ଜଗତପୁର ଥାନା ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ନେଇ ପ୍ରସ୍ତୁତି ବୈଠକ

ଜଗତପୁର ଥାନା ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ନେଇ ପ୍ରସ୍ତୁତି ବୈଠକ

ଜଗତପୁର ଥାନା ପକ୍ଷରୁ କାର୍ତ୍ତିକେଶ୍ୱର ପୂଜା ନେଇ ପ୍ରସ୍ତୁତି ବୈଠକ

News by Kanhu charan Panda (Cuttack)

କଟକ(ଏନ୍‌.ଏମ୍‌.): ପବିତ୍ର ଦୁର୍ଗାପୂଜା ଓ କାଳୀ ପୂଜା ପରେ ପାର୍ବଣର ଶେଷ ପର୍ଯ୍ୟାୟରେ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ ହୋଇଛି । ପବିତ୍ର କାର୍ତ୍ତିକମାସର ଶେଷ ୫ଦିନକୁ ପଞ୍ଚକ ଭାବେ ପାଳନ କରାଯାଏ । ଏହି ସମୟରେ କଟକ ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକେଶ୍ୱରଙ୍କ ପ୍ରତିମୂର୍ତ୍ତି ପୂଜା ପାଇଥାଏ । ତେବେ ଚଳିତ ବର୍ଷ କଟକ ସହର ତଥା ଜିଲ୍ଲାର ବିଭିନ୍ନ ସ୍ଥାନରେ କାର୍ତ୍ତିକେଶ୍ୱର ପୂଜା ଆରମ୍ଭ ହୋଇଛି । ତେଣୁ କଟକ ମହାନଗର ନିଗମ ଜଗତପୁର ଅଞ୍ଚଳରେ କାର୍ତ୍ତିକେଶ୍ୱର ପୂଜାକୁ ଶାନ୍ତିଶୃଙ୍ଖଳାର ସହ ପାଳନ କରିବା ନିମନ୍ତେ ବ୍ୟାପକ ପ୍ରସ୍ତୁତି ଅନୁଷ୍ଠିତ ହୋଇ ଯାଇଛି । ବିଶେଷ କରି ଜଗତପୁର ଥାନା ପକ୍ଷରୁ ଏକ ବୈଠକ ଥାନା ପରିସରରେ ଅନୁଷ୍ଠିତ ହୋଇଥିଲା । କଟକ ଡିସିପିଙ୍କ ନିର୍ଦ୍ଦେଶକ୍ରମେ ଥାନା ଅଧିକାରୀ ରବୀନ୍ଦ୍ର ନାଥ ମେହେରଙ୍କ ଅଧକ୍ଷତାରେ କଟକ ମହାନଗର ନିଗମ ଡେପୁଟି ମେୟର ଦମୟନ୍ତୀ ମାଝୀ ଓ ୪୮ନମ୍ବର ୱାର୍ଡ କର୍ପୋରେଟର ନଳିନୀ ବେହେରା ଏବଂ ବହୁ ସାହି ମୁରବୀ ଯୋଗ ଦେଇଥିଲେ । ଚଳିତ ବର୍ଷ ଏହି ଉତ୍ସବକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ସମସ୍ତ ପୂଜା ମଣ୍ଡପର ସଭାପତି ମାନଙ୍କୁ ସୂଚନା ଦିଆଯାଇଥିଲା । ତେବେ ଜୋର ଜବରଦସ୍ତ ଚାନ୍ଦା ଆଦାୟ ନକରିବା ପାଇଁ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ମାନଙ୍କୁ ଏହି ବୈଠକରେ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ଜଗତପୁର, ପଦ୍ମପୁର, ଗୋପିନାଥପୁର, ବାହାଦୁଲପାଟଣା ଅଞ୍ଚଳର ସମସ୍ତ ପୂଜା କମିଟି ସଭାପତି ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ । କାର୍ତ୍ତିକଶ୍ୱର ଶାନ୍ତି କମିଟି ସଭାପତି ତ୍ରିଲୋଚନ ପଣ୍ଡା, ନବକିଶୋର ସ୍ୱାଇଁ, ଅଲେଖ ଚନ୍ଦ୍ର ବେହେରା, ନିରଞ୍ଜନ ବିଶ୍ୱାଳ, ନିରୋଦ ଚନ୍ଦ୍ର ପଣ୍ଡା, ବିଚିତ୍ର ଜେନା, ବିରଞ୍ଚି ସାମଲ, ମାଧବ ବିଶ୍ୱାଳ, କାଳୀକିଙ୍କର ମୁର୍ଖାଜୀ ଓ ବିଜୟ ଭୂୟାଁ, ବିଭୁତି ବେହେରା, ଧିରେନ୍ଦ୍ର ମହାନ୍ତି, ଐଶ୍ୱର୍ଯ୍ୟ ପଣ୍ଡା, କାହ୍ନୁ ଚରଣ ଦଳାଇ, ସଚ୍ଚିଦାନନ୍ଦ ଶୁକ୍ଳଙ୍କ ସମେତ ସମସ୍ତ କର୍ମକର୍ତ୍ତା ଯୋଗ ଦେଇଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ