ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ
ଆଠଗଡ଼(ଏନ୍.ଏମ୍.): ଆଠଗଡ କନ୍ଦରପୁରସ୍ଥିତ ମା’ କାଳିଆଶୁଣୀ ମନ୍ଦିର ପରିସରରେ ନିଃସ୍ୱାର୍ଥପର ଯୁବକ ସଂଘ ଆନୁକୂଲ୍ୟରେ ଭଜନ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୂପାୟନ ଭଜନ ଦଳ ଭଜନ ପରିବେଷଣ କରାଯାଇଥିଲା । ବିଶିଷ୍ଟ ଭଜନ ଗାଇକା କବିତା ଦାସ ଭଜନ ଶୁଣାଇ ଦର୍ଶକ ମାନଙ୍କର ମନ ମୁଗ୍ଧ କରାଇଥିଲେ । ନିଃସ୍ୱାର୍ଥ ପର ଯୁବକ ସଂଘର ମୂଖ୍ୟ ପରାମର୍ଶଦାତା ଦାତା ପ୍ରଦୀପ କୁମାର ଖଟୁଆଙ୍କ ତତ୍ତ୍ୱାବଧାନରେ ଭଜନ ସମାରୋହ ହୋଇଥିଲା । ଏହି ଅବସରରେ ଯୁବକ ସଂଘ ପକ୍ଷରୁ ସଚେତନତା ମୂଳକ କାର୍ଯ୍ୟକ୍ରମ ପ୍ରଣାମ ଗୁରୁଜନ ଅନୁଷ୍ଠିତ ହୋଇଥିଲା । ଉତ୍ସବରେ ମୁଖ୍ୟଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ପଣ୍ଡା ଯୋଗଦେଇ କହିଲେ ଯେ, ଶ୍ରୀ ଖଟୁଆ ଜଣେ ଭଦ୍ର ମିଳାପି ତଥା ଭାରତୀୟ ବିକାଶ ପରିଷଦ, କଟକ ବାରବାଟୀ ଶାଖାର ସାଂଗଠାନିକ ସଂପାଦକ ସହିତ ଦି ଲିଙ୍କ ଚକ୍ଷୁ ହସ୍ପିଟାଲର ବରିଷ୍ଠ ନିର୍ଦ୍ଦେଶକ ଅଛନ୍ତି । ସେ ନିଜକୁ ବହୁ ଜନକଲ୍ୟାଣ କାର୍ଯ୍ୟରେ ସାମିଲ ରଖି ଜନସେବାକୁ ନିଜର ବ୍ରତ ଭାବେ ଗ୍ରହଣ କରି ଅନ୍ୟମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିମାନଙ୍କ ମଧ୍ୟରେ ମୂଖ୍ୟ ସଚେତକ ରୋଟାରୀୟାନ ଆଲୋକ କୁମାର ସାହୁ, ନବକିଶୋର ରାଉତ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ମହେନ୍ଦ୍ର କୁମାର ଦାସ, କନ୍ଦର ପୁରର ମଧ୍ୟ ଇଂରାଜୀ ବିଦ୍ୟାଳୟର ଅବସରପ୍ରାପ୍ତ ଶିକ୍ଷକ ଏବଂ ଏହି ଅଞ୍ଚଳର ଅନେକ ବୁଦ୍ଧିଜୀବୀ ଯଥା, ତ୍ରିଲୋଚନ ଖଟୁଆ, ଗୁରୁବାରୀ ଖଟୁଆ, କୈଳାଶ ଚନ୍ଦ୍ର ନାୟକ, ଧରଣୀଧର ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ପରି ଶେଷରେ ଉକ୍ତ କାର୍ଯ୍ୟକ୍ରମରେ କ୍ଲବର ସଭାପତି ଓ ସଂପାଦକ ଅଜିତ ମହାରଣା, ସତ୍ୟଶିବ ସାହୁ ଉପସ୍ଥିତ ରହି ଅତିଥି ମାନଙ୍କୁ ପୁଷ୍ପ ଗୁଚ୍ଛ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ ।