ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି

ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି

ଜଗତପୁର ଅଞ୍ଚଳରେ ଘନଘନ ଗାଇ ଚୋରି ଅଭିଯୋଗ: ରାତିରେ ପାଟ୍ରୋଲିଙ୍ଗ କଡାକଡି କରିବା ପାଇଁ ଦାବି

News by Kanhu Charan Panda (CTC)

ଜଗତପୁର (ଏନ୍‌.ଏମ୍‌.): କଟକ କମିଶନରେଟ ପୁଲିସ ଅନ୍ତର୍ଗତ ଜଗତପୁର ଥାନା ଅଞ୍ଚଳରେ ବଢ଼ୁଛି ଘନଘନ ଗାଇଚୋରି ଅଭିଯୋଗ । ରାତିରେ ଗାଇ ଲୁଟେରାମାନେ ଗାଡ଼ି ଲଗାଇ ବାହାରେ ବୁଲୁଥିବା ଗାଇଗୋରୁମାନଙ୍କୁ ଉଠାଇ ନେଉଥିବାର ଦୃଶ୍ୟ ମଧ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ଗତ ମେ ମାସରେ ପ୍ରାୟ ୨୫ରୁ ଉର୍ଦ୍ଧ୍ୱ ଗାଇଗୋରୁମାନଙ୍କୁ ଲୁଟେରାମାନେ ରାତି ଏକ ଟାଟା ଏସିରେ ଚୋରାଇ ନେଉଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ମୁଖ୍ୟତଃ ଗାଇ ଗୋରୁଙ୍କର ଚରିବା ଜାଗା ତଥା ଗୋଚର ଜମିରେ ଅନେକ ଲୋକ ମାଡିବସି ଘର ଦ୍ୱାର କରିଦେବା ଫଳରେ ଗାଇ ଗୋରୁ ମାନଙ୍କ ନିମନ୍ତେ ଚାରଣ ଭୂମି ନଥିବା କାରଣରୁ ସେମାନେ ଖାଦ୍ୟ ପାଇଁ ଚାରିଆଡେ ବୁଲୁଛନ୍ତି । ଫଳରେ ରାସ୍ତା ଉପରେ ଗାଇ ଗୋରୁଙ୍କୁ ଦେଖିଲା ମାତ୍ରେ ସିଏମସି ପକ୍ଷରୁ ଏହି ଗାଇ ଗୁଡିକୁ ଗାଡିରେ କାଞ୍ଜିଆହୁଦାକୁ ନିଆଯାଇଥାଏ । ଗାଇ ମାଲିକମାନେ ଗାଇ ଟିକୁ ଖୋଜି ଖୋଜି କାଞ୍ଜଆବୁଦାରେ ପହଁଞ୍ଚି ମୋଟା ଅଙ୍କର ଜୋରିମାନା ଦେଇ ଗାଇଟିକୁ ସେଠାରୁ ମୁକୁଳାଇଥାନ୍ତି । ତେବେ ଗାଇମାନଙ୍କୁ ସିଏମସିର ଗାଇଧରା ଟିମ ନେଇଯାଉଥିବା ସୁଯୋଗ ନେଇ ଲୁଟେରାମାନେ ଗାଇକୁ ଉଠାଇ ନେଉଛନ୍ତି । ସକାଳୁ ଗାଇ ମାଲିକ ସିଏମସି କାଞ୍ଜିଆହୁଦାରେ ଖୋଜିବା ବେଳକୁ ଗାଇର ସନ୍ଧାନ ମିଳୁନାହିଁ । ସେତେବେଳକୁ ଲୁଟେରାମାନେ ଗାଇ ଅନ୍ୟତ୍ର ଚାଲଣ କରିଦେବାରେ ସଫଳ ହେଉଛନ୍ତି । ସେହିଭଳି କିଛି ଦିନ ତଳେ ସ୍ଥାନୀୟ ଭୂବନପୁର ଅଞ୍ଚଳରେ ଲୁଟେରାମାନେ ଏକ ଟାଟା ଏସିରେ ୩ରୁ ୪ଗୋଟି ଗାଇ ମାନଙ୍କୁ ଲୁଟି ନେଉ ଥିବା ସ୍ମୁତି ରଞ୍ଜନ ପଣ୍ଡାଙ୍କ ସିସି ଟିଭି କ୍ୟାମେରାରେ କଏଦ ହୋଇଥିଲା । ପରେ ଦୁଇ ଗାଇ ମାଲିକମାନେ ଜଗତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେବଳ ସିସିଟିଭି ଫୁଟେଜ ନେଇ ଚୁପ ହୋଇ ବସିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଗତ ମେ ୧୦ ତାରିଖ ପର ଠାରୁ ଆଜି ପର୍ଯ୍ୟନ୍ତ ପ୍ରାୟ ୨୦ରୁ ୨୫ ଗାଇ ଚୋରି ହୋଇଥିବା ହୋଇଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ତେବେ ଏ ନେଇ ଜଗତପୁର ଥାନା ରାତିରେ ପାଟ୍ରୋଲିଂ କଡ଼ାକଡ଼ି କରିବା ସହ ଗାଇ ଚୋରଙ୍କ ଉପରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ