ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନାହିଁ: ଦୁର୍ଗା ପୂଜା ଯାଏ କଟକଣା ଲଗାଇବାକୁ କେନ୍ଦ୍ରର ପରାମର୍ଶ

ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନାହିଁ: ଦୁର୍ଗା ପୂଜା ଯାଏ କଟକଣା ଲଗାଇବାକୁ କେନ୍ଦ୍ରର ପରାମର୍ଶ

ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନାହିଁ: ଦୁର୍ଗା ପୂଜା ଯାଏ କଟକଣା ଲଗାଇବାକୁ କେନ୍ଦ୍ରର ପରାମର୍ଶ


ନୂଆଦିଲ୍ଲୀ(ଏଜେନ୍ସି): ଏପର୍ଯ୍ୟନ୍ତ ଦେଶ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇ ନାହିଁ । ସମ୍ପ୍ରତି ଦେଶରେ କରୋନା ସଂକ୍ରମଣ ହ୍ରାସ ପାଉଥିବା ଯୋଗୁଁ ରାଜ୍ୟ ସରକାରମାନେ ଅନଲକ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ବିଭିନ୍ନ ସେବାକୁ ଅନୁମତି ଦେବା ସହ ଦୋକାନ ବଜାର ଖୋଲିବାକୁ ମଧ୍ୟ ଅନୁମତି ଦିଆଯାଉଛି । ତେବେ ରାଜ୍ୟଗୁଡ଼ିକ ଅନଲକ କରିବା ପୂର୍ବରୁ ଆଉ ଥରେ ଚିନ୍ତା କରିବାକୁ କେନ୍ଦ୍ର ସରକାର କହିଛନ୍ତି । କରୋନାର ତୃତୀୟ ଲହର ଆସିବାର ଥିବାରୁ ଆସନ୍ତା ଦୁର୍ଗା ପୂଜା ଯାଏ ସ୍ଥାନୀୟ କଟକଣା ଲାଗୁ କରିବାକୁ କେନ୍ଦ୍ର ସରକାର ସବୁ ରାଜ୍ୟ ସରକାରମାନଙ୍କୁ ପରାମର୍ଶ ଦେଇଛନ୍ତି । ଅକ୍ଟୋବର ମଧ୍ୟ ଭାଗରେ ଦୁର୍ଗା ପୂଜା ପାଳନ ହେବାକୁ ଥିବାରୁ ସେ ଯାଏ କଟକଣା ସପକ୍ଷରେ କେନ୍ଦ୍ର ସରକାର ରହିଛନ୍ତି ।
ଆଗକୁ ଦୁର୍ଗା ପୂଜା ସହ ଅନ୍ୟାନ୍ୟ ପର୍ବପର୍ବାଣୀ ପାଇଁ ବିଭିନ୍ନ ସ୍ଥାନରେ ଭିଡ଼ ଜମିବ । ଏହି ସମୟରେ ସଂକ୍ରମଣ ମଧ୍ୟ ବଢ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟି ରଖି କେନ୍ଦ୍ର ସରକାର ସମସ୍ତ ରାଜ୍ୟଗୁଡ଼ିକୁ ସତର୍କ ସୂଚନା ଜାରି କରିଛନ୍ତି । ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି କହିଛନ୍ତି ଯେ, ଆଗକୁ ପାର୍ବଣ ଋତୁ ଆସୁଛି । ଏହି ସମୟରେ ଭଡ଼ ଜମିବାର ଆଶଙ୍କା ରହିଛି । ତେଣୁ ରାଜ୍ୟ ସରକାରମାନେ ବେଶ ସକ୍ରିୟ ଓ ଗୁରୁତ୍ୱର ସହ ସ୍ଥାନୀୟ କଟକଣା ଲାଗୁ କରିବାକୁ ବିଚାର କରନ୍ତୁ । ସବୁ କ୍ଷେତ୍ରରେ ପୂର୍ଣ୍ଣ କୋହଳ ନୀତି ଲାଗୁ କରନ୍ତୁ ନାହିଁ । ସେହିପରି ଯଥା ସମ୍ଭବ ଭିଡ଼ କମ କରିବାକୁ ପଦକ୍ଷେପ ଗ୍ରହଣ କରନ୍ତୁ । ଆସନ୍ତା ଅଗଷ୍ଟ ୧୯ରୁ ମହରମ ସହ ପାର୍ବଣ ଋତୁ ଆରମ୍ଭ ହେବ । ଅକ୍ଟୋବର ୧୫ ତାରିଖ ଦୁର୍ଗା ପୂଜା ଯାଏ ପାର୍ବଣ ଚାଲିବ । ତେଣୁ ଏଥିପ୍ରତି ସମସ୍ତେ ସତର୍କ ରହିବା ଆବଶ୍ୟକ । ଆଇସିଏମଆର ଓ ଏନସିଡି ପାର୍ବଣ ବେଳେ ଜମୁ ଥିବା ଭିଡ଼ ସୁପର ସ୍ପ୍ରେଡ ଇଭେଣ୍ଟରେ ପରିଣତ ହେବାର ଆଶଙ୍କା କରି ଚିନ୍ତା ପ୍ରକଟ କରିଛନ୍ତି । ସୁପର ସ୍ପ୍ରେଡର ଇଭେଣ୍ଟକୁ ରୋକିବା ପାଇଁ କଟକଣା ହିଁ ଏକମାତ୍ର ଉପାୟ । ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ବେଶ ଗୁରୁତ୍ୱର ସହ ସ୍ଥାନୀୟ କଟକଣା ଉପରେ ବିଚାର କରନ୍ତୁ ବୋଲି ଶ୍ରୀ ଭୂଷଣ ଚିଠିରେ ଉଲ୍ଲେଖ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ