ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର

ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର

ତିନିଘରିଆରେ ରକ୍ତଦାନ ଓ ନିଶୁଳ୍କ ଫିଜିଓ ଥେରାପି ଶିବିର


#କଟକ(ଏନ୍‌.ଏମ୍‌.): କଟକ ମହାନଗର ନିଗମ ୫୧ ନମ୍ବର ୱାର୍ଡ ଅନ୍ତର୍ଗତ ତିନିଘରିଆ ଗ୍ରାମରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଓ ନିଶଳ୍କ ଫିଜିଓ ଥେରାପି ଶିବିର ଅନୁଷ୍ଠିତ ହୋଇଯାଇଛି। ଗୋପିନାଥ ଜୀଉ କ୍ଲବ ତରଫରୁ ସ୍ଥାନୀୟ ତିନିଘରିଆ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣରେ ଆୟୋଜିତ “ରକ୍ତଦାନ ମହାପୁଣ୍ୟ’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମଧୁପାଟଣା ଥାନା ଆଇଆଇସି ଚିତ୍ତରଞ୍ଜନ ରାଉତ ଯୋଗଦେଇ ରକ୍ତଦାନ ମହାପୂଣ୍ୟ ଓ ରକ୍ତଦାନ କରି ସମାଜକୁ ସୁସ୍ଥ ଓ ସୁରକ୍ଷିତ ରଖୁବାକୁ ମତ ଦେବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ସମ୍ମାନିତ ଅତିଥି ଭାବେ ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, କର୍ପୋରେଟର ରାକେଶ ସ୍ୱାଇଁ, ଆମ୍ବେଦକର ସ୍ମୃତି ପରିଷଦର ସଭାପତି ତଥା ସମାଜସେବୀ ସୁକାନ୍ତ ସେଠୀ ଯୋଗଦେଇ ରକ୍ତଦାନ କରୁଥିବା ଯୁବକ, ଯୁବତୀ ମାନଙ୍କୁ ରକ୍ତଦାନ କରନ୍ତୁ ଓ ଜୀବନ ବଚାନ୍ତୁ ବୋଲି ପରାମର୍ଶ ଦେଇଥିଲେ। ରବୀନ୍ଦ୍ର କୁମାର ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତିନିଘରିଆ ଗ୍ରାମର ଅଧିକାରୀ ପ୍ରଣୟ ଖୁଣ୍ଟିଆ, ମହନ୍ତ ନିରୋଧ ସ୍ୱାଇଁ, ସଞୟ ବେହେରା, ସୁଭାଶିଷ ଖୁଣ୍ଟିଆ, ଦିପକ ବେହେରା, ସୀତାକାନ୍ତ ବେହେରା, ନିର୍ମଳ ସ୍ୱାଇଁ, ଅଭିଷେକ ବସ୍ତିଆ, ବିପିନ ବସ୍ତିଆଙ୍କ ସମେତ କ୍ଲବର ସମସ୍ତ କର୍ମକର୍ତ୍ତା, ମୁରବୀ ଉପସ୍ଥିତ ଥିଲେ। ଏହି ଅବସରରେ ଫିଜିଓ ଥେରାପିର ମୁଖ୍ୟ ଡାକ୍ତର ସାସ୍ୱତୀ ସୁଚିସ୍ମିତା ନିଶୁଳ୍କ ଫିଜିଓ ଥେରାପିରେ ସମ୍ପୂର୍ଣ୍ଣ ସହଯୋଗ କରିଥିବାବେଳେ ଏସ.ସି.ବି. ମେଡିକାଲ କଲେଜର ଡାକ୍ତର ଚିନ୍ମୟ ରଞ୍ଜନ ସ୍ୱାଇଁ ଓ ତାଙ୍କର ଟିମ୍ ରକ୍ତଦାନ ଶିବିରରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଏହି ଅବସରରେ ୫୮ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ