ଜେଏମଟି ପକ୍ଷରୁ ଆଜାଦୀକି ଅମୃତ ମହୋତ୍ସବ
ଭୁବନେଶ୍ୱର(ଏନ୍.ଏମ୍.): ସ୍ଥାନୀୟ ରବିଟକିଜ ସ୍ଥିତ ଜେଏମଟି ଅନୁଷ୍ଠାନ ପକ୍ଷରୁ ଆଜାଦୀ କି ଅମୃତ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ସାମାଜିକ କର୍ମୀ ଲିଙ୍କନ ସୁବୁଦ୍ଧି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ଏହି ମହୋତ୍ସବରେ ସଂସ୍ଥାର ମୁଖ୍ୟ ଅମିତ କୁମାର ମିଶ୍ର ଓ ନିର୍ଦ୍ଦେଶକ ଶ୍ରୀପ୍ରିୟା ମିଶ୍ରଙ୍କ ସହ ବହୁ ସାମାଜିକ କର୍ମୀ ଯୋଗ ଦେଇଥିଲେ । ଦେଶ ସ୍ୱାଧୀନତାର ୭୫ବର୍ଷପରେ ମଧ୍ୟ ଆଜି ଅବହେଳିତ ବର୍ଗର ଥିବା ମହିଳା, ଶିଶୁ ତଥା ଦେଶର ଅନେକ ଲୋକଙ୍କୁ ସାମାଜିକ ଅଧିକାର ମିଳିପାରି ନାହିଁ । ଏହି ମହୋତ୍ସବ ପାଳନର ଲକ୍ଷ୍ୟ ହେଉ ସମସ୍ତଙ୍କୁ ସମାନ ମୌଳିକ ଅଧିକାର ମିଳିବା ସହ ସାମାଜର ମୁଖ୍ୟ ସ୍ରୋତରେ ସାମିଲ ହୁଅନ୍ତୁ ବୋଲି ମତପ୍ରକାଶ କରିଥିଲେ । ସମାଜସେବୀ ଲିଙ୍କନ ସୁବୁଦ୍ଧି ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ସୁଜିତ କୁମାର ମିଶ୍ରୟ, ପିୟୁଷ ପ୍ରିୟଦର୍ଶୀ ନାୟକ, ରାକେଶ କୁମାର ସେଠୀ, ରିପନ ମାଝୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅନୁଷ୍ଠାନ ମୁଖ୍ୟ ଶ୍ରୀ ମିଶ୍ର ଧନ୍ୟବାଦ ଦେଇଥିଲେ ।