ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ

ନାଳରେ ଭାସିଯାଇ ଗାଈ ଚରାଳି ଯୁବକ ମୃତ


ନରସିଂହପୁର(ଏନ୍‌.ଏମ୍‌.): ଏଭଳି ଏକ ଦୁଃଖଦ ଘଟଣା ଘଟିଛି କଟକ ଜିଲ୍ଲା କାନପୁର ଥାନା ଅନ୍ତର୍ଗତ ପାଇକ ବାରବାଟି ଗ୍ରାମର ବାଉଁସପଦା ସାହିରେ । ସୂଚନା ଅନୁଯାୟୀ ନରସିଂହପୁର-ନୟାଗଡ଼ ମୁଖ୍ୟ ରାସ୍ତାର ପାଇକବାରବାଟି ଠାରେ ଥିବା ନୂଆନାଳ ନିକଟରେ ଥିବା ଆମ୍ବ ତୋଟାକୁ ସେହି ଗ୍ରାମର ପ୍ରଫୁଲ୍ଲ ରାଉତଙ୍କ ପୁଅ ମୃତ ଶ୍ରୀକାନ୍ତ ରାଉତ(୨୦ ବର୍ଷ)ପ୍ରତିଦିନ ଗାଈ ଚରାଇବାକୁ ଯାଇଥିଲେ । ମାତ୍ର ଗତକାଲି ସନ୍ଧ୍ୟା ସମୟରେ ଗାଈ ଘରକୁ ଫେରିଥିବା ବେଳେ ମୃତ ଶ୍ରୀକାନ୍ତ କିନ୍ତୁ ଘରକୁ ଫେରିନଥିଲେ । ଶ୍ରୀକାନ୍ତ କାହିଁକି ଘରକୁ ଫେରି ନାହାନ୍ତି ବୋଲି ପରିବାର ଲୋକଙ୍କ ସହ ଗ୍ରାମବାସୀ ଖୋଜାଖୋଜି କରିବାରୁ ନାଳ ପାଖରେ ଶ୍ରୀକାନ୍ତ ଙ୍କର ରଖାଯାଇଥିବା ଝାମ୍ପି ଏବଂ ବାଡ଼ି ମିଳିଥିବାରୁ ଗାଁ ଲୋକଙ୍କର ସନ୍ଦେହ ହେଲା ଯେ ଶ୍ରୀକାନ୍ତ ନାଳରେ ଭାସିଯାଇଛନ୍ତି । ଗତକାଲି ରାତିରେ ବାଲିଝରି ଅଗ୍ନିଶମ ବିଭାଗ ଏବଂ ଗ୍ରାମବାସୀ ଙ୍କ ଦ୍ୱାରା ଖୋଜା ଚାଲିଥିବା ବେଳେ ଶ୍ରୀକାନ୍ତଙ୍କର କୌଣସି ପତ୍ତା ମିଳିନଥିଲା । ଆଜି ବାଲିଝାରି ଅଗ୍ନିଶମ ବିଭାଗ ଏବଂ ଗ୍ରାମବାସୀ ମିଶି ଶ୍ରୀକାନ୍ତ ରାଉତଙ୍କ ଶବକୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ସ୍ଥାନୀୟ ବିଧାୟକ ଦେବୀପ୍ରସାଦ ମିଶ୍ର, ନରସିଂହପୁର ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ନରସିଂହପୁର ତହସିଲଦାର ଆଲୋକ କୁମାର ଦେହୁରୀ ଓ କାନପୁର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସମ୍ପର୍କରେ ବୁଝିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ବଡମ୍ବା ଡ଼ାକ୍ତରଖାନାକୁ ପଠାଇଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ