ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ମନମୋର କାଗଜ ଗୁଡି’ର, ସଙ୍ଗୀତ ଲୋକାର୍ପଣ
ଭୁନନେଶ୍ୱର (ଏନ୍.ଏମ୍.): ସ୍ଥାନୀୟ ଗୌରୀ କଟେଜ ହୋଟେଲ ପରିସରରେ, ନୂଆ ଓଡ଼ିଆ ସିନେମା ‘ମନ ମୋର କାଗଜ ଗୁଡି’ର ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୁଖ୍ୟ ଉଦ୍ଘାଟକ ଭାବେ ସ୍କୁଲ ଆଣ୍ଡ ମାସ ଏଜୁକେଶନ ମନ୍ତ୍ରୀ ସମୀର ରଞ୍ଜନ ଦାସ ଯୋଗ ଦେଇଥିଲେ । ଆଜି ଏହି ଗ୍ରାଣ୍ଡ ଅଡିଓ ରିଲିଜ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଧାୟକ ଅନନ୍ତ ନାରାୟଣ ଜେନା ଓ ସମ୍ମାନିତଅତିଥି ଭାବେ ଜଟଣୀ ବିଧାୟକ ସୁରେଶ ରାଉତରାୟ ପ୍ରମୁଖ ଉପସ୍ଥିତ ଥିଲେ । ସୁମିତ୍ରା ଏଣ୍ଟରଟେନମେଣ୍ଟ ବ୍ୟାନର ‘ମନ ମୋର କାଗଜ ଗୁଡି’ ସିନେମାକୁ ନେଇ ଏହାର ମୁଖ୍ୟ ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ ବେଶ ଆଶାବାଦୀ ଅଛନ୍ତି । ବ୍ୟୟବହୁଳ ସିନେମାଟିକୁ ଆଉ ଟିକେ ସରସ ସୁନ୍ଦର କରିବା ପାଇଁ ସଙ୍ଗୀତକୁ ସ୍ମୃତି ମଧୁର କରିଛନ୍ତି ସଙ୍ଗୀତ ନିର୍ଦ୍ଦେଶକ ଜାପାନୀ ଭାଇ । ନିର୍ଦ୍ଦେଶନା ଭାର ଦେବଜ୍ୟୋତି ପାତ୍ର ସମ୍ଭାଳି ଥିବାବେଳେ, ସଂଳାପ ଲେଖିଛନ୍ତି ମାନସ ପଢିହାରୀ । କାହାଣୀ ରଚନା ଦିବ୍ୟ ସିଂ ରାୟ କରିଥିବା ବେଳେ, ନୃତ୍ୟ ନିର୍ଦ୍ଦେସନା ଦେଇଛନ୍ତି ଅମିତ । ସେହିଭଳି ଅଭିନୟରେ ରାକେଶ ସିଂ ଦେଓ, ଭୂମିକା ଦାସ, ମମତା ଦାସ, ପ୍ରୀତିରାଜ, ଦେବୀ ବାରିକ, ଚୌଧୁରୀ ଜୟ ପ୍ରକାଶ ଦାସ, ଐଶ୍ୱର୍ଯ୍ୟା ବେହେରା, କୁମାର, ଜ୍ଞାନ, ଭକ୍ତି, ତାପସ, ମଣ୍ଟୁ, ପ୍ରୀତି, ନାଗେଶ, ଗୁଡ୍ଡି , ମମତା ଦାସ, ସୁହାନା, ଦିବ୍ୟାଂସା, ଲିପୁନ ପ୍ରମୁଖ କଳାକାରଙ୍କ ଜୀବନ୍ତ ଅଭିନୟ ଦର୍ଶକଙ୍କ ହୃଦୟକୁ ଜିତିପାରିବ ବୋଲି ପ୍ରଯୋଜନା ସଂସ୍ଥା ଆସ୍ଥା ପ୍ରକଟ କରିଛି । ପ୍ରଯୋଜକ ଶିବିର କୁମାର ପରିଡା ଓ ସହ ପ୍ରଯୋଜକ ବିବେକାନନ୍ଦ ବାରିକ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।