ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର

ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର

ତ୍ରିରାଙ୍ଗରେ ଉଦଭାସିତ ହେଲା ସୂର୍ଯ୍ୟ ମନ୍ଦିର


କୋଣାର୍କ (ଏନ୍‍.ଏମ୍‍.): ଆଜାଦିକା ଅମୃତ ମହୋତ୍ସବ ପାଳନ ଅବସରରେ ଭାରତ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ପ୍ରମୁଖ ଐତିହ୍ୟ ପୀଠକୁ ସନ୍ଧ୍ୟା ସମୟରେ ଭାରତର ଜାତୀୟ ପତାକା ସଦୃଶ୍ୟ ତିନି ରଙ୍ଗର ଆଲୋକରେ ଆଲୋକିତ କରାଯାଇଛି । ଏହି କ୍ରମରେ ବିଶ୍ୱ ଐତିହ୍ୟ ସୂର୍ଯ୍ୟ ମନ୍ଦିରକୁ ୧୩ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ୩ଦିନ ବ୍ୟାପି ମନ୍ଦିରର ପାଦଦେଶରୁ ଚୁଡା ପର୍ଯ୍ୟନ୍ତ ଜାତୀୟ ପତାକା ସଦୃଶ ରଙ୍ଗିନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା । ସନ୍ଧ୍ୟା ସମୟରେ ସୂର୍ଯ୍ୟ ମନ୍ଦିର ତିନିରଙ୍ଗର ଆଲୋକରେ ଉଦଭାସିତ ହୋଇ ଉଠିଥିବାବେଳେ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଠ କରିଥିଲା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ