ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ

ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ

ଜିଲ୍ଲା ଅବକାରୀ ବିଭାଗର ଚଢାଉ: ନକଲି ମଦ ସହିତ କାର ଜବତ, ଦୁଇ ଗିରଫ

News by Smruti Ranjan Tripathy (Cuttack)

କଟକ(ଏନ୍‌.ଏମ୍‌.): ଜିଲ୍ଲା ଅବକାରୀ ବିଭାଗର ମୋବାଇଲ ୟୁନିଟର କର୍ମଚାରୀମାନେ ଫୁଲନଖରା ଛକରେ ଜଗିରହି ଆଜି ପୂର୍ବାହ୍ନରେ ଖୋର୍ଦ୍ଧାରୁ ଓଲଟପୁରକୁ ଚାଲାଣ କରାଯାଉଥିବା ପ୍ରାୟ ଦେଢ ଲକ୍ଷ ଟଙ୍କାର ନକଲି ଦେଶୀ ମଦ ଜବତ କରିଛନ୍ତି । ଏଥି ସହିତ ଏହି ଚୋରା କାରବାରରେ ସଂପୃକ୍ତ ୨ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଗିରଫ ଅଭିଯୁକ୍ତଦ୍ୱୟ ହେଲେ ଗାଡି ଚାଳକ କଟକ ଜିଲ୍ଲା ଗୋବିନ୍ଦପୁରର ଶରତ ଚନ୍ଦ୍ର ରାୟ(୩୮) ଓ ମଦ ଚାଲାଣକାରୀ ଓଲଟପୁରର ସୁନ୍ଦରଗ୍ରାମ ଚିତଳପୁରର ଅଚ୍ୟୁତାନନ୍ଦ ଜାଠା(୪୦) ବୋଲି ଜଣାପଡ଼ିଛି । ଏଥିସହିତ ସେମାନେ ବ୍ୟବହାର କରିଥିବା ଗାଡି (ଓଡି-୦୩-ବି ଆର-୯୪୬୪) କୁ ଜବତ କରାଯାଇଛି । ବର୍ତ୍ତମାନର ପାର୍ବଣ ଋତୁ ଦୃଷ୍ଟିରୁ କଟକ ସହର ଓ ଆଖପାଖ ଅଞ୍ଚଳକୁ ଚୋରାରେ ଦେଶୀ ଓ ବିଦେଶୀ ମଦ ଚାଲାଣ ହେଉଥିବାର କେତେକ ଅଭିଯୋଗକୁ ଭିତ୍ତି କରି ଅବକାରୀ ଅଧିକ୍ଷକ ଦେବାଶିଷ ପଟେଲଙ୍କ ପରାମର୍ଶ କ୍ରମେ ଜିଲ୍ଲାରେ ୪ଟି ସ୍କ୍ୱାର୍ଡ ଗଠନ କରାଯାଇଛି । ଏବେ ବାଙ୍କି, ଆଠଗଡ, ନରସିଂହପୁର, ଚୌଦ୍ୱାର, ଟାଙ୍ଗୀ, ନିଆଳି ଓ କଣ୍ଟାପଡା ଅଞ୍ଚଳରେ ଚୋରା ମଦ ବ୍ୟବସାୟୀଙ୍କ ଉପରେ ଚଢାଉ ଜାରି ରହିଥିବାବେଳେ ଆଜି ନକଲି ମଦ ଜବତ କରାଯାଇଛି । ଇନ୍ସପେକ୍ଟର ସଂଜିତ ବାର୍ଲାଙ୍କ ନେତୃତ୍ୱରେ ଏସଆଇ ଦୁର୍ଯ୍ୟୋଧନ ଦିଗାଲ, ଏଏସଆଇ ଦେବପ୍ରସାଦ ପାତ୍ର, ନିର୍ମଳ ବେହେରା, ଡମ୍ବରୁ ଭୋଇ, ଗଜାନନ ବେହେରା ପ୍ରମୁଖ ଏହି ଚଢଉରେ ସାମିଲ ଥିଲେ । ଆଜି ଉଭୟ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ସମ୍ପ୍ରତି କଟକ ସହର ସମେତ ଉପକଣ୍ଠ ଅଞ୍ଚଳରେ ପାର୍ବଣ ଆରମ୍ଭ ହୋଇଥିବାବେଳେ ଲୋକଙ୍କୁ ଚୋରାରେ ମଦ ବିକ୍ରି କରି ମାଲେମାଲ ହେବା ଉଦ୍ଦେଶ୍ୟରେ ନକଲି ମଦ ବ୍ୟବସାୟ ବୃଦ୍ଧି ପାଇଥିବା କୁହାଯାଉଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ