ତୃତୀୟ ଥର ତବ୍ରେଜ୍ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

ତୃତୀୟ ଥର ତବ୍ରେଜ୍ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

ତୃତୀୟ ଥର ତବ୍ରେଜ୍ ହେଲେ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ

News by Smruti Ranjan Tripathy (Cuttack)

#କଟକ(ଏନ୍‌.ଏମ୍‌.): ଇଂ.ତବ୍ରେଜ ଖାନ ତୃତୀୟ ଥର ପାଇଁ ଭାରତୀୟ ଛାତ୍ର ସଂସଦର ରାଜ୍ୟ ସଂଯୋଜକ ଭାବେ ନିର୍ବାଚିତ ହୋଇଯାଇଛି । ଏହା ପୂର୍ବରୁ ସେ ଛାତ୍ର ସାଂସଦ ପ୍ରତିନିଧି ରୂପେ ଦିଲ୍ଲୀ ବିଜ୍ଞାନ ଭବନରେ ଏବଂ ପୁନେରେ ଆୟୋଜିତ ଛାତ୍ର ସାଂସଦ ଭାବେ ରାଜ୍ୟରୁ ପ୍ରତିନିଧି କରିଥିଲେ । ଇଂ.ତବ୍ରେଜ୍ ଏବେ ବିଜୁ ଛାତ୍ର ଜନତା ଦଳର ରାଜ୍ୟ ସମ୍ପାଦକ ଅଛନ୍ତି । ଏହି ନିଯୁକ୍ତି ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଫାଇପ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି କେ ପାଣ୍ଡିଆନ, ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ନିର୍ମାଣ ଓ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ବିଧାୟକ ବଳବନ୍ତ ରାୟ, ବ୍ୟୋମକେଶ ରାୟ, ଦେବୀରଞ୍ଜନ ତ୍ରିପାଠୀ, ପ୍ରଶାନ୍ତ ବେହେରା ପ୍ରମୁଖଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ