ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା

ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା

ଦୀପକଙ୍କ କଟକରୁ କେଦାରନାଥ ସାଇକେଲ ଯାତ୍ରା

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): କଟକରୁ ସାଇକେଲ ଯୋଗେ କେଦାରନାଥ ଯାତ୍ରା । ତେବେ ଏଭଳି ପଦକ୍ଷେପ କଟକ ସହରର ଯୁବ ବର୍ଗକୁ ଆଶ୍ଚର୍ଯ୍ୟ କରିଛି । ଏହା ଦୁଃସାଧ୍ୟ ବୋଧ ହେଉଥିଲେ ମଧ୍ୟ ଏହାକୁ ସଫଳ କରି ଦେଖାଇବାକୁ ଉଦ୍ୟମ କରିଛନ୍ତି ଖାନନଗର ଅଞ୍ଚଳର ଦୀପକ ପ୍ରଧାନ । ଦେଶର ବିଭିନ୍ନ ତୀର୍ଥ ସ୍ଥାନ ରହିଛି । ସେଠାକୁ ଯିବା ଲାଗି ଅନେକ ବାଇକ ଯୋଗେ ଯାତ୍ରା କରି ସଫଳତା ପାଇଛନ୍ତି । ହେଲେ ଏମିତି ଜଣେ ଯୁବକ ଯିଏକି ସାଇକେଲ ସାହାର୍ଯ୍ୟରେ ବିଭିନ୍ନ ତୀର୍ଥ ସ୍ଥାନକୁ ଯିବା ଲାଗି ପସନ୍ଦ କରିଥାନ୍ତି । ଆଜି ଦୀପକ କଟକରୁ ସାଇକେଲ ଯୋଗେ ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପଠ କେଦାରନାଥକୁ ଆଜି ଯାତ୍ରା ଆରମ୍ଭ କରିଛନ୍ତି । ଗଡଗଡେଶ୍ୱର ମହାଦେବକୁ ଦର୍ଶନ କରି ପ୍ରଣାମ କରିବା ସହ ସେ ତାଙ୍କର ଯାତ୍ରା ସେହିଠାରୁ ଆରମ୍ଭ କରିଥିଲେ । କଟକରୁ କେଦାରନାଥ ପାଖାପାଖି ୨୪ଶହ କିଲୋମିଟର ହୋଇଥିବାବେଳେ ତାଙ୍କୁ ସାଇକେଲ ଯାତ୍ରା ଲାଗି ଏକ ମାସ ସମୟ ଲାଗିବ ବୋଲି ସେ କହିଛନ୍ତି । ତାଙ୍କର ଏହି ଲମ୍ବା ଯାତ୍ରାର ସଫଳତା ଲାଗି କଟକର ଅନେକ ଯୁବକ ଶୁଭେଚ୍ଛା ଜଣାଇଛନ୍ତି । ଏନେଇ ଦୀପକ କହିଛନ୍ତି, ଛୋଟ ସମୟରେ ସାଇକଲ ଚଳାଇବା ପ୍ରତି ବେଶ ଭଲପାଇବା ରହି ଆସିଥିଲା । ସ୍କୁଲ ପଢିବା ସମୟରୁ ହିଁ ସେ ସାଇକଲ ଚଳାଇ ସାଙ୍ଗମାନଙ୍କର ସହ ବୁଲିବା ଆରମ୍ଭ କରିଥିଲେ । ଏହାପରେ ସେହି ଅଭ୍ୟାସକୁ ଆଗେଇ ନେଇ ସେ କଟକ ସାଇକେଲିଷ୍ଟ ଗ୍ରୁପରେ ଯୋଗ ଦେଇଥିଲେ । ଆର୍ଥିକ ଦୃଷ୍ଟିକୋଣରୁ ସ୍ୱଚ୍ଛଳ ହୋଇନଥିବା ହେତୁ ଅନେକ ବାଧା ବିଘ୍ନର ସମ୍ମୁଖୀନ ହୋଇଥିଲେ ସୁଦ୍ଧା ସାଇକେଲ ଚଲାଇବାର ନିଶାକୁ ସେ ଛାଡି ନଥିଲେ । ସାଙ୍ଗମାନଙ୍କର ସହାୟତାରେ ସେ ସାଇକଲ ରାଇଡିଙ୍ଗ କରିବା ସହ ଅନେକ ଦୂରଦୂରାନ୍ତକୁ ଯାଇ ସାରିଛନ୍ତି । ଆଗକୁ ମଧ୍ୟ ସେ ଲଣ୍ଡନ ସାଇକେଲ ଯୋଗେ ଯାତ୍ରା କରିବାର ଲକ୍ଷ୍ୟ ରଖିଥିବା କହିଛନ୍ତି ।

Slider କ୍ରୀଡା ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ