ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତିର କାର୍ଯ୍ୟକାରିଣୀ ବୈଠକ
କଟକ (ଏନ୍.ଏମ୍.): କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବୈଦିକ ବ୍ରାହ୍ମଣ ସମିତି ପକ୍ଷରୁ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ସ୍ଥାନୀୟ ଆଗ୍ରାହାଟସ୍ଥିତ ବୈଦେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ଏହି ସଭାରେ ବ୍ରାହ୍ମଣ ସମାଜ କିଭଳି ଏକଜୁଟ ହୋଇ ନିଜର କର୍ତ୍ତବ୍ୟ ଓ କାର୍ଯ୍ୟ ଉପରେ ନୀତି ନୈତିକତା ବଜାୟ ରଖିହେବ ସେ ନେଇ ଆଲୋଚନା କରାଯାଇଥିଲା । ପଣ୍ଡିତ ଦିଲ୍ଲୀପ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ପଣ୍ଡିତ କୈଳାସ ଚନ୍ଦ୍ର ପଣ୍ଡା ଉପସ୍ଥିତ ସଦସ୍ୟଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଚୌଦ୍ୱାର ଅଞ୍ଚଳର ପଣ୍ଡିତ ସ୍ୱର୍ଗତ କେଦାର ନାଥ ଷଡ଼ଙ୍ଗୀଙ୍କ ସ୍ମୃତିଚାରଣ ସ୍ୱରୂପ ଗୀତାପାଠ କରାଯିବା ସହ ସ୍ମରଣିକା ଉନ୍ମୋଚନ କରାଯାଇଥିଲା । ସ୍ୱର୍ଗତ ଷଡ଼ଙ୍ଗୀ ସମିତିର ସମ୍ପାଦକ ଭାବେ ଦାୟିତ୍ୱ ତୁଲାଉଥିବାବେଳେ ଏବେ ଏହି ପଦବୀଟି ଖାଲି ପଡ଼ିଥିଲା । ତେଣୁ ବୈଠକରେ ସମିତିର ନୂତନ କର୍ମକର୍ତ୍ତାମାନଙ୍କୁ ଚୟନ କରାଯାଇଛି । ଏହି ଅବସରରେ ସମିତି ସଭାପତି ଭାବେ ପଣ୍ଡିତ ନିରଞ୍ଜନ ହୋତା, ସମ୍ପାଦକ ଭାବେ ଦିଲ୍ଲୀପ କୁମାର ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ପଣ୍ଡିତ ସୁଶିଲ କୁମାର ଶତପଥୀ ପ୍ରମୁଖଙ୍କୁ ସର୍ବ ସମ୍ମତିକ୍ରମେ ନିର୍ବାଚିତ ହୋଇଛନ୍ତି । ସେହିଭଳି ଟାଙ୍ଗୀ-ଚୌଦ୍ୱାର ବ୍ଲକ ଓ ଚୌଦ୍ୱାର ପୌରାଞ୍ଚଳରେ ବସବାସ କରୁଥିବା ବ୍ରାହ୍ମଣମାନଙ୍କୁ ନେଇ ୫ଟି ଜୋନ ଗଠନ କରାଯାଇଛି । ଜୋନ-୧ ରେ ସଫା, ସପନପୁର, ବ୍ରହ୍ମପୁର, ଆଗ୍ରାହାଟ, ମଙ୍ଗରାଜପୁର, ପଦାଗାଁ ରହିଥିବାବେଳେ ପଣ୍ଡିତ ସନ୍ତୋଷ କୁମାର ଷଡ଼ଙ୍ଗୀ, ପଣ୍ଡିତ ପ୍ରମୋଦ କୁମାର ପଣ୍ଡା ଜୋନ ମୁଖ୍ୟ ରହିଛନ୍ତି । ଜୋନ-୨ରେ କୟଳପଡ଼ା, ଚିତ୍ରେଶ୍ୱର, ପାଇକରାୟପୁର, ଚୌଦ୍ୱାର ଓ ମୁଣ୍ଡମାଳ ଆଦି ଅଞ୍ଚଳ ଅନ୍ତର୍ଭୁକ୍ତ ଥିବାବେଳେ ପଣ୍ଡିତ ମାନସ ରଞ୍ଜନ ପଣ୍ଡା, ପଣ୍ଡିତ ବୈଦନାଥ ମିଶ୍ର ଦାୟିତ୍ୱରେ ରହିଛନ୍ତି । ପୁନଶ୍ଚ ଜୋନ-୩ରେ ନୂଆଗାଁ, ଚାଞ୍ଚୋ, ଅଙ୍ଗଦରାଡିହ, ନଖରା, ଶାଳଗାଁ, ଅଲାରପୁର ପ୍ରମୁଖ ଥିବାବେଳେ ଜୋନ ମୁଖ୍ୟ ଭାବେ ପଣ୍ଡିତ ପବିତ୍ରମୋହନ ଷଡ଼ଙ୍ଗୀ, ପଣ୍ଡିତ ପ୍ରଭାକର ପଣ୍ଡା ରହିଛନ୍ତି । ଜୋନ-୪ରେ କୋଟ ସାହି, ନିମାଇସାପୁର, ଚିନ୍ତାମଣିପୁର, କ୍ଷେତ୍ରପାଳ ଆଦି ଗ୍ରାମ ରହିଥିବାବେଳେ ପଣ୍ଡିତ ଓମପ୍ରକାଶ ଷଡ଼ଙ୍ଗୀ, ପଣ୍ଡିତ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଜୋନ ମୁଖ୍ୟ ଭାବେ ଦାୟିତ୍ୱ ଅର୍ପଣ କରାଯାଇଛି । ସେହିଭଳି ଜୋନ-୫ରେ ପଇଁଗୁଆ, କଣି, ଜଗନ୍ନାଥପୁର ଶାସନ, ଭଟ୍ଟିମୁଣ୍ଡା, ନପଙ୍ଗ, କେଶରପୁର ଆଦି ଗ୍ରାମକୁ ସାମିଲ କରାଯାଇଥିବାବେଳେ ଏଠାରେ ଜୋନ ମୁଖ୍ୟ ଭାବେ ପଣ୍ଡିତ ରାକେଶ ଚନ୍ଦ୍ର ମିଶ୍ର, ପଣ୍ଡିତ ରଞ୍ଜନ କୁମାର ପଣ୍ଡା ପ୍ରମୁଖ ଦାୟିତ୍ୱ ନେଇଛନ୍ତି । ତେବେ ଏହି କମିଟି ତୃଣମୂଳସ୍ତରରୁ ସଂଗଠିତ ହୋଇ ବ୍ରାହ୍ମଣ ସମାଜର ବହୁବିଦ୍ଧ ସମସ୍ୟାର ସମାଧାନ ଓ ଉନ୍ନତିକରଣ ଦିଗରେ ମନୋନିବେଶ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । ବିଶେଷ କରି ଗରିବ ବ୍ରାହ୍ମଣ ପିଲାଙ୍କ ନିମନ୍ତେ ସମୂହ ବ୍ରତୋପନୟନ, ଗରିବ ନିରାଶ୍ରୟ କନ୍ୟାମାନଙ୍କ ବିବାହ ନିମନ୍ତେ ସହାୟତା ପ୍ରଦାନ, ବୈଦିକ କର୍ମ ଶିକ୍ଷା ନିମନ୍ତେ ପ୍ରୋତ୍ସାହନ ସହାୟତା ତଥା ସମାଜର ଦାୟିତ୍ୱବୋଧ, ସଂସ୍କାର ଓ ବିକାଶ ପାଇଁ ଉଦ୍ୟମ କରିବା ଉପରେ ନିଷ୍ପତ୍ତି ନିଆଯାଇଛି । ଏଥି ସହିତ ଏକ ମୁକ୍ତ ବୈଦିକ କର୍ମଣୀୟ ବିଦ୍ୟାଳୟ ଖୋଲାଯିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ପଣ୍ଡିତ ନିଗମାନନ୍ଦ ତ୍ରିପାଠୀ, ଅନ୍ତର୍ଯ୍ୟାମୀ ଦାଶ, ଡାକ୍ତର ଯଶୋଧାରା କର, ସନ୍ତୋଷ ଦାଶ, ସୁନିଲ ତ୍ରିପାଠୀ ପ୍ରମୁଖ ପରିଚାଳନା କରିଥିଲେ ।