ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ

ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମରେ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି ରୋଡରେ ମୋ ବସ ସେବାର ଶୁଭାରମ୍ଭ

News by Kanhucharan Panda (Jagatpur)

ଜଗତପୁର(ଏନ୍‍.ଏମ୍‍.): କଟକ ମହାନଗର ନିଗମ ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡ ଆଇ.ବି. ରୋଡରେ ଡେପୁଟି ମେୟର ଦମୟନ୍ତୀ ମାଝିଙ୍କ ଉଦ୍ୟମକ୍ରମେ ମୋ ବସ ସେବା ଆଜି ଠାରୁ ଆରମ୍ଭ ହୋଇଛି । ଏହି ସେବା ବିଜୁ ପଟ୍ଟନାୟକ ପାର୍କ ରୁଟ ନମ୍ବର ୮୦ରେ ଗମନାଗମନ କରିବ । ସ୍ଥାନୀୟ ସିଡିଏ ସେକ୍ଟର-୯ ଦେଇ ଉଚ୍ଚ ନ୍ୟାୟାଳୟ, ବାଦମବାଡି, ଲିଙ୍କ ରୋଡ, ରେଭେନ୍ସା କଲେଜ, କଟକ ବଡ ମେଡିକାଲ, ଜୋବ୍ରା ମହାନଦୀ ବ୍ୟାରେଜ ଦେଇ ୪୮ନମ୍ବର ୱାର୍ଡ ଜଗତପୁର ଶିକାରୀପୁର, ଫକିରପୁର, ଲକ୍ଷ୍ମଣପୁର, ପୁରୁଣା ଜଗତପୁର, ଚୌଦ୍ୱାର ବ୍ୟାରେଜ, ଗାନ୍ଧି ଛକ, କଳିଙ୍ଗ ଛକ, ଏଆରସି ଠାରୁ ଚୁଡାଖିଆ ପର୍ଯ୍ୟନ୍ତ ଏହି ବସ ଯାତୟାତ କରିବ । ଯାହା ଦ୍ୱାରା ବହୁ ଲୋକ ଏହି ମୋ ବସ ସେବାରେ ଉପକୃତ ହେବେ ବୋଲି ଆଶା କରାଯାଇଛି । କଟକ ବଡ ମେଡିକାଲ ସମ୍ପ୍ରସାରଣ ବେଳେ ସେଠାରୁ ବସ୍ତି ଗୁଡିକୁ ଉଚ୍ଛେଦ କରାଯାଇ ବହୁ ଲୋକମାନଙ୍କୁ ରାଜ୍ୟ ସରକାର ଜଗତପୁର ଆଇ.ବି ରୋଡସ୍ଥିତ ନିମପୁର ବସ୍ତିରେ ଥଇଥାନ କରିଥିଲେ । ଏହି ବସ୍ତି ବାସିନ୍ଧାଙ୍କ ପିଲାମାନେ ସ୍କୁଲ, କଲେଜ ଠାରୁ ଆରମ୍ଭ କରି ମେଡିକାଲରେ କାମକରୁ ଥିବା କର୍ମଚାରୀଙ୍କ ଯାତୟାତରେ ବହୁ ଅସୁବିଧା ହେଉଥିବାରୁ ଏବଂ ବହୁ ଦିନରୁ ଏହି ରୁଟରେ ବସ ଚଳା ଚଳ ପାଇଁ ଦାବି ହୋଇଆସୁଥିବାରୁ ଆଜି ଏହି ସେବା ଶୁଭାରମ୍ଭ ହୋଇଛି । ସିଏମସି ମେୟର ସୁବାସ ସିଂଙ୍କର ନିର୍ଦ୍ଧେଶ ଓ ଡେପୁଟି ମେୟର ଦମୟନ୍ତି ମାଝିଙ୍କ ଉଦ୍ୟମକ୍ରମେ ଏହି ମୋ ବସ ସେବା ଜଗତପୁର ବାସି ଉପକୃତ ହେବେ । ୪୮ନମ୍ବର ୱାର୍ଡଠାରୁ ଚୌଦ୍ୱାର ଏବଂ କଟକ ଯିବା ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖି ନବ ନିର୍ବାଚିତ ୪୯ନମ୍ବର ୱାର୍ଡ କର୍ପୋରେଟର ତଥା ଡେପୁଟି ମେୟର ଏହି ମୋ ବସ ସେବାର ଶୁଭାରମ୍ଭ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ