ଜାନୁମଘୁଟୁରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

ଜାନୁମଘୁଟୁରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

ଜାନୁମଘୁଟୁରେ ୬୩ ତମ ତ୍ରିଦିବସୀୟ ଖାସଦେଶ ପିଢ ମହୋତ୍ସବ -୨୦୨୩ ଉଦଘାଟିତ

News by Akshya Biswal (Rairangpur)

#ରାଇରଙ୍ଗପୁର(ଏନ୍‌.ଏମ୍‌.): ମହାନ ସ୍ୱାଧୀନତା ସଂଗ୍ରାମୀ ବିଶ୍ୱ ନେତା ନେତାଜୀ ସୁବାଷ ବୋଷଙ୍କ ଜୟନ୍ତୀ ଅବସରରେ ମୟୂରଭଞ୍ଜ ଜିଲ୍ଲାର କୁସୁମି ବ୍ଳକ ଅନ୍ତର୍ଗତ ଜାନୁମଘୁଟୁ ହାଇସ୍କୁଲ ସ୍କୁଲ ପଡିଆରେ ୬୩ ତମ ତ୍ରିଦିସୀୟ ଖାସ୍ ଦେଶ୍ ପିଢ ମହୋତ୍ସବ -୨୦୨୩ ସ୍ପୋର୍ଟସ କମିଟି ଏବଂ ନେତାଜୀ କ୍ଳବ ମିଳିତ ଆନୁକୂଲ୍ୟରେ ଉଦ୍ଘାଟିତ ହୋଇଯାଇଛି । ନେତାଜୀଙ୍କ ଜୟନ୍ତୀ ଅବସରରେ ରାଇରଙ୍ଗପୁର ବ୍ଲକ ଖେଳ ପଡିଆରେ ସୋମବାର ଦିନ ସକାଳେ ଏକ ପୁରୁଷ ତିନି ମାରାଥନ୍ ରେସ ଆରମ୍ଭ ହୋଇ ୩୦ ଜଣ ପୁରୁଷ ଜାନୁମଘୁଟୁ ପଡିଆ ପର୍ଯ୍ୟନ୍ତ ଯାଇଥିଲେ । ଏହି ମାରାଥନ ରେସକୁରାଇରଙ୍ଗପୁର ପୌରପାଳ ଅଭିଷେକ ପଟ୍ଟନାୟକ ଶୁଭ ଉଦଘାଟିତ କରିଥିଲେ । ଅପରାହ୍ନରେ ପଡ଼ିଆରେ ତ୍ରିଦୀବସୀୟ ଆଦିବାସୀ ସଂସ୍କୃତି ଓ ଗ୍ରାମ କ୍ରୀଡା ପ୍ରତିଯୋଗିତାକୁ ପୂର୍ବତନ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ସାରସକଣା ପୂର୍ବତନ ବିଧାୟକ ଭାଦବ ହାଁସଦା, ମୟୂରଭଞ୍ଜ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଡାକ୍ତର ଦେବାଶିଷ ମାରାଣ୍ଡି, ରାଇରଙ୍ଗପୁର ନଗରପାଳ ଅଭିଷେକ ପଟନାୟକ,ଯୁବ ସମାଜସେବୀ ଅମର ସେଠୀ, ଯୁବ ସମାଜସେବୀ ସୁବୋଧ ମାରାଣ୍ଡି, ରାଇରଙ୍ଗପୁର ଆସେକା ସଭାପତି ମନୋରଂଜନ ମୁର୍ମୁ, ତିରିଂ ବ୍ଳକ ଅଧ୍ୟକ୍ଷ ପରମେଶ୍ୱର ସାମଦ, କୁସୁମି ଜିଲ୍ଲା ପରିଷଦ ସଦସ୍ୟ ରାମଚନ୍ଦ୍ର ମୁର୍ମୁ ପ୍ରମୁଖ ବହୁ ନେତୃବୃନ୍ଦ ଉପସ୍ଥିତ ରହି ନେତାଜୀଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ପ୍ରଥମ ଦିନରେ ତିନି ମାରାଥାନ ରେସ, ସାଇକେଲ ରେସ, ମହିଳାଙ୍କ ଅନଶନ ଦୌଡ଼ ପ୍ରଭୃତି ବହୁ କ୍ରୀଡା ଅନୁଷ୍ଠିତ ହେବାସହ ସନ୍ଧ୍ୟାରେ ଆକର୍ଷଣୀୟ ଆଦିବାସୀ ଦାଣ୍ଠା ନାଚ ଓ ଡ୍ରାମା ନାଚ ଅନୁଷ୍ଠିତ ହୋଇଥିଲା । ଅତିଥିଗଣ ପଡ଼ିଆରେ ଉପସ୍ଥିତ ରହି ଅଞ୍ଚଳବାସୀଙ୍କ ନବ ବର୍ଷ , ମକର ପର୍ବ ଏବଂ ପବିତ୍ର ମାଘ ମାସ ଉପଲକ୍ଷେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ । ସଭାରେ ପୂର୍ବତନ ମନ୍ତ୍ରୀ କହିଥିଲେ କ୍ରୀଡା ଜୀବନରେ ଶାନ୍ତି, ସୁଖ ଓ ଉତ୍ତମ ସ୍ୱାସ୍ଥ୍ୟ, ପ୍ରୀତି, ମୈତ୍ରୀ, ଭାଇଚାରାକୁ ଗୁରୁତ୍ୱ ବହନ କରିଥାଏ । ସଂସ୍କୃତି ସମସ୍ତଙ୍କୁ ଯୋଡିବା ସହ ଆନନ୍ଦ ଓ ଉଲ୍ଲାସ ଆଣିଥାଏ । ବସ୍ତୁବାଦୀ ଦୁନିଆରେ ସାରା ବିଶ୍ୱ ଅଶାନ୍ତ ହୋଇଛି । ଶାନ୍ତି ପାଇଁ ବିଶ୍ୱ ପାଗଳ । ହେଲେ ଗ୍ରାମାଞ୍ଚଳରେ ଏହି ଅଞ୍ଚଳ କ୍ରୀଡା, ନୃତ୍ୟ ଓ ଡ୍ରାମା ସମସ୍ତଙ୍କୁ ଆକର୍ଷଣ କରି ସମସ୍ତଙ୍କ ମନରେ ହସ ଫୁଟାଇଥାଏ । କାର୍ଯ୍ୟକ୍ରମ ଆୟୋଜକଙ୍କ ପ୍ରଚେଷ୍ଟାକୁ ଅତିଥିଗଣ ଭୂୟସୀ ପ୍ରଶଂସା କରିଥିଲେ । କାର୍ଯ୍ୟକ୍ରମକୁ ନେତାଜୀ କ୍ଲବ୍ ଓ ଖାସ ଦେଶପିଢ କମିଟିର କର୍ମକର୍ତ୍ତା ରାମଚନ୍ଦ୍ର ହାଁସଦା, ରାମ ବାସ୍କେ, କୁଆଁର ମୁର୍ମୁ, ବିଘ୍ନେଶ୍ୱର ବାସ୍କେ ଏବଂ ଅନ୍ୟ ସହଯୋଗୀମାନେ ପରିଚାଳନାରେ ସହଯୋଗ କରିଥିଲେ । ହଜାର ହଜାର ଦର୍ଶକ କ୍ରୀଡା ଓ ନୃତ୍ୟ ଉପଭୋଗ କରିଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ