ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ

ତେଜୁଛି ମମିତା ହତ୍ୟାକାଣ୍ଡ ଘଟଣା: ପରିବାରକୁ ନ୍ୟାୟ ନମିଳବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ସାମାଜିକ ବାସନ୍ଦ ପାଇଁ ବିଜେପିର ଆହ୍ୱାନ


କଟକ(ଏନ୍‌.ଏମ୍‌.): କଳାହାଣ୍ଡିରେ ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡକୁ ମାସେ ବିତିବାକୁ ବସିଛି । ଏତେ ବଡ ବିଭତ୍ସ ଘଟଣା ଘଟିବା ସତ୍ତ୍ୱେ ମୁଖ୍ୟମନ୍ତ୍ରୀ ମୌନ ରହିବା ଦୁର୍ଭାଗ୍ୟଜନକ ବୋଲି କଟକ ବିଜେପି ପକ୍ଷରୁ ଅଭିଯୋଗ ହୋଇଛି । ଆଇନ୍‌କୁ ତା ବାଟରେ ଯିବାକୁ ନଦେଇ ଧ୍ରୃତରାଷ୍ଟ୍ର ସାଜିଥିବା ମୁଖ୍ୟମନ୍ତ୍ରୀ ନିଜ ଦଳର ଅପରାଧୀ ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ବିଜେପିର କର୍ମକର୍ତ୍ତାମାନେ ଆଜି ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ବେଳେ କହିଥିଲେ । ସେହିଭଳି ମମିତା ପରିବାରକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟବ୍ୟାପୀ ସାମାଜିକ ବାସନ୍ଦ କରିବାକୁ କଟକ ବିଜେପି ପକ୍ଷରୁ ଆହ୍ୱାନ ଦିଆଯାଇଛି । ମମିତାକୁ ମାରି, ମୃତ ଶରୀରକୁ ଖଣ୍ଡ ଖଣ୍ଡ କରି ପୋଡି ଓ ପୋତି ଦିଆଯିବା ଘଟଣାକୁ ବିଜେପି ଆଦୌ ବରଦାସ୍ତ କରିବ ନାହିଁ ବୋଲି ବିକ୍ଷୋଭକାରୀମାନେ କହିଥିଲେ ।
ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟର ସମସ୍ତ ବ୍ଲକ, ଏନଏସି, ମ୍ୟୁନିସିପାଲିଟି, ଜିଲ୍ଲା ସଦର ମହକୁମାଠାରେ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ କୁଶପୁତ୍ତଳିକା ଦାହ ଓ ପ୍ରତିବାଦ କରାଯିବା ସହ ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । କଟକନଗର ସଭାପତି ଲଲାଟେନ୍ଦୁ ବଡୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ସଭାରେ ଯୁବମୋର୍ଚ୍ଚା ସଭାପତି ସତ୍ୟବ୍ରତ ମିଶ୍ର, ରାଜ୍ୟର ବରିଷ୍ଠ ନେତା ବିନୋଦ ଦାସ, ପୁର୍ବତନ ଜିଲ୍ଲା ସଭାପତି ଲକ୍ଷ୍ମୀଧର ପ୍ରଧାନ, ରାଜ୍ୟ ସଂଖ୍ୟାଲଘୁ ମୋର୍ଚ୍ଚା ସଭାପତି ସିକନ୍ଦର ଅଲ୍ଲି, ରାଜ୍ୟ ମହିଳା ମୋର୍ଚ୍ଚା ସମ୍ପାଦିକା ରଶ୍ମିରେଖା ଦାସ, ପ୍ରଦୀପ ପଟ୍ଟନାୟକ, ସବ୍ୟସାଚୀ ମହାପାତ୍ର, ସଂଜୟ ଜେନା, ଦୀପ୍ତି ସ୍ୱାଇଁ, ଜୟକୃଷ୍ଣ ସ୍ୱାଇଁ, ହରପ୍ରସନ୍ନ ଦାଶ, ରତନ ମହାନ୍ତି, ଦେବାନନ୍ଦ ସିଂ, ପୁଷ୍ପିତା ମହାପାତ୍ର, ସୁବାଷ ମହାନ୍ତି, ଅଭିଳାଷ ଜେନା, ଶିବେଶ ମିଶ୍ର, ଶାରଦା ଷଡଙ୍ଗୀ, ପୌର୍ଣ୍ଣବାସୀ ମହାପାତ୍ର, ଶିବପ୍ରସାଦ ସେଠୀ, ପୂର୍ଣ୍ଣଚନ୍ଦ୍ର ଜେନା, ମହମ୍ମଦ ସବିର, ପ୍ରବୀଣା ମହାପାତ୍ର, ସଂଯୁକ୍ତା ମିଶ୍ର, ଧିରପ୍ରସାଦ ମହାନ୍ତି, ସୋନିଆ ଶର୍ମା, ଶ୍ରୀନିବାସ ରେଡ୍ଡି, ହରପ୍ରିୟା ଧଳ, ଆଲ୍‌ହାଦିନୀ ପରିଜା, ଶ୍ୟାମସୁନ୍ଦର ସାହୁ, ରମେଶ ପ୍ରଧାନ, ସଂଜୀବ ମହାପାତ୍ର, ସଦାନନ୍ଦ ବିଶ୍ୱାଳ, ସୁରେଶ ମହାନ୍ତି, ମୃତ୍ୟୁଞ୍ଜୟ ବଳ, ରଶ୍ମିରଞ୍ଜନ ଘୋଷ, ବିନୟ ଦାସ, କଲ୍ୟାଣି ମହଲା, ସଞ୍ଜୀବ ଶୁକ୍ଳା, ପୂର୍ଣ୍ଣ ଭଞ୍ଜ, ଉଷା ପାତ୍ର, ନୃସିଂହ ପାତ୍ର, ରମେଶ ଦାସ, ମୁକେଶ ସାହୁ, ରାଜେଶ ସେଠି, ଶ୍ରୀନୁ ଆଚାରୀ, ଅରୁଣ ବେହେରା, ଦୀପକ ଦାସ, ହୃଦାନନ୍ଦ ମହାନ୍ତି, ସୁମନ ରାଉତ, ତନୁଶ୍ରୀ ମହାନ୍ତି, ଜୀବନଜ୍ୟୋତି ଦାସ, କବିତା ଦଳେଇ, ସ୍ମିତା ସ୍ୱାଇଁ, ଭାରତୀ ପାଣି, ତପନ ଦଳେଇ, ହରି ନାଏକ ପ୍ରଭୃତି ନେତାମାନେ ଉପସ୍ଥିତ ଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ