ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ

ଦୋକାନ ଭଙ୍ଗା ବିରୋଧରେ ଉଠାଦୋକାନୀଙ୍କ ରାସ୍ତାରୋକ

News by B.Mishra (BBSR)

#ଭୁବନେଶ୍ୱର(ଏନ୍‌.ଏମ୍‌.): ଭୁବନେଶ୍ୱର ମହାନଗର ନିଗମର ପକ୍ଷରୁ ଉଠା ଦୋକାନ ଉଛେଦ ଓ ଭଙ୍ଗା ରୁଜା ବିରୋଧରେ ଏଆଇଟିୟୁସି ସହବନ୍ଧିତ ଭୁବନେଶ୍ୱର ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘ ପକ୍ଷରୁ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ ସହ ଅଶୋକ ନଗର ଜନପଥ ଠାରେ ରାସ୍ତା ରୋକ ଅନୁଷ୍ଠିତ ହୋଇଯାଇଛି । ଆଜି ପୂର୍ବାହ୍ନରେ ବିଏମସିର ମେରୀ ରାୟ ଶାସନ ବିରୋଧରେ ଉଠା ଦୋକାନୀମାନେ ଐକ୍ୟବଦ୍ଧ ଭାବେ ଏକ ଶୋଭାଯାତ୍ରାରେ ଯାଇ ରାଜମହଲ ଛକଠାରେ ବିକ୍ଷୋଭ ପ୍ରଦର୍ଶନ ସହ ଅଶୋକ ନଗର ଜନପଥରେ ରାସ୍ତା ରୋକ ଆନ୍ଦୋଳନ କରିଥିଲେ । ସେଠାରେ ଭୁବନେଶ୍ୱର ଉଠା ଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ସୁର ଜେନା ଉଦବୋଧନ ଦେଇ ପଥବିକ୍ରେତା ଜୀବିକା ସୁରକ୍ଷା ଓ ପଥ ବିକ୍ରୟ ବେନିୟମ ଆଇନ -୨୦୧୪ ଅନୁଯାୟୀ ମହାନଗର ନିଗମର ଅଞ୍ଚଳର ପ୍ରତ୍ୟେକ ଉଠାଦୋକାନୀଙ୍କୁ ସର୍ଭେ ଭିତ୍ତିରେ ପଞ୍ଜିକରଣ ସାର୍ଟିଫିକେଟ ପ୍ରଦାନ କରିବା, ଟୋକନ ପାଇଥିବା ସମସ୍ତ ଉଠାଦୋକାନୀଙ୍କୁ ଭେଣ୍ଡିଙ୍ଗ୍ ଜୋନରେ ଥଇଥାନ କରିବା ଏବଂ ବିନା ଥଇଥାନ ବ୍ୟବସ୍ଥାରେ ଉଚ୍ଛେଦ ବନ୍ଦ ରଖିବା ପାଇଁ ଦାବି କରିଥିଲେ । ଏହି ଆନ୍ଦୋଳନରେ ଦେବ ସାହୁ, ଅଶୋକ ବାରିକ, ପ୍ରକାଶ ପରିଜା, ବିକ୍ରମ ସ୍ୱାଇଁ, ଅର୍ଜୁନ ସେଠୀ ପ୍ରମୁଖ ନେତୃତ୍ୱ ନେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ