ଜାତୀୟ କ୍ରୀଡା ଦିବସରେ ନିଯୁକ୍ତି ପତ୍ର
ପୁରୀ/କୋଣାର୍କ (ଏନ୍.ଏମ୍.): ଜାତୀୟ କ୍ରୀଡ଼ା ଦିବସ ଅବସରରେ ପୁରୀ ଜିଲ୍ଲାର କ୍ରୀଡ଼ାବିତ୍ତଙ୍କୁ ସ୍ୱତନ୍ତ୍ର ସମ୍ମାନ ପ୍ରଦାନ କରାଯାଇଛି । ପୁରୀ ଜିଲ୍ଲାର ତିନି ଜଣ ଭିନ୍ନକ୍ଷମ କ୍ରୀଡାବିତଙ୍କୁ ଜାତୀୟ କ୍ରୀଡ଼ା ଦିବସ ଅବସରରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି । ପାରା ଆଥଲେଟ ଜୟନ୍ତୀ ବେହେରାଙ୍କୁ ଓଏମସିରେ ପ୍ରଥମ ଶ୍ରେଣୀ ପଦରେ ନିଯୁକ୍ତି ଦିଆଯାଇଥିବା ବେଳେ ପାରା ଆଥଲେଟ ପୁଲିନ କୁମାର ମାନସିଂ ଓ ଅକ୍ଷୟ କୁମାର ସାହୁଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ରେ ଗୃପ ସି ପଦବୀରେ ନିଯୁକ୍ତି ଦିଆଯାଇଛି । ସେହିପରି ପର୍ବାତାରୋହୀ ଚିନ୍ମୟ ମହାରଣାଙ୍କୁ ନଗଦ ୨ ଲକ୍ଷ ଟଙ୍କା ଅର୍ଥ ରାଶି ଓ ପାରା ଆଥଲେଟ ପ୍ରଶିକ୍ଷକ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଛି । ସମସ୍ତ କ୍ରୀଡାବିତମାନଙ୍କୁ ଜିଲ୍ଲାପାଳ ସମର୍ଥ ବର୍ମା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।