ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା

ଜାନୁଆରୀ ୧ରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ହେବ ସାଧାରଣ ବଣ୍ଟନ ବ୍ୟବସ୍ଥା

News by Kanhu Charan Panda (Cuttack)

#କଟକ(ଏନ୍‌.ଏମ୍‌.): ସାଧାରଣ ବଣ୍ଟନ ବ୍ୟବସ୍ଥାର କାର୍ଯ୍ୟରତ ଖୁଚୁରା ବିକ୍ରେତାମାନଙ୍କ ବିଭିନ୍ନ ସମସ୍ୟା ସମାଧାନ ଦାବିରେ ସର୍ବ ଭାରତୀୟ ଡିଲର୍ସ ଫେଡେରେସନ ପକ୍ଷରୁ ଜାନୁଆରୀ ୧ ତାରିଖ ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସାଧାରଣ ବଣ୍ଟନ ବ୍ୟବସ୍ଥା ବନ୍ଦ ରହିବ । ସମଗ୍ର ଭାରତବର୍ଷରେ ଏହି ଧର୍ମଘଟ ଚାଲିବ ବୋଲି ଫେଡେରେସନ ପକ୍ଷରୁ ସୂଚନା ଦିଆଯାଇଛି । ତେଣ କଣ୍ଟ୍ରୋଲରେ ବଣ୍ଟନ ହେଉଥିବା ସାମଗ୍ରୀ ଉଠାଣ, ବଣ୍ଟନ, ପି.ଓ.ଏସ. ମେସିନ ସମେତ ସମସ୍ତ ଖୁଚୁରା ବିକ୍ରୟ କେନ୍ଦ୍ର ବନ୍ଦ ରହିବ । ଏହି ପରିପ୍ରେକ୍ଷୀରେ କଟକ ରିଟେଲ ଡିଲର୍ସ ଆସୋସିଏସନ୍ ପକ୍ଷରୁ ଜାନୁଆରୀ ୧ତାରିଖ ସୋମବାର ସକାଳ ୮ ଘଣ୍ଟା ସମୟରେ କଟକ ସହିଦ ଭବନ ଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ଅର୍ଘ ପ୍ରଦାନ କରି ଦାବି ପୂରଣ ଯାଏଁ ଆନ୍ଦୋଳନ ଚଳାଇବା ପାଇଁ ଶପଥ ନିଆଯିବ । ଏଥିସହିତ କଟକ ମହାନଗର ନିଗମ ଅଞ୍ଚଳର ସମସ୍ତ ପଡିକାର୍ଡ ଧାରୀଙ୍କ ସହଯୋଗ କାମନା କରାଯିବ । ଏଥିରେ କଟକ ମହାନଗର ନିଗମ ଅଞ୍ଚଳର ସମସ୍ତ ଖୁଚୁରା ବିକ୍ରେତା ଯୋଗଦେବେ ବୋଲି କାର୍ଯ୍ୟକାରୀ ସଭାପତି ସୟଦ ଏକ୍ରାମ ହୁସେନ, ତାପସ ମହାନ୍ତିଙ୍କ ସମେତ ସମସ୍ତ କର୍ମକର୍ତ୍ତା ସୂଚନା ଦେଇଛନ୍ତି ।

ADVERTISEMENT
Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ