ଜୁଲାଇ ୨୬ରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଖୋଲିବ ସ୍କୁଲ; ଅଗଷ୍ଟ ୧୯ରୁ ହୋଇପାରେ ନବମ ଶ୍ରେଣୀ ପାଠ ପଢ଼ା !
ଭୁବନେଶ୍ୱର(ଏନ୍.ଏମ୍.): ସ୍କୁଲ ଖୋଲିବା ନିମନ୍ତେ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଦଶମ ଓ ଦ୍ୱାଦଶ ଶ୍ରେଣୀ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ଜୁଲାଇ ୨୬ ତାରିଖ ସୋମବାର ଠାରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ । ଏନେଇ ଗଣଶିକ୍ଷା ସଚିବ ସତ୍ୟବ୍ରତ ସାହୁ ସୂଚନା ଦେଇଛନ୍ତି । ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ଖୋଲିବ ବୋଲି ସେକହିଛନ୍ତି । ଯେଉଁ ସ୍କୁଲରେ ମାଟ୍ରିକ ପରୀକ୍ଷା ସେଣ୍ଟର ହେଉଛି, ପରୀକ୍ଷା ପରେ ଖୋଲିବ ବୋଲି ସୂଚନା ଦିଆଯାଇଛି । ପୁଣି ସଚିବ କହିଛନ୍ତି ଯେ, ସ୍କୁଲକୁ ଆସିବା ପିଲାମାନଙ୍କର ଇଚ୍ଛାଧୀନ ରହିବ । ଅଭିଭାବକମାନଙ୍କ ସହ ଆଲୋଚନା କରି ସ୍କୁଲକୁ ପିଲା ଆସିପାରିବେ । ଦଶମ ଓ ଦ୍ୱାଦଶ ସହ ଅନ୍ୟ ଶ୍ରେଣୀ ଅନଲାଇନ ଶିକ୍ଷା ଚାଲୁ ରହିବ । ସେ ଆହୁରି କହିଛନ୍ତି ଯେ, ସ୍କୁଲ ଖୋଲିବା ନିଷ୍ପତ୍ତି ସ୍ଥଳ ବିଶେଷରେ ଜିଲ୍ଲାପାଳଙ୍କ ଉପରେ ନ୍ୟସ୍ତ ରହିବ । ଯଦି କେଉଁଠି କେସ ବଢ଼ିବ, ସେଠି ଜିଲ୍ଲାପାଳଙ୍କ ଅନୁସାରେ ସ୍କୁଲ ଖୋଲିବ । ସ୍କୁଲ ସକାଳ ୧୦ଟାରୁ ଦିନ ୧ଟା ୩୦ ଯାଏ ଖୋଲିବ । ସ୍କୁଲରେ ଖେଳଛୁଟି ହେବନି । ପିଲା ଘରେ ଯାଇ ଖାଇ ପାରିବେ । ରବିବାର ଓ ସମସ୍ତ ସରକାରୀ ଛୁଟି ଦିନରେ ସ୍କୁଲ ବନ୍ଦ ରହିବ । ଏଣିକି ସିବିଏସ୍ଇ ଢାଞ୍ଚାରେ ନବମ ଓ ଦଶମ ପିଲାଙ୍କ ମୂଲ୍ୟାୟନ ହେବ । ନବମ ଓ ଦଶମରେ ବର୍ଷ ତମାମ ଆସେସମେଣ୍ଟ ପରୀକ୍ଷା ଚାଲିବ । ବର୍ଷକରେ ୪ଟି ଫର୍ମେଟିଭ୍ ଓ ୨ଟି ସବମିଟିଭ୍ ପରୀକ୍ଷା ହେବ । ହେବାକୁ ଥିବା ୪ଟି ଫର୍ମେଟିଭ୍ ସେପ୍େଟମ୍ୱର ୨ୟ ସପ୍ତାହ, ନଭେମ୍ବର ପ୍ରଥମ ସପ୍ତାହ, ଜାନୁଆରୀ ୨ୟ ସପ୍ତାହ ଓ ମାର୍ଚ୍ଚ ୨ୟ ସପ୍ତାହରେ ହେବ । ଆସେସମେଣ୍ଟ ପରୀକ୍ଷା ସରିଲେ ଫାଇନାଲ ପରୀକ୍ଷା ହେବ । ଯଦି ପୁଣି କୋଭିଡ୍ ନେଇ ପରୀକ୍ଷା କରି ନହୁଏ, ସେହି ଅନୁସାରେ ରେଜଲ୍ଟ ପ୍ରକାଶ ପାଇବ । ଶ୍ରେଣୀ ଶିକ୍ଷକଙ୍କ ଦ୍ୱାରା ଆସେସମେଣ୍ଟ ଟେଷ୍ଟ ପରିଚାଳନା ହେବ । ତେବେ ମହାମାରୀ କୋଭିଡ୍ ପାଇଁ ସବୁ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା । ବର୍ତ୍ତମାନ ଧୀରେ ଧୀରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିବାରୁ ସେହି ବିଦ୍ୟାଳୟର ବିକଳ୍ପ ସ୍ୱରୂପ ଅନଲାଇନ ଶିକ୍ଷା ବ୍ୟବସ୍ଥା କରାଯାଇଛି । ଏହି ସେବା ଓଡ଼ିଶାର ସବୁ ପିଲାଙ୍କ ପାଖରେ ପହଞ୍ôଚ ପାରିନାହିଁ । ମୋବାଇଲ୍ କନେକ୍ଟିଭିଟିର ଅସୁବିଧା ପାଇଁ ସବୁ ପିଲାଙ୍କ ପାଖରେ ଅନଲାଇନ୍ ଶିକ୍ଷାଦାନ ପହଞ୍ôଚ ପାରିନାହିଁ । ତେଣୁ ରାଜ୍ୟ ସରକାର ବିଦ୍ୟାଳୟ ଖୋଲିବାକୁ ନିଷ୍ପତ୍ତି ନେଉଛନ୍ତି । ସେହିଭଳି ଆସନ୍ତା ଅଗଷ୍ଟ ୧୬ ତାରିଖରୁ ନବମ ଶ୍ରେଣୀ ପାଇଁ ସ୍କୁଲ ଖୋଲାଯିବାର ସମ୍ଭାବନା ରହିଛି । ଏନେଇ ଗଣଶିକ୍ଷା ସଚିବ ଶ୍ରୀ ସାହୁ ସୂଚନା ଦେଇଛନ୍ତି । ଦଶମ ଓ ଦ୍ୱାଦଶ ପରେ ନବମ ପାଇଁ ଆମେ ଧ୍ୟାନ ଦେଉଛୁ । ଯଦି ପରିସ୍ଥିତି ଠିକ ରହେ, ତେବେ ଅଗଷ୍ଟ ୧୬ରୁ ନବମ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ । ସେପ୍ଟେମ୍ୱର ୧୫ ତାରିଖରୁ ଏକାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ କରିବାକୁ ଯୋଜନା କରାଯାଉଥିବା ଗଣଶିକ୍ଷା ସଚିବ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।