ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ପ୍ରତିବାଦ: ପେଟ୍ରୋଲ ପମ୍ପ ସମ୍ମୁଖରେ ଧାରଣାରେ ବସିଲେ କର୍ମୀ
ଭୁବନେଶ୍ୱର (ଏନ.ଏମ୍.): ଦେଶରେ ଗତ ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବୃଦ୍ଧି ପାଇଛି । ତେବେ ଗତ ୫ ମାସ ମଧ୍ୟରେ ୪୩ ଥର ତୈଳ ଦର ବୃଦ୍ଧି ପାଇବା ଯୋଗୁଁ ଦେଶବାସୀ ନାହିଁ ନଥିବା ହଇରାଣ ହେଉଛନ୍ତି । ଏମିତିକି ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ୧ଶହ ଟଙ୍କା ଡେଇଁଲାଣି । କିନ୍ତୁ କେନ୍ଦ୍ର ସରକାର ନିଜର ଲାଭଖୋର ମନବୃତି ଯୋଗୁଁ ଦେଶବାସୀ ଆର୍ôଥକ ସଂକଟର ସମ୍ମୁଖିନ ହେଉଥିବା ଭଳି ଅଭିଯୋଗ ଆଣି କଂଗ୍ରେସ ଆଜି ପୁଣି ଆନ୍ଦୋଳନକୁ ଓହ୍ଲାଇଛି । ଏଆଇସିସିର ଆହ୍ୱାନ କ୍ରମେ ସାରା ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ କଂଗ୍ରେସର କର୍ମୀମାନେ ଧାରଣା ଦେଇଥିବାବେଳେ ରାଜ୍ୟ କଂଗ୍ରେସ ବି ଏଥିରେ ସାମିଲ ହୋଇଛି । ଇନ୍ଧନ ତେଲ ଉପରୁ ଟ୍ୟାକ୍ସ ପ୍ରତ୍ୟାହାର କରି ତୈଳ ଦର କମ୍ କରିବାକୁ ଦଳ ଦାବି କରିଛି । ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ସମ୍ପ୍ରତି ମହାମାରୀ କରୋନା ଯୋଗୁଁ ଲୋକଙ୍କ ଜୀବନହାନୀ ହେଉଥିବାବେଳେ ଲକଡାଉନ୍ ଓ ସଟଡାଉନ୍ ଯୋଗୁ ଲୋକଙ୍କ ଆର୍ôଥକ ମେରୁଦଣ୍ଡ ଦୋହଲିଗଲାଣି । ଏପରି ସମୟରେ ଲୋକଙ୍କ ଆର୍ôଥକ ସ୍ଥିତିକୁ ମଜଭୁତ କରିବା ବଦଳରେ କେନ୍ଦ୍ର ସରକାର ବେଡି ଉପରେ କୋରଡ଼ା ମାଡ଼ କରି ଚାଲିଛନ୍ତି । ଲଗାତର ଭାବେ ପେଟ୍ରୋଲ ଡିଜେଲ ଦାମ୍ ବୃଦ୍ଧି ଯୋଗୁ ଅନ୍ୟ ସାମଗ୍ରୀର ଦରଦାମ ମଧ୍ୟ ଆକାଶଛୁଆଁ ହୋଇଛି । ତେବେ ତୈଳଦର ବୃଦ୍ଧିକୁ ନେଇ ପ୍ରତିବାଦ ସ୍ୱରୁପ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ସାଇକେଲ୍ ପଠା ଯାଇଛି । ସେହିଭଳି ଆଜି ରାଜଧାନୀ ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀଙ୍କ ସହ ଏକ ପେଟ୍ରୋଲ୍ ପମ୍ପରେ ଧାରଣାରେ ବସିଥିବା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ କହିଛନ୍ତି । କେନ୍ଦ୍ର ସରକାର ଆଚ୍ଛେଦିନର ନାରାଦେଇ ଶାସନକୁ ଆସିବା ପରେ ଦେଶବାସୀଙ୍କୁ ପ୍ରତାରଣା କରିଥିବା ଶ୍ରୀ ମାଝୀ ଅଭିଯୋଗ କରିଛନ୍ତି । ପେଟ୍ରୋଲ୍ ଓ ଡିଜେଲ ଦରରେ ନିୟନ୍ତ୍ରଣ ଆଣିବା ପାଇଁ ଯେଉଁ ବିଜେପି ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା । ଏବେ ତୈଳ ଦର ପ୍ରାୟ ୧୦୦ ଟଙ୍କା ହୋଇଗଲାଣି । ଏହା କେତେ ବାଧୁଛି, ତାହା କେବଳ ଗ୍ରାହକମାନେ ଜାଣିଛନ୍ତି । ସରକାର ପେଟ୍ରୋଲ୍ ଓ ଡିଜେଲ ଉପରେ ଯେଉଁ ୨୬୦ ପ୍ରତିଶତ ଟିକସ ନେଉଛନ୍ତି, ତାକୁ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ । ନ ହେଲେ ଲକଡାଉନ୍ ପରେ କଂଗ୍ରେସ ଦଳ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି । ଅନ୍ୟପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପେଟ୍ରୋଲ ଓ ଡିଜେଲ ଉପରୁ ନିଜ ନିଜ ଟିକସ ଆଦାୟର କଠୋର ଆଭିମୁଖ୍ୟକୁ ମଧ୍ୟ ବାରବାଟୀ-କଟକ ବିଧାୟକ ଇଂ.ମହମ୍ମଦ ମୋକିମ ନାପସନ୍ଦ କରି ଭାଷଣ ଦେଇଥିଲେ । ବାରବାଟୀ-କଟକ ଯୁବ କଂଗ୍ରେସ,ଚୌଦ୍ଵାର-କଟକ ଯୁବ କଂଗ୍ରେସ ଏବଂ କଟକ-ସଦର ଯୁବ କଂଗ୍ରେସ ପକ୍ଷରୁ କଟକ ସହରର ଥିବା ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ କରଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଶୈଳବାଳା ଜେନା, ତୃପ୍ତି ଦାସ,ନମିତା ମଞ୍ଜରି ସାହୁ,ବିଜୟ ବାରିକ,ଆର୍ଯ୍ୟବୀର ଲେଙ୍କା,ରଶ୍ମୀ ରଞ୍ଜନ ମିଶ୍ର, ସୁରଜିତ ସାହୁ,କମଲେଶ ସାଗର,ଆକାଶ ଭୂୟାଁ, କ୍ଷୀରୋଦ ସାହୁ,ସେକ ଜିଆଉଦ୍ଦୀନ,ଅନିଲ ବେଉରା,ପ୍ରତାପ ପରିଡା,ଜନାର୍ଦ୍ଦନ ପରିଡା,ଲିଜାରାଣୀ ରାଉତ,ଶ୍ରୀୟା ସଂବେଦନା,ସନ୍ତୋଷ ପାତ୍ର, ସ୍ମୂତି ରଞ୍ଜନ ରାଉତ,ସେକ ଗୁଲାମମୋହିଦ୍ଦିନ,ରାକେଶ ମହାରଣା,ଜନ ଆଶୁତୋଷ ଦାସ, ଅଜୟ ରାଉତ,ସତ୍ୟଶ୍ରୀ ବେହେରା,ସୌମେନ୍ଦ୍ର ମହାନ୍ତି,ପିଙ୍କି ସିଂ,ଶୋନୁ ସ୍ଵାଇଁ,ସେକ ବାବଜାନି, ବିକ୍ରମ ସାମଲ,ସେକ ଆବିଦ,ସେକ ସହିଲ,ରୂପକ ରଞ୍ଜନ ପାତ୍ର ପ୍ରମୁଖ ଅଂଶଗ୍ରହଣ କରିଥିଲେ ।