ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ

ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ

ଟିକା କେନ୍ଦ୍ରରେ ଫଟୋ ରାଜନୀତି: ବିଜେଡ଼ି-ବିଜେପି ମୁହାଁମୁହିଁ


ଭୁବନେଶ୍ୱର(ଏନ୍‌.ଏମ୍‌.): ସମ୍ପ୍ରତି କରୋନା ଟିକାକରଣକୁ ନେଇ ଫଟୋ ରାଜନୀତି ଜୋର ଧରିଛି । ଓଡ଼ିଶାରେ ଟିକାକେନ୍ଦ୍ରମାନଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ପୋଷ୍ଟର ରହିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ କାହିଁକି ନରହିବ ଏ ନେଇ ମୁହଁ ଖୋଲିଛନ୍ତି ବିଜେପି କର୍ମକର୍ତ୍ତା । ଅନ୍ୟପକ୍ଷରେ କୋଭିଡ ଟିକା ନେଇଥିବା ବ୍ୟକ୍ତିଙ୍କୁ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ରହୁଥିବାବେଳେ କେନ୍ଦ୍ରରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଫଟୋ ନରହିବ ଏ ନେଇ ଚାଲିଛି କାଦୁଅ ଫିଙ୍ଗା ରାଜନୀତି । ବିଜେପି ଓ ବିଜେଡ଼ି ମଧ୍ୟରେ ଏହାକୁ ନେଇ ଟଣା ଓଟରା ଆରମ୍ଭ ହୋଇଥିବାବେଳେ ଭୁବନେଶ୍ୱର ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଅପରାଜିତା ଷଡ଼଼ଙ୍ଗୀ ମଧ୍ୟ ରାଜ୍ୟସରକାରଙ୍କୁ ତେରେଛା ତୀର ମାରିଛନ୍ତି । ସେ କହିଛନ୍ତି ଯେ, ‘ଓଡ଼ିଶା ଟିକା କିଣିବାରେ ଯେବେ ଅସମର୍ଥ ହୋଇ କେନ୍ଦ୍ରର ସହଯୋଗ ଲୋଡ଼ିଲା, କେନ୍ଦ୍ରର ସହଯୋଗର ହାତ ବଢ଼ାଇଲା । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାକୁ ଟିକା ଯୋଗାଣ ବ୍ୟବସ୍ଥା କଲେ । ତେଣୁ ସୌଜନ୍ୟତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଫଟୋ ଲଗାଇବାର ଆବଶ୍ୟକତା ରହିଛି ।’ ଏଥି ସହ ସେ ଏହାକୁ ଅସୁରକ୍ଷା ଭାବ ଓ ହୀନମାନ୍ୟତାର ପରିଚାୟକ ବୋଲି ଟ୍ୱିଟ୍ କରିବା ସହ ଏହାକୁ ନାପସନ୍ଦ କରିଛନ୍ତି । ତେବେ ଅପରାଜିତାଙ୍କ ଟୁଇଟର ଜବାବରେ ବିଜେଡ଼ି ସାଂସଦ ସସ୍ମିତ ପାତ ମଧ୍ୟ ଟୁଇଟ କରିଛନ୍ତି । ସେ କହିଛନ୍ତି ଯେ, ଟିକା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ରହୁଛି, ବିଜେଡି ପ୍ରତିବାଦ କରିନି । ତେବେ ଟିକା କେନ୍ଦ୍ରରେ ଫଟୋକୁ ନେଇ ବିଜେପି ରାଜନୀତି କରିବା ଲଜ୍ଜାଜନକ ବିଷୟ ବୋଲି ବିଜେଡି ସାଂସଦ ଶ୍ରୀ ପାତ୍ର ଟ୍ୱିଟ୍ କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ସ୍ୱାସ୍ଥ୍ୟ