ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ବଦଳି ପରେ ଝୁରୁଛି ଜଗତପୁର

ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ବଦଳି ପରେ ଝୁରୁଛି ଜଗତପୁର

ଥାନା ଅଧିକାରୀ ରବିନ୍ଦ୍ର ନାଥ ମେହେରଙ୍କ ବଦଳି ପରେ ଝୁରୁଛି ଜଗତପୁର


#ଜଗତପୁର(ଏନ୍‌.ଏମ୍‌.): ଜଗତପୁର ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦଳି ପରେ ଜଗତପୁର ଅଞ୍ଚଳ ସମସ୍ତ ସାହି ବାସିନ୍ଦା ପୂର୍ବତନ ଆଇଆଇସି ରବିନ୍ଦ୍ର ନାଥ ମେହେରଙ୍କୁ ଝୁରୁଛନ୍ତି । ସେ ଥାନାର ଅଧିକାରୀ ହେବା ସହିତ ଜଗତପୁର ଅଞ୍ଚଳର ସମସ୍ତ ଅନୁଷ୍ଟାନ ସହିତ ସମ୍ପୃକ୍ତ ଥିଲେ । ଅଞ୍ଚଳରେ ଭାଇଚାରା ସମ୍ପର୍କ ବୃଦ୍ଧି କରାଇ ଅପରାଧ ରୋକିବା କ୍ଷେତ୍ରରେ ସେ ଏକ ସ୍ୱତନ୍ତ୍ର ପ୍ରୟାସ ଆରମ୍ଭ କରିଥିଲେ । ସମସ୍ତଙ୍କ ସାଙ୍ଗରେ ସୁସମ୍ପର୍କ ରଖିବା ସହିତ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସେ ଆଗଭର ଥିଲେ । ଗଣେଷ ପୂଜା ହେଉକି କାର୍ତ୍ତିକଶ୍ୱର ପୂଜା ସେ ସବୁବେଳେ, ସବୁ ସମୟରେ ଲୋକମାନଙ୍କ ସହିତ ରହିଥାନ୍ତି । ତେବେ ଶ୍ରୀ ମେହେରଙ୍କ ବିଦାୟକାଳୀନ ଅବସରରେ ଏହି ଅଞ୍ଚଳ ତାଙ୍କର ଅନୁପସ୍ଥିତିକୁ ସବୁବେଳେ ଅନୁଭବ କରିବ ବୋଲି ଅଞ୍ଚଳର ବହୁ ମୁରବୀ, ସ୍ୱେଚ୍ଛାସେବୀ, ବିଭିନ୍ନ ସଂଗଠନର କର୍ମକତ୍‌ର୍ତା ପ୍ରକାଶ କରିଛନ୍ତି । ପ୍ରକାଶ ଯେ, ଭୂବନେଶ୍ୱର ବାଲିପାଟଣା ଥାନାର ଭାରପ୍ରାପ୍ତ ଅଧିକାରୀ ଓମପ୍ରକାଶ ମହାନ୍ତି ଜଗତପୁର ଥାନା ଆଇଆଇସି ଭାବେ ଦାୟିତ୍ୱ ନେଇଥିବାବେଳେ ଶ୍ରୀ ମେହେର ବାଲିପାଟଣାକୁ ବଦଳି ହୋଇଛନ୍ତି । ତେବେ ଶ୍ରୀ ମେହେରଙ୍କ ଭଳି ଶ୍ରୀ ମହାନ୍ତି ଅଞ୍ଚଳବାସୀଙ୍କ ସହିତ ରହି କାର୍ଯ୍ୟ କରିବେ ବୋଲି ବୁଦ୍ଧିଜୀବୀମାନେ ଆଶା ପ୍ରକଟ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ