ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !

ତ୍ରୁଟିପୂର୍ଣ୍ଣ ଇଞ୍ଜେକସନ ଯୋଗୁଁ ଚାଲିଗଲା ନାବାଳକର ଜୀବନ !

News by Ananda Prasad Rout (Bhadrak)

#ଭଦ୍ରକ(ଏନ୍‌.ଏମ୍‌.): ରୋଗହେଲେ ଲୋକେ ଧାଇଁ ଯାଆନ୍ତି ଡାକ୍ତରଙ୍କ ପାଖକୁ । ତାଙ୍କ ଔଷଧ ଓ ଇଞ୍ଜେକସନରେ ଆରୋଗ୍ୟ ମିଳିବା ସହ ଜୀବନ ବଞ୍ଚିଯାଇଥାଏ । ତେଣୁ ଡାକ୍ତରଙ୍କୁ ଲୋକେ ଦ୍ୱିତୀୟ ଭଗବାନ ବୋଲି କହିଥାନ୍ତି । କିନ୍ତୁ ଏବେ ଡାକ୍ତରଙ୍କ ମନଇଚ୍ଛା ଚିକିତ୍ସା ଯୋଗୁଁ ଜୀବନ ରକ୍ଷା ହେବା ବଦଳରେ ଜୀବନ ଚାଲିଯାଉଥିବା ଭଳି ଅଭିଯୋଗ ଉଠିଛି । ଏଭଳି ଦୁଃଖଦ ପୂର୍ଣ୍ଣ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ଆଚାର୍ଯ୍ୟନଗର ଅଞ୍ଚଳରେ । ଭୁଲ ଇଞ୍ଜେକସନ ଯୋଗୁ ଜଣେ ନାବାଳକର ଜୀବନ ଚାଲିଯାଇଥିବା ଅଭିଯୋଗ ହୋଇଛି ।
ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ସହରାଞ୍ଚଳ ଅନ୍ତର୍ଗତ ଆଚାର୍ଯ୍ୟ ନଗରର ଶୁଭେନ୍ଦୁ ରାଉଳ ନାମକ ଜଣେ ନାବାଳକ ଅସୁସ୍ଥ ହେବାରୁ ତାଙ୍କୁ ପରିବାର ଲୋକ ଚିକିତ୍ସା ପାଇଁ ଏକ ଘରୋଇ କ୍ଲିନିକରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ଡାକ୍ତର ଜଣକ ଶୁଭେନ୍ଦୁଙ୍କ ଚିକିତ୍ସା କରିବା ବେଳେ ଗୋଟିଏ ଇଞ୍ଜେକସନ ଦେଇଥିଲେ । ତେବେ ଇଞ୍ଜେକସନ ଦେବା ପରେ ଶୁଭେନ୍ଦୁ ସୁସ୍ଥ ହେବା ପରିବର୍ତ୍ତେ ଗୁରୁତର ହୋଇ ପଡ଼ିଥିଲେ । ତେବେ ଚିକିତ୍ସା କରୁଥିବା ଡାକ୍ତର ଜଣଙ୍କ ଏଠାରେ ଭଲ ହୋଇ ପାରିବ ନାହିଁ ଅନ୍ୟ କେଉଁଠିକୁ ନେଇ ଯାଅ ବୋଲି ପରାମର୍ଶ ଦେଇଥିଲେ । କିନ୍ତୁ ପରିବାର ଲୋକେ କ’ଣ କରିବେ କେଉଁଠିକୁ ନେବେ ଏମିତି କାହିଁକି ହେଲା କିଛି ବୁଝି ପାରିନଥିଲେ । ତେଣୁ ପିଲାଟିର ଜୀବନ ବଞ୍ଚାଇବା ପାଇଁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ଯାଇଥିଲେ । ପିଲାଟିର ଅବସ୍ଥା ସଂକଟାପନ୍ନ ହୋଇ ପଡ଼ିଥିବାବେଳେ ସମ୍ପୃକ୍ତ କ୍ଲିନିକର ଡାକ୍ତର ମଧ୍ୟ ସେଠାକୁ ଯାଇଥିଲେ । ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । କିନ୍ତୁ କିଛି ସମୟ ପରେ ଉକ୍ତ ନାବାଳକୁ ଚାଲିଯାଇଥିଲେ ଆରପାରିକୁ । ଏହି ଘଟଣାରେ ଘରୋଇ କ୍ଲିନିକର ଡାକ୍ତର ଭୁଲ ଇଞ୍ଜେକସନ ଦେଇଥିବା ଯୋଗୁଁ ପିଲାଟିର ମୃତ୍ୟୁ ହୋଇଥିବା ପ୍ରଚାର ହୋଇଯିବା ପରେ ମୃତକଙ୍କ ପରିବାର ଲୋକେ ଡାକ୍ତରଙ୍କୁ ମାଡ଼ମାରିଥିଲେ । ଫଳରେ ମେଡ଼ିକାଲ ପରିସରରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ଭଦ୍ରକ ଟାଉନ ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିବାବେଳେ ଚାପା ଉତ୍ତେଜନା ଲାଗିରହିଛି । ତେବେ ଡାକ୍ତରଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ଯୋଗୁଁ ଗୋଟିଏ ମା’ର କୋଳଶୂନ୍ୟ ହୋଇ ଯାଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ