ତିଗିରିଆରେ ବୋମାମାଡ଼: ଭାଇ ଭଉଣୀ ଗୁରୁତର, ପୁଲିସର ତନାଘନା

ତିଗିରିଆରେ ବୋମାମାଡ଼: ଭାଇ ଭଉଣୀ ଗୁରୁତର, ପୁଲିସର ତନାଘନା

ତିଗିରିଆରେ ବୋମାମାଡ଼: ଭାଇ ଭଉଣୀ ଗୁରୁତର, ପୁଲିସର ତନାଘନା

News by Maheswar Behera (Athagarh)

ଆଠଗଡ଼ (ଏନ୍‍.ଏମ୍‍.): ତିଗିରିଆ ବ୍ଲକ ଅନ୍ତର୍ଗତ ବନମାଳିପୁର (ନୁଆ ପାଟଣା)ଗ୍ରାମରେ ଅଘଟଣ । ଗତ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ତେବେ ବୋମାମାଡ଼ ଘଟଣାରେ ୨ଜଣଙ୍କ ଅବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ସୂଚନା ଅନୁଯାୟୀ, ବନମାଳିପୁର ଗ୍ରାମର ଶରତ କୁମାର ରାଉତଙ୍କ ଘରକୁ ଗତକାଲି ରାତି ପ୍ରାୟ୧୨ଟା ସମୟରେ ଦୁବୃର୍ତ୍ତମାନେ ଏକ ବୋଲେରୋ ଗାଡିରେ ଆସି ଘର ଆଜବେଷ୍ଟଉପରକୁ ଅଚାନକ ବୋମା ମାଡ଼ କରି ଥିଲେ । ରାତି ଅଧରେ ବୋମାମାଡ଼ର ପ୍ରଚଣ୍ଡ ଶବ୍ଦଶୁଣି ପାଖପଡ଼ୋଶୀ ଉଠିଥିଲେ ମଧ୍ୟ ଦୁବୃର୍ତ୍ତମାନେ ଫେରାର ହୋଇଯିବାରେ ସଫଳ ହୋଇଥିବା ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାପଡ଼ିଛି । ତେବେ ଏହି ବୋମାମାଡ଼ ଫଳରେ ସେହି ଘରେ ଶୋଇଥିବା ୪ଜଣ ସଦସ୍ୟ ମଧ୍ୟରୁ ୨ଜଣଙ୍କୁ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ତିଗିରିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏହି ଆହତମାନଙ୍କ ମଧ୍ୟରେ ଶ୍ରୀ ରାଉତଙ୍କ୧୯ ବର୍ଷର ପୁଅ ଶାଶ୍ୱତ ରାଉତ ଓ ତାଙ୍କ ଘରେ ରହି ପାଠ ପଢୁଥିବା ନରସିଂହପୁର ରେଗେଡା଼ ଅଞ୍ଚଳର ତାଙ୍କ ମାଉସୀ ଝିଅ ଭଉଣୀ ମୋନାଲିସା ପ୍ରଧାନ (୧୯) ଆହତ ହୋଇଛନ୍ତି । ବୋମାମାଡ଼ ଯୋଗୁଁ ଆଜବେଷ୍ଟ ଭାଙ୍ଗି ସେମାନଙ୍କ ଦେହରେ ବାଜିଥିବା ଯୋଗୁଁ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି । ଏ ସମ୍ପର୍କରେ ଖବର ପାଇ ତିଗିରିଆ ପୁଲିସର ତନାଘନା ଜାରୀ ରହିଛି । ଉଭୟଙ୍କୁ ପୁଲିସ ଚିକିତ୍ସା କରାଇବା ସହ ବୋମାମାଡ଼ର କାରଣ ଓ ଅପରାଧୀମାନଙ୍କୁ ଖୋଜୁଥିବା ଜଣାପଡ଼ିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ