ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ
କଟକ(ଏନ୍.ଏମ୍.): ଦୈବଜ୍ଞ ବ୍ରାହ୍ମଣ ସଂଘର ସାଂଗଠନିକ ବୈଠକ ସ୍ଥାନୀୟ ଖାନନଗର ସ୍ଥିତ ଆଖଣ୍ଡଳମଣି ମନ୍ଦିରରେ ଅନୁଷ୍ଠିତ ହୋଇ ଯାଇଛି । ଏହି ଅବସରରେ କଟକ ଜିଲ୍ଲାର ସମସ୍ତ ସଦସ୍ୟ କର୍ମକର୍ତ୍ତାମାନେ ଯୋଗଦେଇ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ । ବିଶେଷ କରି ଆଗାମୀ ଦିନରେ ସ୍ୱଜାତୀୟ ପରିବାରର ସାମଗ୍ରୀକ ବିକାଶ ନିମନ୍ତେ ସମସ୍ତେ ଏକଜୁଟ ହେବା ପାଇଁ ଆହ୍ୱାନ ଦିଆଯାଇଥିଲା । ଏଥି ସହିତ ପ୍ରତି ବ୍ଲକସ୍ତରୀୟ ସଂଗଠନ, ପଞ୍ଚାୟତରୁ ଗାଁ ଜିଲ୍ଲାରେ ଥିବା ଦୈବଜ୍ଞ ପରିବାରର ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମହାସଂଘ ସଭାପତି ସନ୍ତୋଷ ମିଶ୍ର, ସମ୍ପାଦକ ପ୍ରେମାନନ୍ଦ ସେନାପତି ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ସଂଗଠନ କିପରି ଆଗକୁ ସମାଜସେବା ଉପରେ କାଯ୍ୟ କରି ପାରିବ ସେନେଇ ବିଶେଷ ଆଲୋଚନା କରିଥିଲେ । ମନୋରଞ୍ଜନ ନାୟକଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ବିନୋଦ ସେନାପତି ପରିଚାଳନା କରିଥିଲେ । ସୁନାକର ନାୟକ, ତାପସ କୁମାର୍ ମହାପାତ୍ର, ଅଶୋକ ଆଚାର୍ଯ୍ୟ ସମେତ ଜିଲ୍ଲାର ସମସ୍ତ ବ୍ଲକରୁ ବହୁ ଦୈବଜ୍ଞ ବ୍ରାହ୍ମଣ ସଂଘର ପ୍ରତିନିଧି ମଣ୍ଡଳୀ କାଯ୍ୟକ୍ରମରେ ଉପସ୍ଥିତ ଥିଲେ ।