ଜଗତପୁର ପୁରୁଣା ଶିଳ୍ପାଞ୍ଚଳରେ ଡ୍ରେନେଜ ବ୍ୟବସ୍ଥା ବିପର୍ଯ୍ୟସ୍ତ: କୁହୁଳୁଛି ଶ୍ରମିକଙ୍କ ଅସନ୍ତୋଷ
ଜଗତପୁର(ଏନ୍.ଏମ୍.): ଜଗତପୁରସ୍ଥିତ ପୁରୁଣା ଶିଳ୍ପାଞ୍ଚଳ ଡ୍ରେନ ଗୁଡିକର ଦୁଇପଟ ପାଚେରୀ ଗୁଡିକ ଭାଙ୍ଗିରୁଜି ନଷ୍ଟ ହୋଇପଡିବା ସହ ବିଭିନ୍ନ ସ୍ଥାନରେ ସମ୍ପୂର୍ଣ୍ଣ ପୋତି ହୋଇ ପଡିଛି । ଉକ୍ତ ଅଞ୍ଚଳରେ ଡ୍ରେନର ଶୋଚନୀୟ ଅବସ୍ଥା ଯୋଗୁଁ ଏହାର କୁ ପ୍ରଭାବ ଅଞ୍ଚଳବାସୀଙ୍କ ଉପରେ ପଡ଼ୁଥିବା ଅଭିଯୋଗ ହେଉଛି । ବିଶେଷ କରି ଏହି ଶିଳ୍ପାଞ୍ଚଳ ଦେଇ ଫକିରପୁର ପଣ୍ଡା ସାହିର ମୁଖ୍ୟ ଡ୍ରେନକୁ ସଂଯୋଗ କରାଯାଇଥିବାରୁ ଗ୍ରାମ ବାସୀମାନେ ଏବେ ଚିନ୍ତାରେ ପଡିଯାଇଛନ୍ତି । ଏହି ଶିଳ୍ପାଞ୍ଚଳରେ ଡ୍ରେନଗୁଡିକ ଭିତରେ କେଉଁଠି ସିମେଣ୍ଟ ବସ୍ଥା ତ କେଉଁଠି ଗଛ ଡାଳ ପଡି ରହଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ମୌସୁମୀ ଆସୁଥିବାବେଳେ ଅନ୍ୟପକ୍ଷରେ ଅଞ୍ଚଳର ନାଳନର୍ଦ୍ଦମା ଅବସ୍ଥା ଶୋଚନୀୟ ତେବେ ଲଗାଣ ବର୍ଷାହେଲେ ଘରେ ପାଣି ପ୍ରବେଶ କରିବ ବୋଲି ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି । ସେହିଭଳି ମୌସୁମୀ ଆସିବା ପୂର୍ବରୁ ସିଏମସି ମେୟର ସମସ୍ତ ୱାର୍ଡ଼ର ଜଳନିଷ୍କାସନ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ବାରମ୍ବାର ତାଗିଦ କରୁଥିଲେ ମଧ୍ୟ ଏହି ଅଞ୍ଚଳ ପ୍ରତି ସିଏମସିର ବିଭାଗୀୟ ଅଧିକାରୀ ଅଣଦେଖା କରିଥିବା ଅଭିଯୋଗ ଉଠିଛି । ପୁନଶ୍ଚ ମୌସୁମୀ ଆସିବା ପୂର୍ବରୁ ଡ୍ରେନଗୁଡିକ ସଫା କରିବାକୁ ସିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ପରେ ବିଭାଗୀୟ ଇଡକୋ ଜେଇ କିଛି କିଛି ସ୍ଥାନରେ ଡ୍ରେନ ଗୁଡିକୁ କେବଳ ସଫା କରିଛନ୍ତି । ମାତ୍ର ଡ୍ରେନଗୁଡ଼ିକରେ କିଭଳି ତୁରନ୍ତ ଜଳନିଷ୍କାସନ ହୋଇ ପାରିବ ସେ ନେଇ ଦୃଷ୍ଟି ଦେଉନଥିବା ଅଞ୍ଚଳବାସୀ ଅଭିଯୋଗ ଉଠାଇଛନ୍ତି । ଏହି ଡ୍ରେନ ସମ୍ପୂର୍ଣ୍ଣ ବିପର୍ଯ୍ୟୟ ହୋଇ ପଡ଼ିଥିବାରୁ କେଉଁଠି ପାଣି ଯାଉ ନାହିଁ କେଉଁଠି ଡ୍ରେନ ପୋତି ହୋଇଯାଇଛି ସେ ସମସ୍ୟାର ସମଧାନ କଥା ଭୂଲି ଯାଇଛନ୍ତି । ପୁନଶ୍ଚ ଶିଳ୍ପାଞ୍ଚଳରେ କେତେକ ସ୍ଥାନରେ ନୂତନ ଶିଳ୍ପ କାରଖାନା ନିର୍ମାଣ ପାଇଁ ପାଖରେ ଯାଇଥିôବା ଡ୍ରେନ ଗୁଡିକୁ ପୋତି ଦିଆଯାଉଥିବା ଦେଖିବାକୁ ମିଳିଛି । ଏଥି ସହିତ ନିର୍ମାଣ କାର୍ଯ୍ୟ ପାଇଁ ବ୍ୟବହୃତ ସିମେଣ୍ଟ ଅଖା ମଧ୍ୟ ଡ୍ରେନ ଭିତରକୁ ପକାଇ ଦେବା ସହ ବାଉଁସ ପଟା ଭଳି ଅନ୍ୟ ନିର୍ମାଣ ସାମଗ୍ରୀ ମଧ୍ୟ ଏହି ଡ୍ରେନ ଉପରେ ଗଦା ହେଉଥିବା ଦେଖିବାକୁ ମିଳିଛି । ଫଳରେ ଜଳ ନିଷ୍କାସନ ପାଇଁ ମୁଖ୍ୟ ବାଧକ ସାଜୁଥିବା କୁହାଯାଉଛି । ପୁରୁଣା ଶିଳ୍ପାଞ୍ଚଳରେ କେତେକ ସ୍ଥାନରେ ଆଦୌ ଡ୍ରେନ ନଥିବା ହେତୁ ଡ୍ରେନ ପାଣି ରାସ୍ତା ଉପରକୁ ମାଡିଆସୁଛି । ତେବେ ସେଠାରେ ଉଭୟପାଶ୍ୱର୍ ପାଚେରୀ ଭାଙ୍ଗି ପଡିଛି । ବର୍ଷାଦିନେ ଏଠାକୁ ଆସୁଥିବା ଶ୍ରମିକ ଅବା ଦିନମଜୁରିଆ ମାନେ ଏହି ଡ୍ରେନ ପାଣିରେ ଯାତୟାତ କରିବାକୁ ପଡିଥାଏ । ତେଣୁ ଡ୍ରେନ କରାଯାଇନଥିବା ଅଞ୍ଚଳରେ ତୁରନ୍ତ ନୂତନ ଡ୍ରେନ ଓ ଭାଙ୍ଗି ପଡିଥିବା ଡ୍ରେନେଜ ଗୁଡିକର ତୁରନ୍ତ ମରାମତି କରିବା ପାଇଁ ଶିଳ୍ପାଞ୍ଚଳରେ କାର୍ଯ୍ୟରତ ଶ୍ରମିକ ମାନେ ଦାବି କରିଛନ୍ତି । ନଚେତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନଶନରେ ବସିବେ ବୋଲି ଚେତାବନୀ ଦେଇଛନ୍ତି ।