ନୂତନ ସିଡିଏସ ଜେନେରାଲଙ୍କୁ ମିଳିଲା ଜେଡପ୍ଲସ ସୁରକ୍ଷା

ନୂତନ ସିଡିଏସ ଜେନେରାଲଙ୍କୁ ମିଳିଲା ଜେଡପ୍ଲସ ସୁରକ୍ଷା

ନୂତନ ସିଡିଏସ ଜେନେରାଲଙ୍କୁ ମିଳିଲା ଜେଡପ୍ଲସ ସୁରକ୍ଷା


ନୂଆଦିଲ୍ଲୀ(ଏଜେନ୍ସି): ଦେଶର ନୂଆ ସିଡିଏସ୍ ଜେନେରାଲ ଅନୀଲ ଚୌହାନଙ୍କୁ କେନ୍ଦ୍ର ସରକାର ଜେଡ୍ ପ୍ଲସ ସୁରକ୍ଷା ଯୋଗାଇ ଦେଇଛନ୍ତି । ଦିଲ୍ଲୀ ପୁଲିସ୍ ପକ୍ଷରୁ ତାଙ୍କୁ ଏହି ସୁରକ୍ଷା ଯୋଗାଇ ଦିଆଯିବ । ଏନେଇ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଶୁକ୍ରବାର ଜେନେରାଲ ଚୌହାନ ଦେଶର ଦ୍ୱିତୀୟ ସିଡିଏସ୍ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ । ଏବେ ତାଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳିଛି । ଜେନେରାଲ ଚୌହାନଙ୍କୁ ଏଣିକି ଦିଲ୍ଲୀ ପୁଲିସ ୩୩ ଜଣ ସଶସ୍ତ୍ର କର୍ମଚାରୀ ସୁରକ୍ଷା ଯୋଗାଇ ଦେବେ । ବାସଭବନ ସମେତ ସବୁ ସମୟରେ ତାଙ୍କୁ ଏହି ସୁରକ୍ଷା ମିଳିବ । ସିଡିଏସ ଜେନେରାଲ ଶ୍ରୀ ଚୌହାନ ଗତବର୍ଷ ମେ’ ୩୧ରେ ସେନା ବାହିନୀରୁ ଅବସର ନେଇଥିଲେ । ଅବସର ସମୟରେ ସେ ଇଷ୍ଟର୍ଣ୍ଣ ଆର୍ମିର କମାଣ୍ଡର ରହିଥିଲେ । ଅବସର ପରେ ସେ ଏନଏସସିଏସରେ ମିଲିଟାରୀ ପରାମର୍ଶଦାତା ଭାବେ ଯୋଗ ଦେଇଥିଲେ । ଏହାର ମୁଖ୍ୟ ହେଉଛନ୍ତି ଏନଏସ୍‌ଏ ଅଜିତ ଡୋଭାଲ । ଜେନେରାଲ ଶ୍ରୀ ଚୌହାନ ୧୯୮୧ରେ ଭାରତୀୟ ସେନାର ୧୧ଗୋର୍ଖା ରାଇଫଲରେ ଯୋଗ ଦେଇଥିଲେ । ଏହାପରେ ସେ ଏକାଧିକ ପଦପଦବୀରେ ରହି ଦେଶର ସେବା କରିଥିଲେ । ୨୦୧୯ ବାଲାକୋଟ ଏୟାରଷ୍ଟ୍ରାଇକ ସମୟରେ ସେ ଆର୍ମିର ଡିଜିଏମ୍‌ଓ ଭାବେ ଦାୟିତ୍ୱ ସମ୍ପାଦନ କରିଥିଲେ । ଜେନେରାଲ ଶ୍ରୀ ଚୌହାନ ପ୍ରଥମ ଅବସରପ୍ରାପ୍ତ ୩ ଷ୍ଟାର ଅଫିସର ଯିଏ ସେନା ବାହିନୀକୁ ୪ ଷ୍ଟାର ଅଧିକାରୀ ଭାବେ କମ ବ୍ୟାକ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ଶିକ୍ଷା ଓ ନିଯୁକ୍ତି