ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’

ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’

ଜିଆଇ ଟ୍ୟାଗ୍ ମାନ୍ୟତା ପ୍ରତିଯୋଗିତାରେ ସାମିଲ ହେଲା ଢେଙ୍କାନାଳର ‘ମଗଜ ଲଡୁ’


ଢେଙ୍କାନାଳ(ଏନ୍‌.ଏମ୍‌.): ଢେଙ୍କାନାଳର ସ୍ୱତନ୍ତ୍ର ମିଠା ‘ମଗଜି ଲଡୁ’ର ସ୍ୱାଦ ନିଆରା । ଆଉ ଏହି ସ୍ୱାଦିଷ୍ଟ ମିଠା ଏବେ ଜିଆଇ ଟ୍ୟାଗ ମାନ୍ୟତା ପ୍ରତିଯୋଗିତାକୁ ଓହ୍ଲାଇଛି । ଏଥିପାଇଁ ପ୍ରାଥମିକ ପରୀକ୍ଷଣ ଓ ନିରୂପଣ ବି ସରିଛି । ଶହ ଶହ ବର୍ଷ ପୂର୍ବରୁ ମଇଁଷି କ୍ଷୀର ଛେନାରୁ ନିର୍ମିତ ଏହି ମଗଜି ଲଡୁ ଜିଆଇ ଟ୍ୟାଗ ଦୌଡ଼ରେ ଥିବାରୁ ଢେଙ୍କାନାଳବାସୀଙ୍କ ଖୁସି କହିଲେ ନସରେ । ଏହି ଟ୍ୟାଗ୍ ମିଳିଲେ ଢେଙ୍କାନାଳବାସୀଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହେବ ।
ଦେଢ଼ ଶହ ବର୍ଷ ପୂର୍ବେ ଏହି ମଗଜ ମିଠା ଗଁନ୍ଦିଆର ଷଡ଼ଙ୍ଗୀ ଗାଁରେ ପ୍ରସ୍ତୁତ ହୋଇଥିଲା । ସେ ସମୟରେ ଚକ୍ରଧର ସାହୁ ନାମକ ବ୍ୟବସାୟୀ ପ୍ରଥମେ ଷଡ଼ଙ୍ଗୀ ବସଷ୍ଟାଣ୍ଡ ନିକଟରେ ଏକ ମିଠା ଦୋକାନ ଖୋଲି ଏହାର ବିକ୍ରୟ ଆରମ୍ଭ କରିଥିଲେ । ଆଉ ତାଙ୍କ ପରେ ଏବେ ଏହି ସ୍ୱାଦିଷ୍ଟ ମିଠା ମଗଜ ଲଡ଼ୁ ପାର୍ଶ୍ୱବର୍ତ୍ତୀ ମନ୍ଦାର, ଭୁବନ, ଗଁଦିଆ, ବିଧାରପୁର, ଦେଓଗାଁ ସମେତ ଢେଙ୍କାନାଳ ଟାଉନର ସମସ୍ତ ମିଠା ଦୋକାନମାନଙ୍କରେ ପହଞ୍ଚି ସାରିଛି । ମଗଜ ଲଡ଼ୁ ସହ ଢେଙ୍କାନାଳ ଜିଲ୍ଲାବାସୀ ଓତଃପ୍ରୋତ ଭାବେ ଜଡ଼ିତ ଥିବାବେଳେ ଏବେ ଏହା (ଜିଓଗ୍ରାଫିକାଲ ଇଣ୍ଡିକେସନ) ଜିଆଇ ଟ୍ୟାଗ ପାଇବା ନେଇ ଜିଲ୍ଲାବାସୀ ଖୁବ୍ ଆଶାବାଦୀ ଅଛନ୍ତି । ଏଥିପାଇଁ ୨୦୨୦ ମସିହାରେ ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି ପକ୍ଷରୁ ଆବେଦନ କରାଯାଇଥିଲା । ପରବର୍ତ୍ତୀ ସମୟରେ ଜି ଆଇର ଏକ୍ସପର୍ଟ ଟିମ ଦ୍ୱାରା ଏହାର ପ୍ରାଥମିକ ପରୀକ୍ଷଣ ମଧ୍ୟ ଶେଷ ହୋଇଛି । ମଗଜି ପାଇଁ ପ୍ରଥମେ ଚୁଲିରେ ଏକ କରେଇରେ ମଇଁଷି ଛେନା ପକାଯାଏ । ସେଥିରେ ଚିନି, ଗୁଜରାତି ଆଦି ପକାଯାଇ ଘଣ୍ଟାଯାଏ । ପାଗ ହୋଇଯିବା ପରେ ଏହାକୁ ଲଡୁ ଆକାର ଦିଆଯାଏ । ଢେଙ୍କାନାଳ ଜିଲ୍ଲାର ଏହା ପ୍ରଥମ ଜିନିଷ ଭାବରେ ଜିଆଇ ଟ୍ୟାଗର ମାନ୍ୟତା ପାଇବାର ଆଶା ଉଜ୍ଜୀବିତ ହୋଇଛି । ଆଉ ଏହି ମଗଜି ଜିଆଇ ଟ୍ୟାଗ ପାଇଲେ ସମଗ୍ର ଦେଶରେ ଏହାର ଚାହିଦା ବଢ଼ିବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ବ୍ୟବସାୟୀ ଓ ମଇଁଷି ପାଳନ କରୁଥିବା ଚାଷୀଙ୍କ ଆର୍ôଥକ ସ୍ଥିତି ମଧ୍ୟ ସୁଦୃଢ ହୋଇପାରିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି ।

Slider କୃଷି ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ