାନା ଅଞ୍ଚଳରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି । ସମ୍ପ୍ରତି ରାଜ୍ୟରେ ଆସାମାଜିକ ତଥା ମାଫିଆମାନେ ନିଜର ଅନୈତିକ କାର୍ଯ୍ୟର ସାମ୍ରାଜ୍ୟକୁ ସୁରକ୍ଷିତ ରଖିବା ନିମନ୍ତେ ସାମ୍ବାଦିକଙ୍କୁ ଆକ୍ରମଣ କରିବା ଭଳି ଘଟଣା ବହୁଳ ଭାବେ ଦେଖିବାକୁ ମିଳିଛି । ତେବେ ଏଠାରେ ବାଲି ମାଫିଆଙ୍କ ଆକ୍ରମଣରେ ବରିଷ୍ଠ ସାମ୍ବାଦିକ ରତ୍ନାକର ବାରିକ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ କଟକ ବଡ ଡାକ୍ତର ଖାନା(ଏସସିବି)ରେ ଚିକିତ୍ସିତ ହୋଇ ସାମାନ୍ୟ ସୁସ୍ଥ ହେବା ପରେ ଘରକୁ ଫେରିଥିବା ସୂଚନା ମିଳିଛି । ପ୍ରାପ୍ତ ଖବର ଅନୁଯାୟୀ, ଗତକାଲି ସଂଧ୍ୟାରେ ସାମ୍ବାଦିକ ଶ୍ରୀ ବାରିକଙ୍କ ଉପରେ ଆକ୍ରମଣ ହୋଇଥିବା ତାଙ୍କ ପତ୍ନୀ ନେମାଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଆଜି ସାଲେପୁର ଏସଡିପିଓ ବିମଳ ବାରିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ଅଞ୍ଚଳର ବୁଦ୍ଧିଜୀବୀଙ୍କ ସମେତ ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ତିବ୍ର ନିନ୍ଦା କରାଯାଇଛି । ସମ୍ପ୍ରତି ମାଫିଆମାନେ ନିଜର କଳା ସାମ୍ରାଜ୍ୟ ଗଠନରେ ଅନ୍ତରାୟ ସୃଷ୍ଟି କରୁଥିବା ସାମ୍ବାଦିକମାନଙ୍କୁ ଆକ୍ରମଣ କରିବାକୁ ପଛାଉ ନଥିବା କୁହାଯାଉଛି । ତେଣୁ ସମାଜର ଜାଗ୍ରତ ପ୍ରହରୀ ଭାବେ କାମ କରୁଥିବା ସାମ୍ବାଦିକଙ୍କ ସୁରକ୍ଷା ପାଇଁ ପ୍ରଶାସନ ସମ୍ବେଦନଶୀଳ ହେବା ସହ ଆକ୍ରମଣକାରୀଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ସାମ୍ବାଦିକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ସାଲେପୁର ଏସଡିପିଟ ଶ୍ରୀ ବାରିକଙ୍କ ସହ ଆଲୋଚନା ଆକ୍ରମଣକାରୀ ବାଲି ମାଫିଆଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ