ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ : ଦୃଢ ସଂକଳ୍ପ ଓ କର୍ମ ନିଷ୍ଠା ହିଁ ସଫଳତାର ଚାବିକାଠି – ମୁଖ୍ୟ ଶାସନ ସଚିବ

ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ : ଦୃଢ ସଂକଳ୍ପ ଓ କର୍ମ ନିଷ୍ଠା ହିଁ ସଫଳତାର ଚାବିକାଠି – ମୁଖ୍ୟ ଶାସନ ସଚିବ

ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସ ସମାରୋହ
ଦୃଢ ସଂକଳ୍ପ ଓ କର୍ମ ନିଷ୍ଠା ହିଁ ସଫଳତାର ଚାବିକାଠି – ମୁଖ୍ୟ ଶାସନ ସଚିବ


#କେନ୍ଦୁଝର(ଏନ୍‌.ଏମ୍‌.): କେନ୍ଦୁଝର ସ୍ଥିତ ଧରଣୀଧର ବିଶ୍ୱ ବିଦ୍ୟାଳୟର ପ୍ରଥମ ପ୍ରତିଷ୍ଠା ଦିବସର ଭବ୍ୟ ସମାରୋହ ବିଶ୍ୱ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ମୁଖ୍ୟଅତିଥି ଭାବେ ବିଶ୍ୱ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବର୍ତ୍ତମାନର ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଯୋଗଦେଇ ନିଜ ଅଭିଭାଷଣରେ ଦୃଢ ସଂକଳ୍ପ ଓ କର୍ମନିଷ୍ଠା ହିଁ ସଫଳତାର ଚାବି କାଠି ବୋଲି ମତ ପ୍ରକାଶ କରିଥିଲେ । ଏହି ଅବସରରେ ବିଶ୍ୱ ବିଦ୍ୟାଳୟର ଛାତ୍ରଛାତୀମାନଙ୍କୁ ଉଦବୋଧନ ଦେଇ ଶ୍ରୀ ଜେନା କହିଥିଲେ ଯେ, ନିରାସକ୍ତ କର୍ମ ହିଁ ଆମକୁ ସ୍ୱତନ୍ତ୍ର ପରିଚୟ ଦେବ । ଏହି ଅବସରରେ ଶ୍ରୀ ଜେନା ଏଠାରେ ପାଠ ପଢିବାବେଳେ ସେ ନିଜେ ରହୁଥିବା ଗୋପବନ୍ଧୁ ଛାତ୍ରାବାସ ପରିଦର୍ଶନ କରିଥିଲେ ଓ ସେ ରହୁଥିବା ପ୍ରକୋଷ୍ଠ ଦେଖି ପୁରୁଣା ସ୍ମୃତିର ରୋମନ୍ଥନ କରିଥିଲେ । ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ସେ କହିଥିଲେ ଯେ, କେନ୍ଦୁଝର ଭଳି ଏକ ଖଣିଜ ସମ୍ପଦ ପରିପୂର୍ଣ୍ଣ ଜିଲ୍ଲା ଓଡିଶାର ବିକାଶରେ କର୍ଣ୍ଣଧାର ସାଜିବ, ସେତେବେଳେ ସେ ଭାବି ନଥିଲେ । ଏହି ଅନୁଷ୍ଠାନ ତାଙ୍କୁ ଜୀବନରେ ଆଗକୁ ବଢିବାର ପ୍ରେରଣା ଯୋଗାଇଛି ବୋଲି ସେ ପ୍ରକାଶ କରିଥିଲେ । ମୁଖ୍ୟଅତିଥି ଶ୍ରୀ ଜେନା ତାଙ୍କର ସାରଗର୍ଭକ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ଜୀବନରେ ଉତ୍କର୍ଷତା ହାସଲ ପାଇଁ ପ୍ରେରଣା ଦେଇଥିଲେ । ସମାରୋହରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର ଉପାଧ୍ୟକ୍ଷ ବୈଜ୍ଞାନିକ ପ୍ରଫେସର ଅଶୋକ କୁମାର ଦାସ ଯୋଗଦେଇ ନବଜାତକ ଏହି ବିଶ୍ୱବିଦ୍ୟାଳୟର ସଫଳତା କାମନା କରିଥିଲେ । ସମାରୋହର ପ୍ରାରମ୍ଭରେ ଜାତୀୟ ସଂଗୀତ ପରିବେଷଣ କରାଯିବା ସହିତ ବିଶ୍ୱ ବିଦ୍ୟାଳୟ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ସତ୍ୟବ୍ରତ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ସମାରୋହକୁ ଆହୁରି ସ୍ମରଣୀୟ କରିବା ପାଇଁ ମୁଖ୍ୟଅତିଥି ଶ୍ରୀ ଜେନାଙ୍କୁ ବିଶ୍ୱ ବିଦ୍ୟାଳୟ ତରଫରୁ ବିଶିଷ୍ଟ ପ୍ରାକ୍ତନ ବିଦ୍ୟାର୍ଥୀ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି କେନ୍ଦୁଝରର ସଂସ୍କୃତି କ୍ଷେତ୍ରରେ ନିଜର ଉଲ୍ଲେଖନୀୟ ଯୋଗଦାନ ପାଇଁ ଶ୍ରୀ ନିଳାଦ୍ରୀ ବିହାରୀ ମିଶ୍ରଙ୍କୁ ମୁଖ୍ୟଅତିଥି ଶ୍ରୀ ଜେନା କେନ୍ଦୁଝର ସଂସ୍କୃତି ସମ୍ମାନରେ ସମ୍ବର୍ଦ୍ଧିତ କରିଥିଲେ । ବିଶ୍ୱ ବିଦ୍ୟାଳୟର କୁଳ ସଚିବ ନରେନ୍ଦ୍ର କୁମାର ସାହୁ ପ୍ରତିଷ୍ଠା ଦିବସର ସମସ୍ତ ଅତିଥି ଓ ସମସ୍ତ ନିମନ୍ତ୍ରିତ ବିଦ୍ୱାନମଣ୍ଡଳୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିବାବେଳେ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧ୍ୟାପିକା ଶୁଭସ୍ମିତା ଦାସ ସମାରୋହକୁ ସଂଚାଳନ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି