ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି

ଧନଞ୍ଜୟ ହେଲେ କୋଣାର୍କ ପ୍ରେସ କ୍ଲବ ସଭାପତି


କୋଣାର୍କ(ଏନ୍‌.ଏମ୍‌.): କୋଣାର୍କ ପ୍ରେସ କ୍ଲବର ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇଯାଇଛି । ଏହି ଅବସରରେ ସ୍ଥାନୀୟ କୋଣାର୍କ ସ୍ଥିତ ମଙ୍ଗୁଳେଶ୍ୱର ମହାଦେବଙ୍କ ପୀଠରେ ସମସ୍ତ ସାମ୍ବାଦିକଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ତେବେ ସମସ୍ତ ସଭ୍ୟଙ୍କ ସର୍ବ ସମ୍ମତି କ୍ରମେ କୋଣାର୍କ ସମାଜ ପ୍ରତିନିଧି ଧନଞ୍ଜୟ ବେହେରାଙ୍କୁ ସଭାପତି ଭାବେ ମନୋନୀତ କରାଯାଇଛି । ସେହିପରି ବିଶ୍ୱଜିତ ରାଉତରାୟ ଉପସଭାପତି, ବିଚିତ୍ର ଓଝା ସମ୍ପାଦକ, ଜ୍ଞାନରଞ୍ଜନ ବିଶ୍ୱାଳ ସହସମ୍ପାଦକ, ଦୀପ୍ତିରଞ୍ଜନ ପାତ୍ରଙ୍କୁ କୋଷାଧ୍ୟକ୍ଷ ଭାବେ ମନୋନୀତ କରାଯାଇଛି । ଏହି ଅବସରରେ ଆୟୋଜିତ ବୈଠକରେ ସାମ୍ବାଦିକ ମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ଥିବାବେଳେ ବହୁ ପୁରାତନ କୋଣାର୍କ ପ୍ରେସକ୍ଲବ ଯେପରି ଶୃଙ୍ଖଳିତ ଭାବେ ପରିଚାଳିତ ହେବ ସେ ବିଷୟରେ ଗୁରୁତ୍ୱ ଦିଆଯାଇଥିଲା । ବିଶେଷ କରି ଖବର ପରିବେଷଣ ସମୟରେ ପର୍ଯ୍ୟଟକ ହୁଅନ୍ତୁ ବା ସ୍ଥାନୀୟ ଜନସାଧାରଣ ସେମାନଙ୍କୁ ସାମ୍ବାଦିକମାନେ ଉତ୍ତମ ଆଚରଣ ପ୍ରଦର୍ଶନ ସହିତ କୌଣସି ସମସ୍ୟା ସୃଷ୍ଟି ହେଲେ ପ୍ରେସ କ୍ଳବକୁ ଅବଗତ କରାଇବାକୁ ଉପଦେଷ୍ଟା ବାଦଲ ଦାସ, ସଞ୍ଜୟ ପତି, ରାମକୃଷ୍ଣ ମହାନ୍ତି ମତ ଦେଇଥିଲେ । ଶୃଙ୍ଖଳିତ ଆଚରଣ ଓ ନିରପେକ୍ଷ ଖବର ପରିବେଷଣ ଦ୍ୱାରା କୋଣାର୍କ ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ହୋଇପାରିବ ବୋଲି ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଧନଞ୍ଜୟ ବେହେରା ମତବ୍ୟକ୍ତ କରିଥିଲେ । ଏହି ବୈଠକରେ ସଭ୍ୟ ଅବନି ଭୂଷଣ ବାରିକ, ସମୟରଞ୍ଜନ ସାହୁ, ତାରିକେଶ୍ୱର ବରାଳ, ରାମକୃଷ୍ଣ ମହାନ୍ତି, ବିଷ୍ଣୁ ପ୍ରସାଦ ଜେନା, ଗୋପବନ୍ଧୁ ପତି, ଉମାକାନ୍ତ ସାହୁ, ସୁବାସ ବେହେରା, ଶ୍ରୀକାନ୍ତ କୁମାର ସିଂହଙ୍କ ସମେତ ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ ଶିକ୍ଷା ଓ ନିଯୁକ୍ତି