ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି

ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି

ଟାର୍ଗେଟରେ ଏବେ ପୁରୁଣା ମୂର୍ତ୍ତି: ସାଲେପୁର ବିଶ୍ୱେଶ୍ୱର ମନ୍ଦିରରୁ ଚୋରି

News by Biswajit Dalai (Salepur)

ସାଲେପୁର(ଏନ୍‍.ଏମ୍‍.): ବିନା ପରିଶ୍ରମ ବା ସ୍ୱଳ୍ପ ପରିଶ୍ରମରେ କୋଟିପତି ହେବାର ନିଶା ବଢ଼ିଚାଲିଛି । ଫଳରେ ସମାଜରେ ବୃଦ୍ଧି ପାଇଛି ବିଭିନ୍ନ ଅପରାଧିକ କାର୍ଯ୍ୟକଳାପ । ଚୋରି, ରାହାଜାନୀ, ଲୁଟ ଆଦି ଅପରାଧିକ କାର୍ଯ୍ୟ ସହିତ ବେଆଇନ ଭାବେ ନିଶାକାରବାର ମଧ୍ୟ ବୃଦ୍ଧି ପାଉଥିବା ଜଣାପଡ଼ିଛି । ତେବେ ଏଭଳି ଅପରାଧିକ କାର୍ଯ୍ୟ ପଛରେ ଗୋଟିଏ ଉଦ୍ଦେଶ୍ୟରେ ବିପୁଳ ଅର୍ଥ ରୋଜଗାର । ତେବେ ଟଙ୍କା ପାଇଁ ଏବେ ବିଭିନ୍ନ ଦେବାଳୟରୁ ପ୍ରତିମା ଚୋରି କରିବା ଭଳି ଘଟଣା ମଧ୍ୟ ଘଟୁଛି । ଏପରିକି ଲୋକଙ୍କ ବିଶ୍ୱାସର ପ୍ରତୀକ ତଥା ଧର୍ମୀୟ ଭାବନାର ମୁଖ୍ୟସ୍ଥଳ ମଠ ମନ୍ଦିରରୁ ପୁରୁଣା ମୂର୍ତ୍ତିକୁ ମଧ୍ୟ ଟାର୍ଗେଟ କରିଛନ୍ତି ଚୋର । ଏବେ ବିଭିନ୍ନ ସ୍ଥାନରେ ମୂର୍ତ୍ତି ଚୋରଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ଯାହା ପୁଲିସ ପାଇଁ ଚାଲେଞ୍ଜ ହୋଇପଡ଼ିଥିବା କୁହାଯାଉଛି । ତେବେ ମନ୍ଦିରରୁ ମୂର୍ତ୍ତି ଚୋରି ନେଇ ଅଞ୍ଚଳରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳରେ । ସାଲେପୁରର ପ୍ରତିଷ୍ଠିତ ବିଶ୍ୱେଶ୍ୱର ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଲକ୍ଷାଧିକ ଟଙ୍କାର କଳାମୁଗୁନିପଥର ନାରାୟଣ ମୃର୍ତ୍ତି ଚୋରି ହୋଇଛି । ମନ୍ଦିର ପରିଚାଳନା କମିଟି ପକ୍ଷରୁ ମୂର୍ତ୍ତି ଚୋରି ନେଇ ଥାନାରେ ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟାରେ ମନ୍ଦିରର ପୂଜକ ପୂଜାର୍ଚ୍ଚନା ସାରି ମନ୍ଦିରରେ ତାଲା ପକାଇ ଘରକୁ ଯାଇଥିଲେ । ହେଲେ ଆଜି ସକାଳୁ ପୂଜକ ପୂଜାର୍ଚ୍ଚନା କରିବାକୁ ଆସିଥିବାବେଳେ କେହି ଦୁର୍ବୁତ୍ତ ମନ୍ଦିରର ତାଲା ଭାଙ୍ଗି ବହୁ ପୁରାତନ ଦୁର୍ଲ୍ଲଭ କଳା ମୁଗୁନିପଥରର ନାରାୟଣଙ୍କ ମୃର୍ତ୍ତିକୁ ଚୋରି କରି ନେଇଯାଇଥିବା ଦେଖିବାକୁ ପାଇଥିଲେ । ଏ ନେଇ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଅଭିଯୋଗ ପରେ ଘଟଣା ସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହି ଅଞ୍ଚଳରେ ମୂର୍ତ୍ତିଚୋରଙ୍କ ପ୍ରାଦୂର୍ଭାବ ବଢ଼ିଯାଇଥିବା ବେଳେ ଗତକିଛିଦିନତଳେ ଏହି ଅଞ୍ଚଳର ପ୍ରସିଦ୍ଧ ଆରଧ୍ୟଦେବୀ ବଟେଶ୍ୱର ନଈ ଭଗବତୀଙ୍କ ମନ୍ଦିରରୁ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ମୂଲ୍ୟବାନ ଅଷ୍ଟଧାତୁର ମୃର୍ତ୍ତି ଚୋରି ହୋଇଥିଲା । ତେବେ ବାରମ୍ବାର ମନ୍ଦିରରୁ ମୂର୍ତ୍ତି ଚୋରି ହେବା ନେଇ ସାଲେପୁର ପୁଲିସର ପାରିବାପାଣିଆକୁ ନେଇ ସାଧାରଣରେ ପ୍ରଶ୍ନବାଚୀସୃଷ୍ଟି କରିଛି । ଖାଲି ସେତିକି ନୁହେଁ ସାଲେପୁର ଥାନାର ଆଖପାଖା ଅଞ୍ଚଳର ବଜାରରୁ ସିରିଜ ଚୋରି ହେଉଥିବାବେଳେ ସାଲେପୁର ଥାନା ପୁଲିସ ନିଜର କାର୍ଯ୍ୟଦକ୍ଷତାକୁ ଭୁଲି ଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ