ଟିପିସିଓଡିଏଲର ଉପଭୋକ୍ତା ଶୋଷଣ ନୀତି ନେଇ କୁହୁଳୁଛି ଅସନ୍ତୋଷ
ଜଗତପୁର(ଏନ୍.ଏମ୍.): ଟିପିସିଓଡିଏଲ ବିଦ୍ୟୁତ ବଣ୍ଟନ ଦାୟିତ୍ୱ ନେବା ପରେ ଉପଭୋକ୍ତାଙ୍କୁ ବିଭିନ୍ନ ଉପାୟରେ ଶୋଷଣ କରୁଥିବା ଅଭିଯୋଗ ହୋଇଛି । ଟାଟା ଏକ ପୁରୁଣା ଏବଂ ପ୍ରତିଷ୍ଟିତ କମ୍ପାନୀ ହୋଇଥିବାରୁ ସାଧାରଣ ଲୋକଙ୍କର ଧାରଣା ଥିଲା ଯେ, ଟାଟା ଦାୟିତ୍ୱ ନେବା ପରେ ଉପଭୋକ୍ତାମାନେ ଅଧିକ ସୁଫଳ ପାଇବେ । ବିଦ୍ୟୁତ ବଣ୍ଟନ, ପରିଚାଳନାରେ ଅଧିକ ସୁଧାର ଆସିପାରିବ । କିନ୍ତୁ ଦାୟିତ୍ୱ ନେବା ପରେ ସବୁ ଓଲଟା । ବିଦ୍ୟୁତ ବିଭାଗର ରାଜ୍ୟବ୍ୟାପି ଉପଭୋକ୍ତାଙ୍କ ପ୍ରତି ଦିନକୁ ଦିନ ବଢୁଥିବା ଶୋଷଣ ବିରୁଧରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ପୁନଶ୍ଚ ଘନଘନ ବିଦ୍ୟୁତ କାଟ, ଲୋ ଭୋଲଟେଜ ସମସ୍ୟାକୁ ନେଇ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । କେବଳ ସେତିକି ନୁହେଁ ମିଟର ରିଡିଂ କ୍ଷେତ୍ରରେ ମଧ୍ୟ ଅନୀୟମିତତା ଯୋଗୁଁ ଉପଭୋକ୍ତାଙ୍କ ଅଧିକ ଟଙ୍କା ଦେବାକୁ ପଡ଼ୁଛି ବୋଲି ଚର୍ଚ୍ଚା ହେଉଛି । ଏଭଳି ସମସ୍ୟା ଦେଖିବାକୁ ମିଳିଛି କଟକ ମହାନଗର ନିଗମର ଅଞ୍ଚଳର ବିଭିନ୍ନ ସ୍ଥାନରେ । ବିଶେଷ କରି ଜଗତପୁର ଅଞ୍ଚଳରେ ଉପଭୋକ୍ତାଙ୍କୁ ବିଦ୍ୟୁତ ବିଭାଗ ଶୋଷଣ କରୁଥିବା ଭଳି ସଂଗୀନ ଅଭିଯୋଗ ଆସିଛି । ଦୁଇ ମାସ ହେବ ମିଟର ରିଡଙ୍ଗ ନିଆଯାଉ ନାହିଁ । ଏମିତିକି ଲୋକମାନେ ୫୦ ୟୁନିଟକୁ ୩ ଟଙ୍କା, ୫୦ରୁ ୨୦୦ ୟୁନିଟକୁ ୪ଟଙ୍କା ୮୦ ପଇସା ଓ ୨୦୦ ୟୁନିଟରୁ ୪୦୦ ୟୁନିଟ ହେଲେ ୫ ଟଙ୍କା ୮୦ ପଇସା ଓ ୪ଶହ ୟୁନିଟରୁ ଅଧିକା ହେଲେ ୬ ଟଙ୍କା ୨୦ ପଇସା ଦେବାକୁ ପଡୁଛି । ତେଣୁ ମିଟର ରିଡଙ୍ଗ ଠିକ ସମୟରେ ନିଆ ଯାଉନଥିବାରୁ ସାଧାରଣ ଲୋକେ ପ୍ରତି ୟୁନିଟକୁ ଅଧିକା ଟଙ୍କା ଦେବାକୁ ପଡ଼ୁଛି । ଗତ ମାସରେ ସୁଚାରୁରୂପେ ମିଟର ରିଡିଙ୍ଗ ହୋଇନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୁଣି ଘନଘନ ବିଦ୍ୟୁତ କାଟରେ ଲୋକମାନେ ନାହିଁ ନଥିବାର ସମ୍ମୁଖିନ ହେଉଛନ୍ତି । ଗ୍ରୀଷ୍ମର ପ୍ରଚଣ୍ଡ ଖରାରେ ୪୦ଡିଗ୍ରୀ ଗରମରେ ଉଦଉଦିଆ ଖରାବେଳେ ସାଧାରଣ ଲୋକଟିଏ ବିଶ୍ରାମ କରିବାକୁ ଗଲାବେଳେ ବିଦ୍ୟୁତ କାଟ ହେଉଛି । ଠିକ ସେହିପରି ରାତିି ୧୦ଟା ପରେ ସାଧାରଣ ଲୋକଟିଏ ଶୋଇବାକୁ ଗଲାବେଳେ ୪ରୁ ୫ଥର ବିଦ୍ୟୁତକାଟକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଆଉ ଦୁଇ ମାସର ଇଲେକ୍ଟ୍ରି ବିଲ ବାକି ରହିଗଲେ ତୁରନ୍ତ ବିଦ୍ୟୁତ ବିଭାଗ ଦଳବଳ ଧରି ଖୁଣ୍ଟରେ ଚଢି କନେକସନ କାଟ କରିଦିଆଯାଉଛି । ଏବେ ଟିପିସିଓଡିଏଲର ବିଚିତ୍ର ନୀତି ଜନସାଧାରଣଙ୍କୁ ବିଚଳିତ କରୁଥିବାବେଳେ ସରକାର ଏଦିଗରେ ହସ୍ତକ୍ଷେପ କରିବାକୁ ଉପଭୋକ୍ତାଙ୍କ ମହଲରେ ଦାବି ହୋଇଛି ।