ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ

ଦକ୍ଷିଣ ଆଫ୍ରିକାରେ ମହାତ୍ମା ଗାନ୍ଧୀଙ୍କ ଅଣନାତୁଣୀଙ୍କୁ ୭ବର୍ଷ ଜେଲ ଦଣ୍ଡ
ନୂଆଦିଲ୍ଲୀ (ଏଜେନ୍ସି): ଭାରତକୁ ସ୍ୱାଧୀନ କରିବାରେ ମୁଖ୍ୟ ଭୂମିକା ନେଇଥିବା ଏବଂ ଅହିଂସାର ପୂଜାରୀ ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ବର୍ଣ୍ଣ ବୈଷମ୍ୟବାଦର ବିଲୋପ ପାଇଁ ମଧ୍ୟ ଲଢେଇ କରିଥିବାବେଳେ ଏବେ ତାଙ୍କ ଅଣନାତୁଣୀ ସେହି ଦକ୍ଷିଣ ଆଫ୍ରିକାରେ ଜାଲିଆତି ଓ ଠକେଇ ଅଭିଯୋଗରେ ସାତବର୍ଷ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଗାନ୍ଧିଜୀଙ୍କ ଅଣନାତୁଣୀ ଆଶିଷ ଲତା ରାମଗୋବିନ (୫୬) ୬ ନିୟୁତ ର‌୍ୟାଣ୍ଡ୍ ଜାଲିଆତି ଓ ଠକେଇ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଦକ୍ଷିଣ ଆଫ୍ରିକାର ଡର୍ବାନସ୍ଥିତ ଏକ ଅଦାଲତ ୭ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଥିବା ଜଣାପଡ଼ିଛି । ସେ ଇଣ୍ଟରନ୍ୟାସନାଲ ସେଣ୍ଟର ଫର ନନ୍ ଭାଓଲେନ୍ସ ଏନଜିଓରେ ପାର୍ଟିସିପେଟିଭ ଡେଭଲପମେଣ୍ଟ ଇନିସିଏଟିଭର ରାମଗୋବିନ ପ୍ରତିଷ୍ଠାତା ଏବଂ ନିର୍ବାହୀ ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଥିଲେ ।
ମହାତ୍ମା ଗାନ୍ଧୀଙ୍କ ଝିଅ ତଥା ବିଶିଷ୍ଟ ମାନବାଧିକାର କର୍ମୀ ଇଲା ଗାନ୍ଧୀ ଏବଂ ସ୍ୱର୍ଗତ ମେୱା ରାମଗୋବିନ୍ଦଙ୍କ କନ୍ୟା ହେଉଛନ୍ତି ରାମଗୋବିନ । ସେ ଏସ. ଆର. ମହାରାଜ ନାମକ ଜଣେ ବ୍ୟବସାୟୀଙ୍କ ନିକଟରୁ ସେ ୬.୨ ନିୟୁତ ର‌୍ୟାଣ୍ଡ୍ ଠକେଇ କରିଥିବା ଅଭିଯୋଗ ହୋଇଥିଲା । ଦକ୍ଷିଣ ଆଫ୍ରିକାର ନ୍ୟାସନାଲ ପ୍ରୋସିକ୍ୟୁଟିଂ ଅଥରିଟି(ଏନପିଏ)ର ବ୍ରିଗେଡିଅର ହାଙ୍ଗୱାନି ମୁଲାଉଜିଙ୍କ କହିବା ଅନୁଯାୟୀ ଲତା ରାମଗୋବିନ କିଛି ଜାଲ୍ ଇନଭଏସ ଏବଂ କାଗଜପତ୍ର ପ୍ରସ୍ତୁତ କରିଥିଲେ; ଏବଂ ଯେଉଁଥିରେ ଭାରତରୁ ୩ଟି କଣ୍ଟେନର ଲିନେନ୍ ଆମଦାନୀ କରାଯାଇଥିବା ଉଲ୍ଲେଖ କରାଯାଇଥିଲା । ଏହାପରେ ଉକ୍ତ ଜାଲ୍ କାଗଜପତ୍ରକୁ ଦେଖାଇ ସେ ଆର୍ôଥକ ଜଟିଳ ପରିସ୍ଥିତିରେ ରହିଥିବା ଏବଂ ଆମଦାନୀ ବାବଦ ଖର୍ଚ୍ଚ ଏବଂ ସୀମା ଶୁଳ୍କ ପୈଠ କରିବା ପାଇଁ ଅର୍ଥ ଆବଶ୍ୟକ ଥିବା କହିଥିଲେ । ଏହାପରେ ସେ ଶ୍ରୀ ମହାରାଜଙ୍କ ସହିତ ଯୋଗାଯୋଗ କରି ଏହି କାଗଜପତ୍ର ଦେଖାଇ ତାଙ୍କ ଠାରୁ ୬.୨ ନିୟୁତ ର‌୍ୟାଣ୍ଡ୍ ଅଗ୍ରୀମ ଆକାରରେ ନେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ଦ୍ୱାରା ପ୍ରସ୍ତୁତ କାଗଜପତ୍ର ସମ୍ପୂର୍ଣ୍ଣ ଜାଲ ଏବଂ ସେ ଠକେଇ କରିଥିବା ଜଣାପଡିବା ପରେ ତାଙ୍କ ବିରୁଦ୍ଧରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡ଼ିଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ