ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ

ଡମ୍ଫର ଧକ୍କାରେ ବାଇକ ଆରୋହୀ ମୃତ

News by Kanhu Charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ସମ୍ପ୍ରତି ରାଜପଥରେ ସଡ଼କ ଦୁର୍ଘଟଣା ବଢ଼ିବାରେ ଲାଗିଛି । ବିଶେଷ କରି ରାଜପଥରେ ଚାଳକମାନଙ୍କ ବେପରୁଆ ଗାଡ଼ିଚାଳନା ଯୋଗୁଁ ବହୁ ଧନଜୀବନ କ୍ଷତିଗ୍ରସ୍ତ ହେଉଛନ୍ତି । ଗୋଟିଏ ପଟେ ବେପରୁଆ ଗାଡ଼ି ଚାଳନା ଆଉ ଗୋଟିଏ ପଟେ ରାସ୍ତାଘାଟର ଶୋଚନୀୟ ଅବସ୍ଥା ଦୁର୍ଘଟଣାର ମୂଳକାରଣ ବୋଲି ଜଣାପଡ଼ିଛି । ତେବେ ଆଜି ୧୬ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବାବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି ।
ମିଳିଥିବା ସୂଚନା ଅନୁଯାୟୀ, ଜଗତପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ କେନ୍ଦ୍ରାପଡା କେନାଲ ପୋଲ ନିକଟରେ ଅପରାହ୍ନ ସମୟରେ ଏକ ଗୋଡି ବୋଝେଇ ଓଡି ୦୬ ଆର ୦୩୭୩ ନମ୍ବର ଯୁକ୍ତ ଡମ୍ଫରଟି ପଛକୁ ବ୍ୟାକ କରୁଥିବାବେଳେ ସେହି ସମୟରେ ଭଦ୍ରକ ଜିଲ୍ଲାର ଦୁଇ ବନ୍ଧୁ ଓଡି୨୨ଟି ୬୦୧୩ ନମ୍ବର ଯୁକ୍ତ ହିରୋ ଗ୍ଲାମର ବାଇକ ନେଇ କଟକ ଆସୁଥିôଲେ । ତେବେ ଡମ୍ଫରଟି ହଠାତ ପଛକୁ ଚାଲିଆସିବାରୁ ପଛରେ ଆସୁଥିବା ବାଇକ ଉପରେ ଚଢ଼ିଯାଇଥିଲା । ଫଳରେ ଭଦ୍ରକ ଜିଲ୍ଲା ଦେହୁରି ସାହିର ବାଇକ ଚାଳକ ସଂଜୟ ପାଣିଗ୍ରାହୀ(୨୩) ଘଟଣା ସ୍ଥଳରେ ଡମ୍ଫର ଚକା ତଳେ ପଶି ମୃତ୍ୟୁ ବରଣ କରିଥିବାବେଳେ ତାଙ୍କ ବନ୍ଧୁ ଭଦ୍ରକ ଜିଲ୍ଲା କାଞ୍ଜିଆ ପାଳ ଅଞ୍ଚଳର ହରେକୃଷ୍ଣ ରଣା (୨୨)ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣା ଘଟିବା ପରେ ଘଟଣାସ୍ଥଳରୁ ଡମ୍ଫର ଡ୍ରାଇଭର ଗାଡି ଛାଡି ଫେରାର ହୋଇଯାଇଥିବା ଜଣାପଡ଼ିଛି । ଖବର ପାଇ ଜଗତପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଦୁଇ ଜଣଙ୍କୁ କଟକ ବଡ ମେଡିକାଲ ପଠାଇ ଦୁଇ ଗାଡିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ