ଦୀର୍ଘଦିନର ଦାବି ପୁରଣ କଲେ ମୁଖ୍ୟମନ୍ତ୍ରୀ: ଆନ୍ଦୋଳନରୁ ଓହରି କୃତଜ୍ଞତା ଜଣାଇଲା କଟକ ଜିଲ୍ଲା ଆଶାକର୍ମୀ ସଂଘ

ଦୀର୍ଘଦିନର ଦାବି ପୁରଣ କଲେ ମୁଖ୍ୟମନ୍ତ୍ରୀ: ଆନ୍ଦୋଳନରୁ ଓହରି କୃତଜ୍ଞତା ଜଣାଇଲା କଟକ ଜିଲ୍ଲା ଆଶାକର୍ମୀ ସଂଘ

ଦୀର୍ଘଦିନର ଦାବି ପୁରଣ କଲେ ମୁଖ୍ୟମନ୍ତ୍ରୀ: ଆନ୍ଦୋଳନରୁ ଓହରି କୃତଜ୍ଞତା ଜଣାଇଲା କଟକ ଜିଲ୍ଲା ଆଶାକର୍ମୀ ସଂଘ


#କଟକ(ଏନ୍‌.ଏମ୍‌.): ରାଜ୍ୟସରକାର ଆଶାକର୍ମୀମାନଙ୍କ ବେତନ ବୃଦ୍ଧି କରିବାସହ ଅନ୍ୟାନ୍ୟ ସୁବିଧା ସୁଯୋଗ ନିମନ୍ତେ ଘୋଷଣା କରିଛନ୍ତି । ଏଥି ପୂର୍ବରୁ ଦାବି ନେଇ ଆଶାକର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବାକୁ ଥିବାବେଳେ ସରକାରଙ୍କ ଘୋଷଣା ଯୋଗୁଁ ଆନ୍ଦୋଳନକୁ ବନ୍ଦ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅଶେଷ କୃତଜ୍ଞତା ଜ୍ଞାପନ କରାଯାଇଛି ।
ସୂଚନା ଅନୁଯାୟୀ, ଦୀର୍ଘ ୧୮ବର୍ଷରୁ ଊର୍ଦ୍ଧକାଳ ଧରି ଆଶାକର୍ମୀମାନେ ଗାଁ ଗାଁ ବୁଲି ମା’ ଓ ଶିଶୁମାନଙ୍କର ଯତ୍ନ ନେଇ ଆସୁଥିଲାବେଳେ ଏମାନଙ୍କୁ ଏପର୍ଯ୍ୟନ୍ତ ସରକାରୀ ମାନ୍ୟତା, ସ୍ଥାୟୀ ନିଯୁକ୍ତି ଏବଂ ପାରିଶ୍ରମିକ ବାବଦ ବେତନ ମିଳୁନଥିଲା । ଏନେଇ ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟସଚିବ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କ ସହିତ ସଂଘର କର୍ମକର୍ତ୍ତାମାନେ ବହୁବାର ଦାବିପତ୍ର ପ୍ରଦାନ କରି ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ମଧ୍ୟ ଦାବି ପୂରଣ ଦିଗରେ ଉଚିତ୍ ପଦକ୍ଷେପ ନିଆଯିବ ବୋଲି ସରକାରଙ୍କ ପକ୍ଷରୁ ଖାଲି ନିର୍ଭର ପ୍ରତିଶ୍ରୁତି ଦିଆଯାଉଥିଲା । ଏହି ଅବସରରେ ଆଜି ଭାରତୀୟ ମଜଦୁର ସଂଘଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶାକର୍ମୀ ସଂଘ କଟକ ଜିଲ୍ଲା ପକ୍ଷରୁ ସମସ୍ତ କର୍ମକର୍ତ୍ତା ଏକତ୍ରିତ ହୋଇ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଲିଖିତ ଦାବିପତ୍ର ପ୍ରଦାନ କରବା ସହ ଯଦି ତାଙ୍କର ଦାବି ପୂରଣ ନହୁଏ ତାହାଲେ ଆସନ୍ତା ୧୧ ତାରିଖ ଦିନ ନବୀନ ନିବାସ ଘେରାଉ କରାଯିବା ସହିତ ରାଜ୍ୟରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯିବ ବୋଲି ସୂଚନା ଦିଆଯାଇଥିଲା । ମାତ୍ର ମଧ୍ୟାହ୍ନ ୧୨ ଘଟିକା ସମୟରେ ରାଜ୍ୟ ସରକାର ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଆଶାକର୍ମୀଙ୍କ ମାସିକ ପାରିଶ୍ରମିକ ୪.୫୦୦ ଟଙ୍କାରୁ ୭ ହଜାର ଟଙ୍କାକୁ ବୃଦ୍ଧି ଏବଂ ସେବା ନିବୃତି ପ୍ରୋତ୍ସାହନ ରାଶି ପରିମାଣ ୫୦ ହଜାରରୁ ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ସମ୍ପର୍କରେ ସୂଚନା ଦେବା ପରେ ଆନ୍ଦୋଳନ ସ୍ଥଳରେ ଆଶାକର୍ମୀଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଯୁଗାନ୍ତକାରୀ ନିଷ୍ପତି ନେଇଥିବାରୁ ସଂଘର ରାଜ୍ୟ ସଭାନେତ୍ରୀ ମମତା ମହାନ୍ତି, ସାଧାରଣ ସମ୍ପାଦିକା କମଳା ବେହେରା, କଟକ ଜିଲ୍ଲା ସଭାନେତ୍ରୀ ଲକ୍ଷ୍ମୀପ୍ରିୟା ସ୍ୱାଇଁ, ଭାରତୀୟ ମଜଦୁର ସଂଘ କ୍ଷେତ୍ରୀୟ ସଂଗଠନ ସମ୍ପାଦକ ଗିରିଶ ଚନ୍ଦ୍ର ମହାନ୍ତି, ରାଜ୍ୟ ସଭାପତି ବାଦଲ ମହାରଣା, ସାଧାରଣ ସମ୍ପାଦକ ପୃଥୀରାଜ ପଣ୍ଡା, ସଂଗଠନ ସମ୍ପାଦକ ଲକ୍ଷ୍ମଣ କୁମାର ଦାସ, ରାଜ୍ୟ କମିଟି ସଦସ୍ୟ ବସନ୍ତ କୁମାର ସାହୁ, କଟକ ଜିଲ୍ଲା ସଦସ୍ୟା ସବିତା ସାହୁ, ଚନ୍ଦ୍ରଶେଖର ସାହୁ, ଅଭୟ କୁମାର ଦାସଙ୍କ ସମେତ ସମସ୍ତ ଆଶାକର୍ମୀମାନେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ସଚିବ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକାଙ୍କୁ ଏହି ଅବସରରେ କୃତଜ୍ଞତା ଜଣାଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ