ଜଗଦୀପ ଧନଖଡ଼ ହେଲେ ଭାରତର ଉପ-ରାଷ୍ଟ୍ରପତି

ଜଗଦୀପ ଧନଖଡ଼ ହେଲେ ଭାରତର ଉପ-ରାଷ୍ଟ୍ରପତି

ଜଗଦୀପ ଧନଖଡ଼ ହେଲେ ଭାରତର ଉପ-ରାଷ୍ଟ୍ରପତି


ନୂଆଦିଲ୍ଲୀ (ଏଜେନ୍ସି): ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଜଗଦୀପ ଧନଖଡ଼ ଦେଶର ଉପ-ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଛନ୍ତି । ଏନଡିଏରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ଧନଖଡ଼ ମିଳିତ ବିରୋଧୀ ପ୍ରାର୍ଥୀ ମାର୍ଗାରେଟ ଆଲଭାଙ୍କୁ ପରାସ୍ତ କରିଛନ୍ତି । ସେ ମାର୍ଗାରେଟ ଆଲଭାଙ୍କୁ ୩୪୬ ଭୋଟରେ ପରାସ୍ତ କରିଛନ୍ତି । ଉପ-ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ସଂସଦ ଭବନରେ ଭୋଟ୍ ଗ୍ରହଣ ହୋଇଥିଲା । ମୋଟ ୭୮୦ ଜଣ ସାଂସଦଙ୍କ ମଧ୍ୟରୁ ୭୨୫ ଜଣ ଭୋଟ୍ ଦେଇଥିଲେ । ଅର୍ଥାତ୍ ପ୍ରାୟ ୯୩ପ୍ରତିଶତ ସାଂସଦ ସେମାନଙ୍କ ମତ ସାବ୍ୟସ୍ତ କରିଥିଲେ । ସନ୍ଧ୍ୟା ୬ଟା ବେଳେ ଭୋଟ୍ ଗଣତି ଆରମ୍ଭ ହୋଇଥିଲା । ଜଗଦୀପ ଧନଖଡ଼ଙ୍କୁ ୫୨୮ ଖଣ୍ଡ ଭୋଟ୍ ମିଳିଥିବା ବେଳେ ଆଲଭାଙ୍କୁ ମାତ୍ର ୧୮୨ ଖଣ୍ଡ ଭୋଟ୍ ମିଳିଥିଲା । ୧୫ଟି ଭୋଟ୍ ନାକଚ ହୋଇଯାଇଥିବା ସୂଚନା ମିଳିଛି । ତୃଣମୂଳ କଂଗ୍ରେସର ୩୪ ଜଣ ସାଂସଦ ଏହି ନିର୍ବାଚନରେ ସେମାନଙ୍କ ମତ ସାବ୍ୟସ୍ତ କରି ନାହାନ୍ତି । ଏ ନେଇ ପୂର୍ବରୁ ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଘୋଷଣା କରିଥିଲେ କି ଆଲଭାଙ୍କ ନାମ ମିଳିତ ବିରୋଧୀଙ୍କ ପ୍ରାର୍ଥୀ ଭାବେ ଘୋଷଣା କରିବା ପୂର୍ବରୁ ତାଙ୍କ ଦଳର ମତାମତ ନିଆଯାଇ ନଥିଲା; ତେଣୁ ନିର୍ବାଚନରେ ତାଙ୍କ ଦଳ ଅଂଶ ଗ୍ରହଣ କରିନାହିଁ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ