ଦୁର୍ଘଟଣାରେ ମୃତ ସଫେଇ କର୍ମଚାରୀଙ୍କ ପରିବାରକୁ ଭେଟିଲେ ସିଏମସି ମେୟର
କଟକ(ଏନ୍.ଏମ୍.): ସିଏମସି ୱାର୍କ ଚାର୍ଜ କର୍ମଚାରୀଙ୍କ ଦୁର୍ଘଟଣାମୃତ୍ୟୁ ହୋଇଥିବାବେଳେ ଆଜି ମେୟର ସୁବାସ ସିଂହ ତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । ସୂଚନା ଯୋଗ୍ୟ ଯେ, ବି. ଗୁରୁମୂର୍ତ୍ତି (୫୨) ଗତକାଲି ସିଏମସ ୯ ନମ୍ବର ୱାର୍ଡ଼ ଲେବର କଲୋନୀରେ ଡ୍ରେନ ସଫା କରୁଥିବା ସମୟରେ ପାଚେରୀ ଭୁଶୁଡି ପଡ଼ିଥିଲା । ପାଚେରୀଟି ଭୁଶୁଡ଼ି ପଡ଼ିବା ଯୋଗୁଁ ତାଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତେବେ ତାଙ୍କୁ ଡାକ୍ତରଖାନା ନେବା ବାଟରେ ସେ ମୃତ୍ୟୁବରଣ କରିଥିଲେ । ଏଭଳି ଦୁଃଖଦ ଘଟଣାରେ ମେୟର ଶ୍ରୀ ସିଂହ ଓ ସିଏମସି ସ୍ୱାସ୍ଥ୍ୟ ଅଧିକାରୀ, ପରିମଳ ଅଧିକାରୀ, କର୍ପୋରେଟର ଚନ୍ଦନ ଜେନା, ସରୋଜ ରଞ୍ଜନ କର, ଜଗନ୍ନାଥ ସାହୁ, କାଳନ୍ଦୀ ଚରଣ ପାଣିଗ୍ରାହୀ, ଜଗନ୍ନାଥ ସ୍ୱାଇଁ, ଅକ୍ଷୟ ଦାସଙ୍କ ସମେତ ମହାନଗର ନିଗମର ବହୁ କର୍ମଚାରୀ ମୃତକଙ୍କ ମା’ ବି. ସଲାମି , ଭାଇ ବି. ସୋନୁଙ୍କ ସମେତ ଅନ୍ୟ ପରିବାର ସଦସ୍ୟଙ୍କ ସହ ଆଲୋଚନା କରିଥିଲେ । ଗୁରୁମୂର୍ତ୍ତି ମୃତ୍ୟୁ ବାରଣ କରିବା ପରେ, ତାଙ୍କ ପରିବାରର ଜଣକୁ ଥଇଥାନ ଭିତ୍ତିରେ ନିଯୁକ୍ତି ଦେବାକୁ ମେୟର ପ୍ରତଶ୍ରୁତି ଦେଇଥିଲେ । ସରକାରୀ ବ୍ୟବସ୍ଥା ଅନୁଯାଇ ତାଙ୍କ ପରିବାରକୁ ଇ.ପି.ଏଫ ବାବଦରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପାଇଁ ପାରିବେ, ଏହା ଛଡା ଦୁର୍ଘଟଣା ଜନିତ ମୃତୁ ପାଇଁ ଯାହା ବ୍ୟବସ୍ଥା ହୋଇପାରିବ କରିବେ ବୋଲି ଶ୍ରୀ ସିଂହ କହିଛନ୍ତି ।