ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ

ତିଗିରିଆ ବ୍ଳକ ସମ୍ମୁଖରେ ବିକ୍ଷୋଭ ସମୟରେ ବୋମାମାଡ଼: ତେଜିଲା ଜନଅସନ୍ତୋଷ

News by Maheswar Behera (Athagarh)

#ଆଠଗଡ଼(ଏନ୍‌.ଏମ୍‌.): କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ପ୍ରକଳ୍ପରେ ଦୁର୍ନୀତି ବଢ଼ିବାରେ ଲାଗିଛି । କେଉଁଠି ସରକାରୀ ଅର୍ଥ ତୋଷାରପାତ ହେଉଛି ତ ଆଉ କେଉଁଠି ହିତାଧିକାରୀଙ୍କୁ ଭୁଆଁ ବୁଲାଇ ସରକାରୀ ଯୋଜନା ଆତ୍ମସାତ ହେଉଥିବା ଅଭିଯୋଗ ଉଠିଛି । ବିଶେଷ କରି ଆଠଗଡ଼ ଉପଖଣ୍ଡରେ ଏହାର ମାତ୍ରା ଯଥେଷ୍ଟ ବୃଦ୍ଧି ପାଇଛି । ବିଭିନ୍ନ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ବାରିହୋଇ ପଡ଼ୁଥିବାବେ ଳେ ଏହାକୁ ନେଇ ପ୍ରତିବାଦର ସ୍ୱର ଶାଣିତ ହେବାରେ ଲାଗିଛି । କିନ୍ତୁ ଏହାକୁ ଚପାଇ ଦେବା ପାଇଁ ମୁଷ୍ଟିମେୟ ଲୋକେ ମଧ୍ୟ ଆଗେଇ ଆସିଛନ୍ତି । ଏପରିକି ଜନସାଧାରଣଙ୍କୁ ଡରାଇ ଧମକାଇ ସେମାନଙ୍କ ପ୍ରତିବାଦକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଚର୍ଚ୍ଚା ଜୋର ଧରିଛି । ଆଠଗଡ଼ ଉପଖଣ୍ଡ ଅଧିନସ୍ଥ ତିଗିରିଆ ବ୍ଲକରେ ମିଶନ ଶକ୍ତି ଏବଂ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ରାଉତଙ୍କ ନାମରେ ଦୁର୍ନୀତି ଅଭିଯୋଗ କରାଯାଇଥିଲା । ତେବେ ଏଭଳି କ୍ଷେତ୍ରରେ ବିଡିଓଙ୍କ ଠାରୁ ନ୍ୟାୟ ନମିଳିବାରୁ ଆଠଗଡର ସଂଗଠକ ଅଭୟ କୁମାର ବାରିକ ହିତାଧିକାରୀଙ୍କୁ ନେଇ ତିଗିରିଆ ବ୍ଳକ କାର୍ଯ୍ୟାଳୟ ଘେରାଉ କରିଥିଲେ । ନିଜର ଶହ ଶହ କର୍ମୀଙ୍କ ସହ ତିଗିରିଆ ବ୍ଲକ ସମ୍ମୁଖରେ ଧାରଣା ଦେଇ ନ୍ୟାୟ ପାଇଁ ଅଡି ବସିଥିଲେ । ଏତିକି ବେଳେ ଏକ ପ୍ରଚଣ୍ଡ ଶବ୍ଦ ଶୁଣିବାକୁ ମିଳିଥିଲା । ଶେଷରେ ଜଣା ପଡ଼ିଲା ଯେ, କେହି ଦୁର୍ବୃତ୍ତ ବିକ୍ଷୋଭକାରୀଙ୍କ ଗାଡ଼ି ଉପରକୁ ବୋମାମାଡ଼ କରିଛନ୍ତି । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଅଧିକ ବୃଦ୍ଧି ପାଇବା ସହ ଦୁର୍ନୀତି ପ୍ରତିବାଦକୁ ଚପାଇ ଦେବା ପାଇଁ ଏଭଳି ବୋମାମାଡ଼ କରାଯାଇଥିବା ଚର୍ଚ୍ଚା ହେଉଛି । ତେବେ ଏ ନେଇ ତିଗିରିଆ ଥାନାରେ ଏକ ଅଭିଯୋଗ ମଧ୍ୟ ହୋଇଥିବା ଜଣାପଡ଼ିଛି । ଅନ୍ୟ ପକ୍ଷରରେ ଏହାକୁ ନେଇ ଜନଅସନ୍ତୋଷ ମଧ୍ୟ ତେଜିବାରେ ଲାଗିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ