ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ

ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ

ଜଗତପୁର ନାବାଳକ ହତ୍ୟାକାଣ୍ଡ ଘଟଣା: ଅଭିଯୁକ୍ତ ଗିରଫ, ଦା ଓ କାଠଫାଳିଆ ଜବତ କଲା ପୁଲିସ

News by Kanhu charan Panda (Jagatpur)

#ଜଗତପୁର(ଏନ୍‌.ଏମ୍‌.): ବହୁ କଳ୍ପନା ଜଳ୍ପନାର ଅନ୍ତଘଟାଇ କମିଶନରେଟ ପୁଲିସ ନରହନ୍ତା ଯୁବକକୁ ଗିରଫ କରିଛି । ବହୁ ଚର୍ଚ୍ଚିତ ଜଗତପୁର ମଧ୍ୟକଚ୍ଛ ପୋଖରୀ ହୁଡ଼ାରେ ନାବାଳକ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି କମିଶନରେଟ ପୁଲିସ । ଏହି ହତ୍ୟାକାଣ୍ଡ ପଛରେ ସମସ୍ତେ ମୃତ ନାବାଳକର ବାପାଙ୍କୁ ସନ୍ଦେହ କରୁଥିବାବେଳେ ପୁଲିସର ଅନ୍ଦାଜ କିନ୍ତୁ ଥିଲା ଭିନ୍ନ । ତେବେ ପ୍ରକୃତ ଅଭିଯୁକ୍ତକୁ ପୁଲିସ ଧରିବା ସହ ତାକୁ କୋର୍ଟ ଚାଲଣ କରାଯାଇଥିବା ସମ୍ପର୍କରେ କଟକ ଡିସିପି ପିନାକ ମିଶ୍ର ସୂଚନା ଦେଇଛନ୍ତି । ଜଗତପୁର ଥାନା ପୂର୍ବକଚ୍ଛ ନାବାଳକ ହତ୍ୟାକାଣ୍ଡ ଘଟଣାରେ ଅଭିଯୁକ୍ତ ବାବୁଲା ଓରଫ୍ ଯୋଗେନ୍ଦ୍ର ପଣ୍ଡାକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ଦା ଓ କାଠଫାଳିଆ ବି ପୁଲିସ ଜବତ କରିଛି । ତେବେ ଏହାର କାରଣ ମଧ୍ୟ ଉନ୍ମୋଚନ କରିଛି କମିଶନରେଟ ପୁଲିସ । ନାବାଳକ ସହିତ ଅଭିଯୁକ୍ତ ଜୋର ଜବରଦସ୍ତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲା । ଏଭଳି ଅପ୍ରାକୃତିକ ଯୌନ ସମ୍ପର୍କ ବିଷୟରେ ନିଜ ଘରେ କହିଦେବାରୁ ଏଭଳି ହତ୍ୟାକାଣ୍ଡ ଘଟିଛି । ଯୋଗେନ୍ଦ୍ର ନାବାଳକୁ ପ୍ରଥମେ କାଠରେ ବାଡ଼େଇଥିଲା । ତାପରେ ଦାରେ ତା ବେକ କାଟିଥିଲା । ସୂଚନାଯୋଗ୍ୟ, ଜଗତପୁର ଥାନା ଅନ୍ତର୍ଗତ ମଧ୍ୟକଚ୍ଛ ପଞ୍ଚାୟତ ପୂର୍ବକଛ ଗ୍ରାମରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ନିର୍ମମ ହତ୍ୟା କରି କେହି ଦୁବୃର୍ତ୍ତ ଗ୍ରାମ ପୋଖରୀ ହୁଡ଼ାରେ ଫିଙ୍ଗି ଦେଇଥିଲା । ମୃତ ନାବାଳକଜଣକ ସ୍ଥାନୀୟ ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ୍ ଓରଫ ଜ୍ୟୋତି ରଞ୍ଜନ (୧୨) । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଜଗତପୁର ଥାନା ପୁଲିସ୍ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଛାନଭିନ୍ ଆରମ୍ଭ କରିଥିଲା । ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କାଡ୍ ଦ୍ୱାରା ତଦନ୍ତକୁ ବ୍ୟାପକ କରାଯାଇଥିଲା । ସୂଚନା ମୁତାବକ, ଜଗନ୍ନାଥ ବେହେରାଙ୍କ ପୁଅ ଶୁଭମ୍ ସ୍ଥାନୀୟ ପୂର୍ବକଛ ସରକାରୀ ଉପ୍ରା ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ପଢ଼େ । ସେ ନିକଟରେ ଷାଣ୍ମାସିକ ପରୀକ୍ଷାରେ ଆଶାନୁରୂପ ଫଳ ପାଇ ନଥିଲେ । ଏଥିପାଇଁ ବିଦ୍ୟାଳୟ ପକ୍ଷରୁ ମିଳିଥିବା ‘ପ୍ରୋଗ୍ରେସ୍ ରିପୋର୍ଟରେ ଅଭିଭାବକ ଦସ୍ତଖତ କରିବା ସମୟରେ ଶୁଭମ୍‌ଙ୍କୁ ତାଗିଦ୍ କରିଥିଲେ । ଏଥିରେ ରାଗି ଶୁଭମ୍ ଶନିବାର ଠାରୁ ଘରୁ କେଉଁଆଡ଼େ ଚାଲି ଯାଇଥିଲେ । ପରିବାର ଲୋକେ ପୁଅକୁ ବହୁ ଖୋଜାଖୋଜି କରି ରାତି ସୁଦ୍ଧା ଖୋଜି ପାଇ ନଥିଲେ । ରବିବାର ସକାଳୁ କିଛି ଗ୍ରାମବାସୀ ପୋଖରୀ ହୁଡ଼ାରେ ଶୁଭମଙ୍କ ବେକ କଟା ହୋଇଥିବା ରକ୍ତ ଜୁଡୁବୁଡୁ ମୃତଦେହ ଦେଖି ବାପା ଜଗନ୍ନାଥଙ୍କୁ ଖବର ଦେଇଥିଲେ । ସୂଚନା ପାଇ ଜଗତପୁର ଥାନା ଅଧିକାରୀ ରବୀନ୍ଦ୍ରନାଥ ମେହର ଘଟଣାସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଥିଲେ । ପରେ ଜୋନ୍‌-୧ ଏସିପି ଅରୁଣ କୁମାର ସ୍ୱାଇଁଙ୍କ ତତ୍ତ୍ୱାବଧାନରେ ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍ ଦ୍ୱାରା ତଦନ୍ତକୁ ବ୍ୟାପକ କରାଯାଇଥିଲା ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ