ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ

ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ

ଦୀପାବଳିରେ ଅଘଟଣ: ୭ବଖରା ଭଷ୍ମିଭୂତ

News by Maheswar Behera (Athagarh)

ତିଗିରିଆ(ଏନ୍‌.ଏମ୍‌.): ଆଲୋକର ପର୍ବ ଦୀପାବଳି ପାଳନରେ ସମ୍ପୂର୍ଣ୍ଣ ଗାଁ ମସଗୁଲ ଥିବାବେଳେ କିଏ ଜାଣିଥିଲା ଏହି ଗାଁର ଗୋଟିଏ ପରିବାର ଉପରେ ଚଡ଼କ ପଡ଼ିଯିବ । ଗାଁରେ ଘରେ ଘରେ ବଡ଼ବଡ଼ୁଆ ଡାକିବା ପାଇଁ ବ୍ୟସ୍ତ ଥିବାବେଳେ ହଠାତ ନିଆଁ ଲାଗି ୭ବଖରା ଘର ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମୀଭୂତ ହୋଇ ଯାଇଛି । ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ଭିରୁଡା ଗ୍ରାମ ପଞ୍ଚାୟତର ପଣସ ପାଟଣା ଗ୍ରାମରେ । ଦୀପାବଳି ଉତ୍ସବ ପାଳନ ହେଉଥିବା ବେଳେ ହଠାତ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଉଠିଥିଲା ୭ ବଖରା ଚାଳ ଘର । କିଏ କିଛି ବୁଝିବା ପୂର୍ବରୁ ଗୋଟିଏ ଘରୁ ଆଉ ଗୋଟିଏ ଘରକୁ ଗ୍ରାସ କରି ଚାଲିଥାଏ ନିଆଁ । ଫଳରେ ୭ଟି ଘରର ସଂପୂର୍ଣ୍ଣ ଆସବାପତ୍ର ସହିତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳିପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ତିଗିରିଆ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସେତେ ବେକକୁ ସବୁ ଜଳିପୋଡି ପାଉଁଶ ହୋଇଯାଇ ଥିଲା । ସୂଚନା ଅନୁଯାୟୀ, ଗ୍ରାମର ଗୋଟିଏ ପରିବାରର ହେମନ୍ତ କୁମାର ସାହୁ ୧ ବଖରା , ଅଭୟ କୁମାର ସାହୁ ୨ ବଖରା ଓ ଶ୍ରୀଧର ସାହୁଙ୍କ ୪ ବଖରା ଚାଳ ଘର ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଛି । ଅଗ୍ନିଶମ ବିଭାଗ ଅଧିକାରୀ କ୍ଷୀରୋଦ କୁମାର ଶତପଥୀଙ୍କ ତତ୍ତ୍ୱାବଧାନ ସମସ୍ତ କର୍ମଚାରୀ ନିଆଁ ଲିଭାଇବା କାର୍ଯ୍ୟରେ ସାମିଲ ହୋଇଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ