ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପିଏଚଆଇଇଭି

ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପିଏଚଆଇଇଭି

ନାର୍ଯ୍ୟ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ପିଏଚଆଇଇଭି


# କଟକ(ଏନ୍‌.ଏମ୍‌.): ଚାକିରୀକୁ ସ୍ଥାୟୀ ଓ ବେତନ ବୃଦ୍ଧି ତଥା ଦିନିକିଆ ଛଟେଇ ବନ୍ଦ ଦାବିରେ ଭିନ୍ନକ୍ଷମ ଅନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀ(ପିଏଚଆଇଇଭି)ମାନେ ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।
ଅଭିଯୋଗ ଅନୁଯାୟୀ କଟକ ଜିଲ୍ଲାର ୧୪ଟି ବ୍ଲକ ଓ ଗୋଟିଏ ଏନଏସିରେ ୧୦୩ ଜଣ ଭିନ୍ନକ୍ଷମ ଓଡ଼ିଶା ସରକାରଙ୍କର ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ଭିନ୍ନକ୍ଷମ ଅର୍ନ୍ତନିବେସୀ ଶିକ୍ଷା ସ୍ୱେଚ୍ଛାସେବୀଭାବରେ ଦୀର୍ଘ ୧୧ ବର୍ଷ ହେବ ନିରବଚ୍ଛିନ୍ନଭାବେ କାର୍ଯ୍ୟ କରିଆସୁଛନ୍ତି । କିନ୍ତୁ ଦୁଃଖର ବିଷୟ ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ଚାକିରୀରେ ନିୟମିତ କରାଯାଉନାହିଁ । ପୁନଶ୍ଚ ସେମାନଙ୍କୁ ମାସିକ ବେତନ ୪ହଜାର ୭୬୦ଟଙ୍କା ପାରିତୋଷିକ ଦିଆଯାଉଅଛି । ଭାରତ ସରାକାରଙ୍କ ଭିନ୍ନକ୍ଷମ ଆଇନ ଅନୁଯାୟୀ ୬ ବର୍ଷରେ ନିୟମିତ କରିବା ପରିବର୍ତ୍ତେ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗ ପ୍ରତି ବର୍ଷ ଗୋଟିଏ ଦିନ ଛଟେଇକରି ନିୟମିତରୁ ବଞ୍ଚିତ କରୁଅଛି । ଏପରିକି ମାସିକ ବେତନ ପ୍ରତିମାସରେ ଦେବା ପରିବର୍ତ୍ତେ ପ୍ରତି ୬ ମାସରେ ଥରେ ମିଳୁଛି । ଯାହାକି ଏଥିରେ ସେମାନଙ୍କ ପରିବାର ପ୍ରତିପୋଷଣ କରିବାରେ ବାଧକ ସୃଷ୍ଟି ହେଉଛି । ଯାହା କି ଗୋଟିଏ ଦିନମଜୁରିଆଠାରୁ ମଧ୍ୟ ବହୁତ କମ୍ ପାରିତୋଷିକ ଦିଆ ଯିବା ଘଟଣାକୁ ବିକ୍ଷୋଭକାରୀମାନେ ନିନ୍ଦା କରିଛନ୍ତି । ଏହି ପରିପ୍ରେକ୍ଷୀରେ ଉପସ୍ଥାପନ ହୋଇଥିବା ଦାବିଗୁଡ଼ିକ ମଧ୍ୟରେ ଆମ ଚାକିରୀକୁ ବିଦ୍ୟାଳୟ ଓ ଗଣ ଶିକ୍ଷା ବିଭାଗରେ ନିୟମିତ କରାଯିବା, ସରକାରୀ ନିୟମ ଅନୁଯାୟୀ ଦରମା ବୃଦ୍ଧି କରାଯିବା, ପ୍ରତି ବର୍ଷର ଛଟେଇକୁ ଉଚ୍ଛେଦ କରାଯିବାକୁ ଦାବି କରାଯାଇଛି । ଏଥି ସହିତ ପିଏଚଆଇଇଭି ମାନଙ୍କୁ ଚାକିରୀର ସର୍ତ୍ତାବଳୀ ଅନୁଯାୟୀ ସ୍ଥାୟୀ ଓ ନିୟମିତ କରିବା, ଦରମା ବୃଦ୍ଧି କରିବା ତଥା ଛଟେଇ ଉଚ୍ଛେଦ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି । ଏହି ବିକ୍ଷୋଭରେ ସଭାପତି ପ୍ରତାପ କୁମାର ସ୍ୱାଇଁ ସମ୍ପାଦକ ପ୍ରଦୀପ କୁମାର ବିଶ୍ୱାଳ, ସୁବାସ ଚନ୍ଦ୍ର ଭୋଇଙ୍କ ସମେତ ବହୁ କମଚାରୀ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି